ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ନା ଶବ୍ଦର ଆଡମ୍ବରରେ
ନା ଶାସ୍ତ୍ରର ବ୍ୟାଖ୍ୟାନରେ
ନା ଶୃତିର ଶ୍ରବଣରେ
ନା ଜ୍ଞାନର ପରାକାଷ୍ଠାରେ
ନା ବିତ୍ତର ବୈଭବରେ
ନା ତୀର୍ଥର ଆଲମ୍ବନରେ
ନା ଦେବର ଦର୍ଶନରେ…
ସବୁ
ପ୍ରଭେଦ ମିଟିଯାଏ
ଅନ୍ଧାର ହଟିଯାଏ …
ଯେବେ
ଶୂନ୍ୟ ନୀଡ଼ରେ ଆତ୍ମପକ୍ଷୀଟି ଜାଗି ଯାଏ !
ମୁନି ମୌନ ହୋଇଯାଏ !
