କବିତା

ଚିରକାଳ ପାଇଁ ନାମ ସୁବର୍ଣ୍ଣ ଅକ୍ଷରେ

Madhabananda Panda's odia poem for children chirakaala paain naama subarna akshyara

ବାୟସ ସକଳ କରି କା’ କା’ ରବ
ଉଡ଼ି ବୁଲି ଚତୁର୍ଦ୍ଦିଗେ କରନ୍ତି ପ୍ରଚାର
ଉଠ ଉଠି ସର୍ବେ ପରା ହେଲାଣି ସକାଳ
ହେଉ କର୍କଶ ଶବଦ କରେ ଉପକାର ।

ଚିରକାଳ ପାଇଁ ନାମ ସୁବର୍ଣ୍ଣ ଅକ୍ଷରେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ପାଟଳବରଣା ଉଷା ଦିଗ୍‌ବଳୟ ଧାରେ
ଦେଖାଇଲାଣି ଲପନ ରାତ୍ରି ଅବସାନେ
ଉଠିଲେଣି ନିଦ୍ରା ତେଜି ଗ୍ରାମ ଜନପଦ
ହୋଇବେ କର୍ମ ଚଞ୍ଚଳ ଜନ, ପ୍ରାଣୀମାନେ ।

ବାୟସ ସକଳ କରି କା’ କା’ ରବ
ଉଡ଼ି ବୁଲି ଚତୁର୍ଦ୍ଦିଗେ କରନ୍ତି ପ୍ରଚାର
ଉଠ ଉଠି ସର୍ବେ ପରା ହେଲାଣି ସକାଳ
ହେଉ କର୍କଶ ଶବଦ କରେ ଉପକାର ।

କୁକ୍କଟ ସଦର୍ପେ ଗ୍ରୀବାଚୁଳ ଟେକି
କକର-କ’ ଶବ୍ଦେ ଅବା ଏହା କହୁଥାଇ
କାହିଁକି ରହିଛ ଶୋଇ ଆହେ ବିଶ୍ୱବାସୀ
ସମୟ ଯାଉଚି ଗଡ଼ି କିବା ଜଣାନାହିଁ ।

ଚାଷୀକୁଳ ଚାଷ କାର୍ଯ୍ୟେ ହେଲେଣି ବାହାର
ବିଦ୍ୟାଳୟେ ଯିବା ପାଇଁ ଛାତ୍ରଛାତ୍ରୀ ଗଣ
ମନ୍ଦିର ପୂଜକ ସାରି ସ୍ନାନ ସରୋବରେ
ଫେରୁଛନ୍ତି କରି କରି ମନ୍ତ୍ର ଉଚ୍ଚାରଣ ।

ବିହଙ୍ଗମେ ବିଲମାଳେ ଯାଉଛନ୍ତି ଉଡ଼ି
ଖୋଜିବାକୁ ପୋକ ଜୋକ ନିଜ ନିଜ ଖାଦ୍ୟ
ଯେଝା କାର୍ଯ୍ୟେ ନିୟୋଜିତ ହେବାକୁ ସରବେ
ହୁଅନ୍ତି ପ୍ରସ୍ତୁତ ଶୁଣି ଉଷାକାଳ ବାଦ୍ୟ ।

ରକ୍ତାଭ ଗୋଲକ ସୂର୍ଯ୍ୟ କ୍ରମେ ନଭ ମାର୍ଗେ
ହୋଇଲେଣି ଅଗ୍ରସର ଔଜ୍ଜଲ୍ୟ ପ୍ରକାଶି
ସକଳ ଶକ୍ତିର ସେହୁ ଅଟନ୍ତି ଆଧାର
ତାଙ୍କ ବିନା ପାରିବେକି ଜୀବନ ଧାରଣ
କରି ସ୍ଥାବର ଜଙ୍ଗମ ସର୍ବ ବିଶ୍ୱବାସୀ ?

ବାଲ୍ୟକାଳ ଜୀବନର ଉଷାକାଳ ପ୍ରାୟ
ମହତ କାର୍ଯ୍ୟେ ପ୍ରବୃତ୍ତ ହେବା ନିରନ୍ତରେ
ମାନବର ଇତିହାସେ ହେବ ଲିପିବଦ୍ଧ
ଚିରକାଳ ଲାଗି ନାମ ସୁବର୍ଣ୍ଣ ଅକ୍ଷରେ ।

1 Comment

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top