ମୋ ମରଣରେ ଅଛି କି ମା
ସବୁ ସମସ୍ୟାର ସମାଧାନ
ମାରି ମୋତେ କି ବୋଲାଇବ ତୁମେ
ଧରଣୀଠୁ ଗରିୟାନ ?
ସମସ୍ୟା ନୁହେଁ ସମ୍ଭାବନା ମୁଁ ଯେ ମା ବୁଝି ନପାରଇ
ସାଥେ ଥିଲେ ତୁ ମା ସବୁ ସମସ୍ୟାର ସମାଧାନ କରିବଇଁ ।।
ନୁହେଁ ମୁଁ ଦୁଃଖ ନୁହେଁ ଯାତନା ଅବା ବିଷାଦର ଛାୟା
ତୋ ରକତ ମାଂସ ରେ ଗଢା ମା ଲୋ ମୁଁ ତୋର ଅଂଶ ଏ କାୟା ।।
ଅଭିଶାପ ନୁହେଁ ଆଶାର ଆଲୋକ ମା ତୋ ଜୀବନରେ
ସମାଧାନ ବାଟ ଖୋଲିଯିବ ମା ମୋ ଜନମ ପରେ ।।
ନୁହେଁ ମୁଁ ବୋଝ ନୁହେଁ ମୁଁ ଲତା
ଆଶ୍ରୟ ଲୋଡା ନାହିଁ
ସର୍ବଂସହା ମୁଁ ଯେ ମାନବ ଜାତିକୁ କୋଳରେ ନେଇ ପାରେ ।।
ମୋତେ ମା ମାର ନା, ଚିନ୍ତା ତୁ କରନା
ତୁ ସମସ୍ୟାର ବାରେ
ଜନ୍ମ ଦିଅ ମୋରେ, ତୋ ଭକତି ବଳେ ସମାଧାନ କରି ପାରେ ।।
