କବିତା

ହାପି ଭାଲେଣ୍ଟାଇନ୍ ଡେ

Er Bidyadhar Panda's odia poem Happy Valentine Day

ପୁନେଇ ଜହ୍ନ ପରି ମୁହଁ ମଝିରେ ଶୁଆଥଣ୍ଟିଆ ନାକ
ଅଣ୍ଟା ତଳକୁ ଲମ୍ବିଛି କଳାନାଗପରି ଗୋଛାଏ ଚୁଟି
ନଖିଆର ଆଖିକୁ ମାସେହେବ ନିଦନାହିଁ

ହାପି ଭାଲେଣ୍ଟାଇନ୍ ଡେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଫେବ୍ରୁୟାରୀ ଚଉଦ ତାରିଖ
ପ୍ରେମିଯୁଗଳଙ୍କ ପାଇଁ ବହୁ ପ୍ରତିକ୍ଷିତ ଦିନଟିଏ
ଗାଉଁଲି ଭେଣ୍ଡିଆ ନଖିଆର ଭାଲେଣ୍ଟାଇନ୍ ଫୁଲ
ଡ଼ଉଲ ଡ଼ାଉଲ ଚେହେରାକୁ ଚମ୍ପାଗୋରା ରଙ୍ଗ
ପୁନେଇ ଜହ୍ନ ପରି ମୁହଁ ମଝିରେ ଶୁଆଥଣ୍ଟିଆ ନାକ
ଅଣ୍ଟା ତଳକୁ ଲମ୍ବିଛି କଳାନାଗପରି ଗୋଛାଏ ଚୁଟି
ନଖିଆର ଆଖିକୁ ମାସେହେବ ନିଦନାହିଁ
ନିର୍ବନ୍ଧ ସରିଲା ବେଳକୁ ଜେଜ ମା’ ମଲା
ଧନ୍ୟବାଦ ରିଲାୟନ୍ସ ଜିଓ ସିମ୍ ସ୍କିମ୍
ବଞ୍ଚିଗଲା ନଖିଆ, ଫୁଲ ତ ଖାଲି ମିଶ୍ କଲ୍ ଦଉଚି
ଦିନକୁ ତିନି ଚାରିଘଣ୍ଟା କଥା ନହେଲେ ନଚଳେ
ଏଇଟା ଜିବନର ସବୁଠୁ ବଡ଼ ଭାଲେଣ୍ଟାଇନ୍ ଡ଼େ
ଆସନ୍ତା କୁ ତ ସ୍ୱାମୀ ସ୍ତ୍ରୀ – ସେ’ବେଳେ କି ମଜ୍ଜା?
ଅବିହାଡ଼ି ବେଳର କଥା କୁଆଡ଼ୁ ଆସିବ?
ମାସେହେଲା ପାହାନ୍ତାରେ ଘୋସୁଛି ନଖିଆ
ଆଇ. ଲଭ୍. ୟୁ – କହିବ ଫୁଲକୁ ସେଦିନ
ପ୍ରଥମ ଥର ପାଇଁ ସାହସ ବାନ୍ଧିଛି
ଅତର ଢ଼ଳା ଗୋଲାପ ଖୋସିବ ଗଭାରେ

ପୁଲିସିଆ କକାଟାକୁ ଟିକେ ଡ଼ର
ପଛ ଅଗଣାରେ ଖୁଡ଼ି ଜଗିଛି ବାଡ଼ି ପକାଇ
ପ୍ୟାର କରନା ତୋ ଡ଼ରନା କ୍ୟା ଭାଇ?
ନଖିଆ ଫୁଲ୍ ଯୋସ୍ ରେ ଅନେଇଚି ଦିନଟାକୁ
ଦିନ ଦଶଟା ଉପରେ – କକା ଡ଼୍ୟୁଟି ଯାଉନି
ଦାଣ୍ଡ ବାରଣ୍ଡା ବାଟଘର କକାର ରାଜୁତି
ଗୁପ୍ତଚର ପାଞ୍ଚଥର ନିରାଶ କରି ଖବର ଦେଲା
ପଛ ଅଗଣା ନିରାପଦ, ଖୁଡ଼ି ଗାଧୁଆ ଘରେ
ଫୁଲ ବି ପ୍ରସ୍ତୁତ ଅଛି ପଛପଟ ଝରକା ଖୋଲି
କଣ୍ଟାବାଡ଼ ଡ଼େଇଁ ନଖିଆ ପହଞ୍ଚିଗଲା
ଥରଥର ହାତରେ ଫୁଲକୁ ଫୁଲ ଦେଇ ଦୌଡ଼ିଲା
ଛାନିଆଁରେ ଆଇ. ଲଭ୍. ୟୁ – ଭୁଲିଗଲା
ବାଡ଼ ଡ଼େଉଁ ଡ଼େଉଁ ପଛକୁ ଫୁଲର ଆଖିକୁ ଚାହିଁ
ନରମ ଗଳାରେ କହିଲା- ହାପି ଭାଲେଣ୍ଟାଇନ୍ ଡ଼େ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top