କହିବିନି କିଛି ରହିବି ମୁକ
ଖଣ୍ଡାଧାରେ ଚାଲି ସହିବି ଦୁଃଖ ।। ।।
ଗଢିବି ସଂସାର କରି ସରଗ
ଘଟୁ ପଛେ ଯେତେ ବିପଦ ମେଘ ।। ।।
ଚରଣ ପାଦୁକା କରି ତୁ ରଚ
ଛଳ ନ କରି ମୋ ଜୀବନ ବାଛ ।। ।।
ଜନମ ଦେଇ ମା ତୁ ସାଜ
ଝର ଟିଏ ନଦୀ ହେବ ତୁ ବୁଝ ।। ।।
ଟଳିତ ଆଜି ମା ଜୀବନ ଘାଟ
ଠକା ଯେ ଜୀବନ ମା ଆଜି ଶଠ ।। ।।
ଡହକ ଅଛି ମୋ ଜୁଇ ର ରଡ
ଢଳିଲା ସୁରୁଜ, ଝଡିଲା କଢ ।। ।।
ତଞ୍ଚକ ଜୀବନ ମା ମରଣ ସତ
ଥୟ ମୋ ମରଣେ ମା ଅଛୁ କି ନାଥ ।। ।।
ଦରିତ ଭ୍ରୁଣ ଜନମରେ ବିପଦ
ଧରଣୀ ଦେଖିବା ଅଗୁ ହେଲା ମୋ ବଧ ।। ।।
ପରମ କାରଣେ ମା ଲାଗିଲେ ପାପ
ଫରଦ ପାପର ମା କରିଦେ ମାଫ ।। ।।
ବଞ୍ଚିତ କଲେ ଜନମୁଁ ଆଉ କି ହେବ
ଭବ ସାଗର ସାଜିଛି ଆଜି ଗରଭ ।। ।।
ମରୁଛି ମା ମୁଁ ନ ନେଇ ଜନମ
ମନ୍ଦ ମୋର ଭାଗ୍ୟ ଫଳ, କରମ ବାମ ।। ।।
ରଚନା ମଝିରେ ସେ ହତ୍ୟା ଭ୍ରୁଣର
ଲହୁରେ ମା ର ହାତଟି ଲାଲ ।। ।।