ଆମର ମଧୁର ପ୍ରେମ
ଆରମ୍ଭ ଏଇ ହୋଇଥିଲା ତ କାଲି
ତୁମର ମଧୁର ପରଶ
ପ୍ରେମକୁ ଆମ ବଢାଇତ ଚାଲେ
ତୁମର ମଧୁର କଥା
ମନ ବୃକ୍ଷରେ ମୋର ପାଣି ଢାଳିଦିଏ
ଆମର ମଧୁର ପ୍ରେମ
ମୋ ଭିତରେ ପ୍ରତିକ୍ଷଣ ବଢିତ ଚାଲୁଛି ।
ତୁମର ମଧୁର ପ୍ରେମ
ପ୍ରତି ଅଙ୍ଗକୁ ମୋର କରେ ଯେ ଅବଶ
ତୁମ ସ୍ପର୍ଶ ଚାହୁଁଥାଏ
ତୁମର ମଧୁର କଥା
କାନରେ ମୋ ଗୁଞ୍ଜରୁ ତ ଥାଏ
ଆଉ କିଛି ଶବ୍ଦ ଆସେ ନାହିଁ ।
କି ଗଛ, ପାହାଡ ପର୍ବତ
ତୁମେ ହସୁଥାଅ ଯେ ସବୁଠି
ଯେଉଁଠି ମୁଁ ଖୋଜେ
ପାଏତ ତୁମକୁ ।
ଆମର ମଧୁର ପ୍ରେମ
ଏଇ କାଲି ତ ଆରମ୍ଭ ହୋଇଛି
କେତେ ମୁହୂର୍ତ୍ତ ଗଡି ତ ଗଲାଣି
ଆଜି ମହାଦ୍ରୁମ ପାଲଟି ଯାଇଛି
ଆସୁ କି ଝଡ ବରଷା
ହଲିବନି ଆମ ପ୍ରେମ କେବେ
ପର୍ବତର ଭଳି ଠିଆ ହୋଇଥିବ ।
