ମୋ କୁନିଭଉଣୀ ଶିଖୁଛି ଚାଲି,
ପାଦଟେ ପକାଇ ଯାଏ ଦୋହଲି ।
ଚଉକି ଟେବୁଲ କାନ୍ଥ ଓ ଖଟ,
ଧରି ଧରି ସିଏ ଚାଲଇ ବାଟ ।
ହାତ ଛାଡ଼ି ଦେଇ ମୁରୁକି ହସି,
ଲଥ୍ କରି ସିଏ ପଡ଼ୁଛି ବସି ।
ଆଈ ଦେଇଛନ୍ତି ଜୋତା ଦି ହଳ,
ଘରେ ଶୁଖିଲାଣି ମଉଜା ମାଳ ।
ସମସ୍ତଙ୍କୁ ଚାହିଁ ଦିଅଇ ହସି,
ଝିଅ ଚାଲିଲାଣି ବାପା ମା ଖୁସି ।
