ଗଳ୍ପ

ହାତଧୁଆ

Kanishtha Kishore Sahu's odia story for children Haatadhuaa

ତା’ ପରଦିନ ସାତଦିନ ହେଉଥିବାରୁ ରୁବି ସହ ତା’ ବାପା ମା’ ପୁଣି ଭୁବନେଶ୍ୱର ଯିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥାନ୍ତି

ହାତଧୁଆ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସବୁ ଠିକ୍‌ଠାକ୍ ଚାଲିଥିଲା । ଯେତେବେଳେ ରୁବି ଷଷ୍ଠ ଶ୍ରେଣୀରେ ପଢ଼ିଲା । ତା’ ଦେହ ବିଗିଡ଼ି ବସିଲା । ତାକୁ ସର୍ଦ୍ଦି, ଥଣ୍ଡା, କାଶ ଓ ଜ୍ୱର ଲାଗି ରହିଲା । ଡାକ୍ତରଙ୍କୁ ପରାମର୍ଶ କଲେ, ଡାକ୍ତର ଯାହା ମନା କରନ୍ତି ମାନେ, ଯେଭଳି ଔଷଧ ଖାଇବାକୁ କହନ୍ତି ଖାଏ । କିଛିଦିନ ଭଲ ଲାଗେ । ପନ୍ଦର କୋଡ଼ିଏ ଦିନ ପରେ ପୁଣି ସେହି ଅବସ୍ଥା । ଡାକ୍ତର ବଦଳନ୍ତି । ଔଷଧ ବଦଳେ । ରୁବି ବିଭିନ୍ନ ପ୍ରକାରର ଔଷଧ ଖାଇ ଖାଇ ଘାଣ୍ଟି ହେଉଥାଏ । ଔଷଧ ମଧ୍ୟ ଠିକ୍ ରୂପେ କାମ ଦେବା କମିଯାଉଥାଏ ।

ରୁବିର ଅବସ୍ଥା ସୁଧୁରୁ ନଥିବାରୁ ତା’ ମା’ ଓ ବାପାଙ୍କ ଚିନ୍ତା ବଢ଼ି ଯାଉଥାଏ । ରୁବିର ମଧ୍ୟ ପାଠପଢ଼ା ପ୍ରତି ବ୍ୟାଘାତ ହେଉଥାଏ । ସେମାନଙ୍କ ସ୍ଥାନୀୟ ଡାକ୍ତର ଓ ଡାକ୍ତରଖାନା ଗୁଡ଼ିକ ପ୍ରତି ଆସ୍ଥା ଓ ବିଶ୍ୱାସ ରହୁ ନ ଥାଏ ।

ଦିନେ ରୁବିକୁ ତା’ ମା’ ଓ ବାପା ଭୁବନେଶ୍ୱରକୁ ନେଇ ଏକ ବଡ଼ ଡାକ୍ତରଖାନାରେ ଦେଖାଇଲେ । ଡାକ୍ତର ତାଙ୍କ କଥା ଶୁଣି ବିଭିନ୍ନ ପ୍ରକାରର ପରୀକ୍ଷା କରି “ଇନଫ୍ଲୁଏଞ୍ଜା” ବୋଲି କହିଲେ । କ’ଣ ଖାଇବ ? କ’ଣ ମନା ? କିପରି ଚଳିବ ? ଏପରି ଗୁଡ଼ାଏ ଉପଦେଶ ଦେଇ ଔଷଧପତ୍ର ଦେଲେ । ସପ୍ତାହେ ପରେ ପୁଣି ଦେଖା କରିବାକୁ ପରାମର୍ଶ ଦେଲେ ।

ରୁବି ଓ ତା’ ବାପା ମା’ ବହୁତ ଖୁସିରେ ଘରକୁ ଫେରିଲେ । ଭାବୁଥିଲେ ଏଥର ଆଉ ହେବନି । ପାଞ୍ଚଦିନର ଔଷଧ ଖାଇ ସାରିଲା ପରେ ପୁଣି ଷଷ୍ଠଦିନ ସେଇ ଅବସ୍ଥା । ତା’ ପରଦିନ ସାତଦିନ ହେଉଥିବାରୁ ରୁବି ସହ ତା’ ବାପା ମା’ ପୁଣି ଭୁବନେଶ୍ୱର ଯିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥାନ୍ତି ।

ସେଦିନ ଅକ୍ଟୋବର ୧୫ ତାରିଖ । “ବିଶ୍ୱ ହାତଧୁଆ ଦିବସ” ଉପଲକ୍ଷେ ଦୂରଦର୍ଶନର ଓଡ଼ିଆ ଚ୍ୟାନେଲ୍‌ରେ ବଢ଼ିଆ କାର୍ଯ୍ୟକ୍ରମଟିଏ ଦେଉଥାଏ । ରୁବିକୁ ଭଲ ନ ଲାଗୁଥିଲେ ହେଁ ଦେଖୁଥାଏ । ଡାକ୍ତରମାନଙ୍କ କଥା ଓ ଦର୍ଶକମାନଙ୍କ ପ୍ରଶ୍ନରୁ ଦେଉଥିବା ଉତ୍ତରକୁ ଅନୁମାନ କରି ରୁବି ଭାବିଲା, ତା’ର ଅସୁସ୍ଥତାର କାରଣ ଏଇ ହାତ ନ ଧୋଇବା, ନୁହେଁ ତ ?

ରୁବି ମନେ ମନେ ସଂକଳ୍ପ କଲା । ପ୍ରତିଦିନ ଶୌଚ ପରେ ଓ ଖାଇବା ପୂର୍ବରୁ ଭଲ ରୂପେ ଅଧମିନିଟ୍ ହାତ ଧୋଇଲା । ଧୀରେ ଧୀରେ ହାତ ଧୋଇବା ତା’ ଅଭ୍ୟାସରେ ପରିଣତ ହୋଇଗଲା । ତା’ ସ୍ୱାସ୍ଥ୍ୟରେ ଅଦ୍ଭୂତ ପୂର୍ବ ପରିବର୍ତ୍ତନ ଆସିଲା । ଦେହ ଭଲ ରହିଲା । ଏବେ ଆଉ ତାକୁ କେବେ ମଧ୍ୟ ସର୍ଦ୍ଦି, କାଶ, ଥଣ୍ଡା ବା ଜ୍ୱର ହେଉନି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top