କବିତା

ପ୍ରେମର ମୂଲ୍ୟ

Binay Mohapatra's odia poem Premara Moolya

ବିରହ ମିଳନ, ମନର ବନ୍ଧନ
ପ୍ରେମର ନାଆଁ,
ଅଳିକ ଯଦି ପ୍ରେମର ମୂଲ୍ୟ
ତା’ର ପାଇଁ ଏତେ ଭାବନା କିଆ?

ପ୍ରେମର ମୂଲ୍ୟ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଭଲ ପାଇବାର ମାନେ କ’ଣ ଖାଲି
ଝୁରି ମରିବା,
ମାନ ଅଭିମାନ ରାଗ ରୂଷା ଆଉ
ମନ ମାରିବା?

ବିରହ ମିଳନ, ମନର ବନ୍ଧନ
ପ୍ରେମର ନାଆଁ,
ଅଳିକ ଯଦି ପ୍ରେମର ମୂଲ୍ୟ
ତା’ର ପାଇଁ ଏତେ ଭାବନା କିଆ?

ଦୁଇ ମନ ଯଦି ଏକାଠି ହୁଏ
ଯାଏନା ତୁଟି,
ଦୁଇ ଧାର ଯଦି ଏକାଠି ମିଶେ
ଯାଏନା ଫିଟି ।

ସାଗର ସଙ୍ଗମ ଲଭିଲେ ସରିତ
ପାରେନା ଖସି,
ପ୍ରେମ ସେଇମିତି ଏକରେ ଆନେକ
ଯାଏ ତ ମିଶି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top