କବିତା

ଏ କି ଅବିଚାର ଖେଳ

Bibhuprasad Parida's odia poem E Ki Abishaar Khela

ତୁମ ଇଚ୍ଛାରେ ଆତ ଜାତ
ଗଗନ ପବନ ଜୀବ ଜଗତ
ଋତୁ ଚକ୍ର, ଜୀବନ ଚକ୍ର
ଗତି ସ୍ଥିତି ବିଳୟର ଚିତ୍ର ।।

ଏ କି ଅବିଚାର ଖେଳ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ହେ ସ୍ରଷ୍ଟା ,
ସୃଷ୍ଟି ତୁମ ବନ୍ଧା ନିଯମରେ
ନୂଆ ପୁରୁଣା ଭଙ୍ଗା ଗଢା
ସ୍ଥୂଳ ସୂକ୍ଷ୍ମ ଛନ୍ଦା ବନ୍ଧନରେ ।।

ତୁମ ଇଚ୍ଛାରେ ଆତ ଜାତ
ଗଗନ ପବନ ଜୀବ ଜଗତ
ଋତୁ ଚକ୍ର, ଜୀବନ ଚକ୍ର
ଗତି ସ୍ଥିତି ବିଳୟର ଚିତ୍ର ।।

ହେ ସ୍ରଷ୍ଟା
ପବିତ୍ର ତୁମ ସୃଷ୍ଟିରେ
ଏକି ଅବିଚାର ଖେଳ
ଜନମ ପୂର୍ବରୁ ଆସିଛି ମୋ ପାଇଁ
ଏଠି ମରଣର ବେଳ

ତୁମ ଇଚ୍ଛା ନଥିଲେ
ବହେନୀ ପବନ, ହଲେନି ପତ୍ର ଟିଏ
କନ୍ୟା ଭ୍ରୁଣ ମୁଁ, ମୋର ହତ୍ୟା ରେ
ପ୍ରଭୁ କଣ ତୁମ ସମ୍ମତି ଥାଏ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top