କବିତା

ସକାଳ

Nrusingha Charan Tripathy

ଥପ ଥପ ପଡେ଼ ଶିଶିର
ଘାସ ପତର ପରେ,
ପକ୍ଷୀ ପନ୍ତି ପନ୍ତି ଉଡ଼ନ୍ତି
ବଡ଼ ଆବେଗ ଭରେ ।

ସକାଳ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କି ସୁନ୍ଦର ଦିଶେ ଧରଣୀ
ପାଇ ପ୍ରଭାତ ରାଣୀ,
ପ୍ରାଚୀଭାଗେ ରାଗେ ଅରୁଣ
ଖୋଲେ ସିନ୍ଦୁର ମୁଣି ।୧।

ପକ୍ଷୀଏ ଗାଇଲେ କାକଳୀ
ପାଇ ନବ ପରଶ,
ଫୁଲ ସବୁ ଆଖି ଖୋଲିଲେ
ଗାଇ ପ୍ରଭୁଙ୍କ ଯଶ ।୨।

ଥପ ଥପ ପଡେ଼ ଶିଶିର
ଘାସ ପତର ପରେ,
ପକ୍ଷୀ ପନ୍ତି ପନ୍ତି ଉଡ଼ନ୍ତି
ବଡ଼ ଆବେଗ ଭରେ ।୩।

କି ମନ୍ତ୍ର ପ୍ରଭାତ ଗାଉଛି
ସାରା ସଂସାର ଜାଗେ,
ପଶୁପକ୍ଷୀ ନର ପ୍ରାଣୀଏ
ଉଠିଲେଣି ସରାଗେ ।୪।

ଘଣ୍ଟା ଘଣ୍ଟାନାଦ ଶୁଭଇ
ସବୁ ଦେବ ଦେଉଳେ,
ବାଳକେ ଗଲେଣି ଚାହାଳି
ମା ଚାହେଁ ନିରୋଳେ ।୫।

ନିତି ପ୍ରତିଦିନ ସକାଳେ
ଡାକେ ଉଠରେ ପିଲେ,
ଜୀବନର ପ୍ରତି ମୁହୁର୍ତ୍ତ
ପୃଷ୍ଟା ଲେଉଟି ଚାଲେ ।୬।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top