କବିତା

ଶୂନ୍ୟ ପାତ୍ର

Ashok Biswal's odia poem Mana Aakaashara Jahna

ତୁମେ ନଥାଅ ପାଖରେ
ବାରଣ ନଥାଏ ତ କିଛି
କିଏ ମୋତେ ମନା ତ କରିବ
କାନରେ କାହା କଥା ପଶିବନି
ତୁମ ବିନା
ସବୁ କିଛି ଲାଗେ ମୂଲ୍ୟହୀନ
ସବୁ ଶୂନ୍ୟ ଲାଗୁଥାଏ ।

ଶୂନ୍ୟ ପାତ୍ର

ଜାଣି ମୁଁ ପାରେନା
ମୋ ହାତର ପାତ୍ରରୁ
ଛାଙ୍ଗ ଏତେ ଶୀଘ୍ର ସରି ଯାଏ ତ କେମିତି
ଜାଣି ପାରେନା ମୁଁ କିଛି
ଟିକିଏ ନିଶା ବି ଲାଗେନା
ଦିଶୁ ନଥାଏ ଆଉ କାହା ମୁହଁ
କେମିତି ମୁଁ ଦେଖି ଯେ ପାରନ୍ତି ।

ତୁମେ ନଥାଅ ପାଖରେ
ବାରଣ ନଥାଏ ତ କିଛି
କିଏ ମୋତେ ମନା ତ କରିବ
କାନରେ କାହା କଥା ପଶିବନି
ତୁମ ବିନା
ସବୁ କିଛି ଲାଗେ ମୂଲ୍ୟହୀନ
ସବୁ ଶୂନ୍ୟ ଲାଗୁଥାଏ ।

କେତେ ଲୋକ ଥାଆନ୍ତି ସାଥିରେ
ଅଟକାଇବାକୁ କିଏ ପାଖରେ ନଥାନ୍ତି
ତୁମେ ନଥାଅ କତିରେ
ପାରେନା ତୁମକୁ ମୁଁ ଭୁଲି
ଜାଣି ମୁଁ ପାରେନା
କିଛି ନିଶା ବି ଲାଗେନା
ମୋ ପାତ୍ରରୁ ଛାଙ୍ଗ ଶୀଘ୍ର ସରି ଯାଏ ।

କିଛି ନିଶା ବି ଲାଗେନା
କରନ୍ତିନି କେହି ତ ବାରଣ
କାହା କଥା ଶୁଣି ମୁଁ ପାରେନା
ତୁମେ ଥିଲା ସିନା
ମୋତେ ମନା ତ କରନ୍ତ ।

କଣ ପାଇଁ ତୁମେ ଚାଲିଯାଅ
ଫେରିଆସ ତୁମେ ତ ଜଲଦି
ଏକାକୀ ମୁଁ ହୋଇଯାଉଅଛି
ଜୀବନଟା ଶୂନ୍ୟ ହୋଇ ତ ଯାଉଛି
ସବୁ ଆଡେ ମରୁମୟ ତ ଦିଶୁଛି
ଫେରି ଆସ ତୁମେ ଆଉ ଡେରି ନକରିକି ।

(ଷଷ୍ଠ ଦଲାଇଲାମାଙ୍କ ତରୂଣ ଜୀବନର ଭାବନା ଏ କବିତାମାନଙ୍କରେ କିଛି ମାତ୍ରାରେ ପ୍ରତିଫଳନ କରାଯାଇଛି । ସେ ଅରୂଣାଚଳ ପ୍ରଦେଶର ତାୱାଙ୍ଗ ଅଂଚଳରେ ଜନ୍ମ ଗ୍ରହଣ କରିଥିଲେ ଏବଂ ପରେ ତାଙ୍କୁ ଷଷ୍ଠ ଦଲାଇଲାମା ଭାବରେ ଅଭିଷିକ୍ତ କରାଯାଇଥିଲା । ତରୁଣ ବୟସରେ ସେ ସଂସାରରୁ ବିଦାୟ ନେଇଥିଲେ । )

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top