ଘଡିରେ ରାତି ଦଶଟା ବାଜିଲା ।
ହେଲେ ମୋ’ ଦେହଟା ଏ ଯାଏଁ ଆଖି ଖୋଲିନି । କାଟିବନି ବୋଲି, ମତେ କୁଆଡେ ଡାକ୍ତରୀ ନିଶା ଦେଇ ଶୁଆଇ ଦେଇ ଡାକ୍ତର ବାବୁ ମୋ ଦେହରେ କଇଁଚି ଚଳେଇଲେ । ସତରେ ବି କିଛି ଜଣା ପଡିଲାନି !……
ଅପେରସନଟା ଠିକ ଠିକ ହେଲା ବୋଲି କହି ଡାକ୍ତର ଜଣକ ଓ.ଟି. ଭିତରୁ ବାହାରି ଆସୁଛନ୍ତି । ଏକଥା ଶୁଣି ବାହାରେ ବହୁତ ସମୟରୁ ଠିଆ ହୋଥିବା ଗୋଡ ଗୁଡିକ ଶାନ୍ତିରେ ନିଶ୍ଵାସ ନେଇ ଚଟାଣରେ ଚକାମାରି ବସିପଡୁଛନ୍ତି ।
ଆଜି ସକାଳ…
ନିଶା ଛାଡି ଛାଡି ଆସୁଥିଲା । ଓଜନିଆ ମୁଣ୍ଡଟିକୁ ଛଡ଼ିଦେଇ ବାକି ଦେହଯାକ ମଲା ପଥର ପରି ଲାଗୁଥିଲା । ମୁଣ୍ଡଟାକୁ ଧୀରେ ଧୀରେ ହଲେଇଲି । ଆଖି ଦୁଇଟା ଫିଟି ଯିବା ପାଇଁ ଭାରି ଜୋରରେ ଚେଷ୍ଟା କରୁଥିବା ବେଳେ ହଠାତ ମୁଁ ‘ବାବା’ ‘ବାବା’ ବୋଲି ଡାକ ଛାଡ଼ିଲି । ବାବା ଦଉଡି ଆସିଲେ । ମୋ’ ମୁଣ୍ଡକୁ ଆଉଁସି ଦେଲେ । ଆଉ ଥରେ ହୋସ ପଳେଇଲା । ତା’ ପରେ ଯେବେ ଆଖି ଖୋଲିଲା ତମ କଥା ଭାରି ମନେ ପଡିଲା, ମୋବାଇଲଟା ଖୋଜୁଥିଲି ଭିଡିଓ କଲ କରି ତମକୁ ଟିକେ ଦେଖିବି ବୋଲି, ହେଲେ ନିର୍ଜୀବ ହାତଟା ତାକୁ ଧରି ପାରୁ ନଥିଲା । ଧରିବା ପୂର୍ବରୁ ଆଖି ଗୁଡିକ ନିଧଡ଼କ ଆପେ ଆପେ ବନ୍ଦ ହୋଇଯାଉଥିଲା ..
ଏବେ…
ଆଇ.ସି.ୟୁ. ରୁ ଆସି ମୁଁ ଜେନେରାଲ ୱାର୍ଡରେ,କାଲି ମୋର ଡାକ୍ତରଖାନାରୁ ଛୁଟି ହେଇଯିବ; ହେଲେ….
“ଆଖି ଖୋଲିଲା ପରେ, ମୁଁ ବାବାଙ୍କୁ ‘ପ୍ରଥମେ’ ଖୋଜିଲି ବୋଲି ମୋ’ ବୋଉ ଅବିକା ମୁହଁ ଫୁଲେଇ ବସିଛି !”
