ଶୀତ ମାଉସୀ ଲୋ ! ଶୀତ ମାଉସୀ !
ଆସୁ କାର୍ତ୍ତିକ ମାସେ,
ଚାରିମାସ ଯାଏ କରି ଲୀଳା ଖେଳା
ଫେରିଥାଉ ମାଘ ଶେଷେ ।
ଶସ୍ୟକ୍ଷେତ୍ରେ ଧାନ, ଗଛରେ ପିଜୁଳି
ପୋଖରୀରେ କେତେ କଇଁ,
ବାଡ଼ି ବଗିଚାକୁ ପୂରେଇ ଗେଣ୍ଡୁରେ
ଧରି ପୁଣି ଜୁଇ ଜାଇ ।
ଶୀତବସ୍ତ୍ର ମଧ୍ୟେ ଛୋଟ କରି ଦିନ
ବଢ଼ିଯାଇଥାଏ ରାତି,
ସକାଳେ ସନ୍ଧ୍ୟାରେ କି ଧନୀ ଗରିବ
ସେ କି ହୋଇଥାନ୍ତି ତାତି,
ଘରେ ଘରେ ପୂଜା ପାଇଥାନ୍ତି ଲକ୍ଷ୍ମୀ
ବିଦ୍ୟାଳୟେ ସରସ୍ୱତୀ,
ବାଲିଯାତ୍ରା ହୋଇ ହୁଏ ବଡ଼ଓଷା
ହୁଏ ମକର ସଂକ୍ରାନ୍ତି !
ଏହି ସମୟରେ କ୍ଷେତ୍ରେ ଅନ୍ନଦାତା
ଖଟିଥାଏ ଦିନରାତି,
ଦେଶ ସେବା କରି ହୁଏ ସେ ବିଭୋର
ଲାଭ କରି ପରଂଶାନ୍ତି ।
