କବିତା

ପଥର ପୂଜିବି କାହିଁ

Jitendriya Rout's odia poem Pathara Poojibi Kaahin

ଜୀବନ୍ତ ଦେବତା ମୋ ପାଇଁ ସେ ଦୁହେଁ
ତାଙ୍କ ବିନା କେହି ନାହିଁ
ତାଙ୍କୁ ଘରେ ଛାଡି ମନ୍ଦିର ଯାଇକି
ପଥର ପୂଜିବି କାହିଁ ।।

ପଥର ପୂଜିବି କାହିଁ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଯିଏ ଦେଖେଇଲା ମୋତେ ଏ ଦୁନିଆ
ସିଏ ଏକା ମୋର ମାଆ
ତାକୁ ଛାଡ଼ିଦେଲେ ଦୁନିଆରେ ମୋର
କେହି ନାହିଁ ଆଉ ସାହା ।।

ସ୍ୱାର୍ଥପର ଏଇ ଦୁନିଆଟା ଭାଇ
ନିସ୍ୱାର୍ଥ ମଣିଷ ଜଣେ
ବାପା ବୋଲି ସେଇ ଶବଦଟା ପରା
ଜନ୍ମରୁ ଏ କାନ ଶୁଣେ ।।

ମୋର କୁଆଁ କୁଆଁ ଶବଦ ଶୁଣିକି
ସିଏ ହୋଇଥିଲା ଖୁସି
ଖାଇବା ବେଳେ ମୁଁ ଅଝଟ କଲେ ସେ
ଦେଖାନ୍ତି ଆକାଶେ ଶଶି ।।

ଉଚ୍ଚ ଆସନକୁ ଉଠିବା ପାଇଁକି
କରେ ମୁହିଁ ଯେବେ ଆଶା
ମୋତେ ଏ ଦୁନିଆଁ ସହି ପାରେ ନାହିଁ
କରୁଥାଏ ସଦା ଈର୍ଷା ।।

ଧନ୍ୟ ବାପା ମାଆ ଧନ୍ୟ ସେ ଜୀବନ
ନାହିଁ ତାଙ୍କ ପାଇଁ ଭାଷା
ଈର୍ଷା ବଦଳରେ ସେ ଦୁଇ ତୁଣ୍ଡରୁ
ଆଶିଷ ହୁଅଇ ବର୍ଷା ।।

ଏନ୍ତୁଡ଼ିର ନିଆଁ ମୋ ପାଇଁ ଲଗେଇ
କରିଛନ୍ତି ମୋତେ ୠଣି
ସେହି ୠଣ ମୁହିଁ କେମିତି ସୁଝିବି
ହେଉଛି ଆଜି ମୁଁ ଗୁଣି ।।

ଜୀବନ୍ତ ଦେବତା ମୋ ପାଇଁ ସେ ଦୁହେଁ
ତାଙ୍କ ବିନା କେହି ନାହିଁ
ତାଙ୍କୁ ଘରେ ଛାଡି ମନ୍ଦିର ଯାଇକି
ପଥର ପୂଜିବି କାହିଁ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top