ଫେରେଇ ଦେ ମୋତେ
ମୋ ଆଖିର ନିଦ
ଯେତେ ମୋର ହସ
ଯେତେ ମୋର କାନ୍ଦ ।।୧।।
ତୋ କୋଳେ ଜନମିବି
ମନେ ଥିଲି ଭାବି
କୁଆଁ କୁଆଁ କରି
କେତେ ମୁଁ କାନ୍ଦିବି
ଆଶା ମରୀଚିକା କଲା ତୋର ଛନ୍ଦ
ଫେରେଇ ଦେ ମୋତେ ।।୨।।
ତୋ ସାଥେ ଖେଳିବି
ଥିଲା ମୋର ଆଶା
ତୋ ଠାରୁ ଶିଖିବି
ଜୀବନର ଭାଷା
ପୁଅ ଝିଅ ମଧ୍ୟେ କଲୁ ତୁହି ଭେଦ
ଫେରେଇ ଦେ ମୋତେ ।।୩।।
ତୋହ ପରି ହେବି
ମନରେ ସଂକଳ୍ପ
ଅସୁମାରି ସ୍ଵନ
ଜୀବନ ଅଳପ
ମନେ ପାଞ୍ଚୁ ମୋତେ କରିବାକୁ ବଧ
ଫେରେଇ ଦେ ମୋତେ ।।୪।।
