କବିତା

ଜୀବନର ଯଜ୍ଞକୁଣ୍ଡ

Surendra Kumar Behera's odia poem Jeebanara Jaygnakunda

ଗଛ ନୁହେଁ ସେ’ତ
ଜୀବନର ନିଃଶୂଳକ ସଙ୍ଗୀତ
ଜଣାନାହିଁ, କେତେବେଳେ ….
ତା’ର ନିମର୍ମ ଅଭିଶାପେ
ଲିଭିଯିବ ସକଳ ଜୀବଙ୍କ
ଜୀବନର ଯଜ୍ଞକୁଣ୍ଡ ! !

ଜୀବନର ଯଜ୍ଞକୁଣ୍ଡ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ବାରବାର ….
ହାଣ କୁରାଢ଼ୀର
ଶକ୍ତ ଚୋଟ ଖାଇ
ମରିମରି,
ଜିଇଁଛି ଗଛ !
ଆଉ ନାହିଁ ତା’ର
ନିଃଶ୍ଵାସରେ ….
ନିଃସର୍ତ୍ତରେ ସଚରାଚର
ଜୀବପାଇଁ ପ୍ରାଣ ସଂଚରିବାର
ମୁକ୍‌ତ ଅମ୍ଳଜାନ
ପ୍ରଶ୍ୱାସରେ,
ପ୍ରଦୂଷିତ ଉତ୍ତପ୍ତ ବାୟୁରୁ
ଖାଦ୍ୟ ଆଉ ଶକ୍ତି ପାଇଁ
ଅଙ୍ଗାରକାମ୍ଲ ଆହରିବାର
ମୁଗ୍‌ଧ ଶିହରଣ ! !

କାହିଁ କେଉଁ କାଳୁ
ଦି’ଟା ସଶକ୍ତ ହାତରେ
ବନ୍ଧା ପଡିଛି,
ତା’ର ତମାମ ଜୀବନ
ଆଉ ନାହିଁ ତା’ର
ଜଙ୍ଗଲରେ,
ବାଘର ହେନ୍ତାଳ କି
ସିଂହର ଘନଘୋର ଗର୍ଜନ
କଳାମେଘ ଦେଖି
ସଧୀର ଛନ୍ଦ ତୋଳି
ଆଉ ନାଚୁ ନାହାନ୍ତି
ବଣରେ ….. ମୟୁରମୟୂରୀ
କି ମାରୁ ନାହାନ୍ତି ;
ଧନୁତୀର, ବସ୍ତି ଆଦିବାସୀ ;
ପେଟ ପାଇଁ କରିବାକୁ
ବାର୍‌ହା ହରିଣାଦି ପଶୁ ଶିକାର ।

ଆଉ ନାହିଁ ତା’ର
ସେଦିନର ସେ,
ଶାନ୍ତ ସ୍ନିଗଧ ଚରାଭୂଇଁ
ତାହା ପାଲଟିଛି ଏବେ
ବସ୍ତୁବାଦୀ ଜାହଲାଦଙ୍କ ….
ନିଭୟ -ଆଶ୍ରୟର ଚୋରାଭୂଇଁ ।

ଆଉ ନାହିଁ ତା’ର
ପାଦ ତଳର ମାଟିରେ
ଖଣି, ଖାଦାନ, ଝରଣାର
ସ୍ୱଚ୍ଛଧାରା ଅବା ପାହାଡ଼ର
ସାବଜା ସ୍ତନକୁ ମେଘ
ଗିଳିଦବାର ଉଦ୍ଧାମତା ;
କାହିଁ କେବେଠାରୁ
ତୀକ୍ଷଣ ଦାନ୍ତ ଆଉ ଲହ ଲହ
ଲୋହିତ ରସନା ମେଲି
ଚାଟି ସାରିଲେଣି …..
ଦେଶୀ ବିଦେଶୀ ମାଫିଆ କି ଦଲାଲ୍
ଗଛର ଓଠରୁ ଚିର ଶାନ୍ତି ସବୁଜିମା
କୋଳରୁ କୋମଳ ଶୀତଳ ଛାଇ ;
ଆଉ ତା’ର ……. ଛାତିରୁ ….
ମର୍ମରୀତ ପବନର ମଧୁର ସ୍ୱର !

ଗଛ ନୁହେଁ ସେ’ତ
ଜୀବନର ନିଃଶୂଳକ ସଙ୍ଗୀତ
ଜଣାନାହିଁ, କେତେବେଳେ ….
ତା’ର ନିମର୍ମ ଅଭିଶାପେ
ଲିଭିଯିବ ସକଳ ଜୀବଙ୍କ
ଜୀବନର ଯଜ୍ଞକୁଣ୍ଡ ! !

 

 

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top