କବିତା

ମାତୃରୂପେଣ ସଂସ୍ଥିତା

Prafulla Kumar Panda's odia poem Maatruroopena Sansthitaa

ଦେବୀ ଶୈଳସୂତା
ବିଜୟ ତିଳକ ଦେଲ ଦଶାନନେ ହନ୍ତା
ଯାଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା ।।

ମାତୃରୂପେଣ ସଂସ୍ଥିତା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଅନାଲରୁ ସୃଷ୍ଟ ମା ଗୋ ଅଯୋନି ସମ୍ଭୁତା ।
ତବ ଆଗମନେ ସୃଷ୍ଟି ହୁଅଇ ନନ୍ଦିତା ,
ଭୂମି ଭୂମା ଇଟ୍କୁଣ୍ଠିତ ସତୃଷ୍ଣ ନୟନେ ।
ଲଭିବାକୁ ଅନୁକମ୍ପା ତବ ଦରଶନେ,
ହେ ଜଗତମାତା
ଜଗତ କଲ୍ୟାଣ ପାଇଁ ହୁଅ ଆବିର୍ଭୁତା ।
ଯା ଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା ।।

ଅସମୟେ ଆବିର୍ଭୁତା ବିଟୋଳ ନାସିନୀ ।
କମଳ ନୟନେ ତୋଷ କମାଲ ନୟନୀ,
ମାତୃସଂସ୍ଥା ପନାର୍ଥାୟେ ରୂପ ତୋ ବହୁଧା ।
ଅବଳା ଦୂର୍ବଳା ନୁହେଁ ଅଟେ ସ୍ୱୟଂସିଦ୍ଧା,
ଦେବୀ ଶୈଳସୂତା
ବିଜୟ ତିଳକ ଦେଲ ଦଶାନନେ ହନ୍ତା
ଯାଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା ।।

ଦେବ ଦୁର୍ଗତି କାଳରେ ଦୂରିତ ନାଶିନୀ ।
ମହିଷା ମର୍ଦ୍ଧିଲୁ ମା’ଗୋ ତୁ ସିଂହବାହିନୀ,
ଷଡ଼ରୀପୂ କ୍ଷୟକାରି ଅଭୟ ଦାୟିନୀ ।
ଶାରଦା ବରଦା ମା ଗୋ ପ୍ରକୃତି ରୂପିଣୀ,
ତୁ ହିଁ ଆଦି ମାତା
ଯୁଗେ ଯୁଗେ ବିଶ୍ୱପ୍ରାଣେ ହୁଅ ସୁପୂଜିତା ।
ଯା ଦେବୀ ସର୍ବଭୂତେଷୁ ମାତୃ ରୂପେଣ ସଂସ୍ଥିତା ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top