କବିତା

ଜ୍ୟୋତିବିହାରରେ ଜହ୍ନରାତି

Jyotibihaarre Jahnaraati an odia poem by Dr Dilip Kumar Swain

ବାର ପାହାଡ଼ର ମୁଣ୍ଡିଆ ଉପରେ
ଦିଶିଲାଣି ତୃତୀୟା ତିଥିର ଜହ୍ନ
ଡୁଙ୍ଗୁରା ଚୂଡ଼ାର ମନ୍ଦିର ରୁ
ଧୂପ, ଦୀପ ବାସିଭୋଗ ଖାଇ
ନାଚି ନାଚି ଆସୁଚି ଜହ୍ନ ରାତି ଜ୍ୟୋତିବିହାରକୁ ।

ଜ୍ୟୋତିବିହାରରେ ଜହ୍ନରାତି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କାଳୀଗାଈର ପହ୍ନା ପରି
ଓହଳି ପଡିଛି ମେଘ ଜ୍ୟୋତିବିହାରରେ
ଅନେକ ତୃଷିତ ଆଖିଙ୍କ ପ୍ରାର୍ଥନାରେ
ଟପଟପ ନଇଁ ପଡୁଛି ଆକାଶ ।

ବାର ପାହାଡ଼ର ମୁଣ୍ଡିଆ ଉପରେ
ଦିଶିଲାଣି ତୃତୀୟା ତିଥିର ଜହ୍ନ
ଡୁଙ୍ଗୁରା ଚୂଡ଼ାର ମନ୍ଦିର ରୁ
ଧୂପ, ଦୀପ ବାସିଭୋଗ ଖାଇ
ନାଚି ନାଚି ଆସୁଚି ଜହ୍ନ ରାତି ଜ୍ୟୋତିବିହାରକୁ ।

ଏଇ ତ ଶାଳ ପତ୍ରର ମୁହଁ ଧୋଇ ଦେଉଚି ବର୍ଷା
ଜହ୍ନରାତିରେ ବର୍ଷା ହେଲେ
ଝରକା ଖୋଲି ବସି ରହେ ବର୍ଷା ଦାସ ।
କୁରେଇ ଫୁଲଙ୍କ ଓଠରେ
ଖସିପଡ଼େ ଜହ୍ନର ଟୁକୁଡ଼ା
କିଏ ବଂଶୀ ବଜାଉଚି ଅନ୍ଧାରରେ
ବର୍ଷା ଦାସ ଲେଖି ବସେ ଲୁହର କବିତା ।

ବେଳେବେଳେ ଜହ୍ନ ରାତିରେ ମାତାଲ ହୁଏ ଜ୍ୟୋତିବିହାର
ଦାରୀଡୁମୁରୀର ପଥର ଉପରେ
ନାରୀ ଦେହରେ ନିଆଁ ଜଳେ
ବତୀଖୁଣ୍ଟରେ ବସା ବାନ୍ଧିଥିବା
ବାଇଚଢେଇର ଅଣ୍ଡାକୁ
ଭାଙ୍ଗିଦିଏ ମାତାଲ ଜହ୍ନରାତି ।

ଜ୍ୟୋତିବିହାର
ସବୁଜ କବିତାର ଏନ୍ତୁଡ଼ିଶାଳ
ଜହ୍ନ ରାତିରେ ବର୍ଷା ହେଲେ
ବଇଁଶୀଆଳ ଗୀତ ଗାଏ
କାନ୍ଦିବୁ ଯଦି କାନ୍ଦ
ଲୁହ ତୋର
ଆଖି ମୋର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top