କବିତା

ନାରୀର ଭାଗ୍ୟ

Basanti Das's odia poem Naarira Bhagya

କେରାଏ ଦୁବପରି
ଚେନାଏ ବିଶ୍ୱାସ ନେଇ
କଅଁଳ ଛନଛନ ହୋଇ
ବଦଳୁଚି ନାରୀର ଭାଗ୍ୟ ।

ନାରୀର ଭାଗ୍ୟ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କେରାଏ ଦୁବପରି
ଚେନାଏ ବିଶ୍ୱାସ ନେଇ
କଅଁଳ ଛନଛନ ହୋଇ
ବଦଳୁଚି ନାରୀର ଭାଗ୍ୟ ।

ମୁଠାଏ ଆଶା ,ଆଉ ସମର୍ପିତ
କର୍ତ୍ତବ୍ୟ ପରାୟଣତାର
ମନ୍ମୟ ମୁହୂର୍ତ୍ତ ସବୁ
ଏବେ….ଖେଦି ଯାଉଛନ୍ତି
ପ୍ରଭାତଫେରୀ ସୈନିକପରି
ସଂସାରର ଚୈାହଦୀରୁ
ସମାଜର ପ୍ରତ୍ୟେକ
ଅନାହୁତ ଗଳିଉପଗଳିର
ବାସ୍ନାମୟ , ବିମୁଗ୍ଧ
ମହମହ ମାଟିଉପରେ ।

ପ୍ରତିପଦାର କ୍ଷୟୀଷ୍ନୁ ଚନ୍ଦ୍ରମା
ଧିରେଧିରେ ବିଛୁରିତ କଲାପରି
ଆକାଶର ବିସ୍ତ୍ରୁତ ଛାତିରେ
ତା’ର…
ଶୀତଳ ଜୋସ୍ନାର ପଦପଲ୍ଲବ ,
ପ୍ରେତ୍ୟେକ ବ୍ୟକ୍ତିର ହ୍ରୁଦୟରେ
ମନରେ, ଭାବନାରେ
ସେ ବିରାଜମାନ ଦେବୀଟିଏ ପରି ।

ଦପ୍ ଦପ୍ ସ୍ନିଗ୍ଧ ଆଲୋକରେ
ଆଲୋକିତ ହେଉଚି
ଅନ୍ଧଗଳିର ଅନ୍ଧକାର
ଅନ୍ଧାରି ମନର ବାତାୟନ
ଆଉ…
ଅମନଯୋଗି ମଣିଷର
ଅଂହଙ୍କାର, ଦର୍ପସବୁ ।

ନାରୀ ନଗଣ୍ୟ ନୁହେଁ
ସେ ସର୍ବଦା ନମସ୍ୟ, ସର୍ବସଂହା
ମା ରୂପରେ, ପତ୍ନୀ ରୂପରେ
କନ୍ୟା ରୂପରେ, ବାନ୍ଧବୀ ରୂପରେ
ଏସବୁ ସ୍ଵୀକାର କରେ ସମାଜ, ସଂସାର
ତା’ କୁ ମାନିବାକୁ ବାଧ୍ୟକରେ
ଦେବୀରୂପି ନାରୀର ସଂସ୍କାର
ଦେବୀରୂପି ନାରୀର ସଂସ୍କାର ।

1 Comment

1 Comment

  1. ବାସନ୍ତି ଦାସ

    July 11, 2017 at 7:04 pm

    ମହାଶୟା , ସାରସ୍ବତ ସମ୍ମାନ । ନାରୀ କବିତା ପ୍ରକାଶ କରି ଥିବାରୁ ଅଶେଷ ଧନ୍ୟବାଦ । ବାସନ୍ତୀ ଦାସ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top