କଳା ଠାକୁରଙ୍କପ୍ରାଣପ୍ରିୟାଙ୍କର
ନାମ କିଏ ଅଛ ଜାଣି ?
ଦଶଗୋଟି ନାମକରୁଛି ଉଲ୍ଲେଖ
‘ଅମରକୋଷ’ରୁ ଆଣି ।
ଲକ୍ଷ୍ମୀ, ଲୋକମାତା,ଇନ୍ଦିରା, କମଳା,
ପଦ୍ମା,ରମା,ପଦ୍ମାଳୟା
ଆଉ ତିନି ନାମଶ୍ରୀହରିପ୍ରିୟା, ମା
ତଥା କ୍ଷୀରାବ୍ଧିତନୟା ।
ମୋଭାଇ,ଭଉଣୀରଖିଥିବା ମନେ
ଶବ୍ଦ ଜ୍ଞାନ ହେଲେ ବୃଦ୍ଧି
ଲେଖାମାନ ନିଶ୍ଚେହୋଇବ ଉନ୍ନତ
ଭାଷାର ହେବ ସମୃଦ୍ଧି ।
