ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଗୋଲ୍ ଗୋଲ୍ ଗୋଲ୍
ମଣ୍ଡାପିଠା ଗୋଲ୍
ସବୁ ଗାଡ଼ିର ଚକ ଗୁଡ଼ିକ
ଗୋଲ୍, ଗୋଲ୍, ଗୋଲ୍
ଜହ୍ନମାମୁଁ ଗୋଲ୍
ସୂର୍ଯ୍ୟ ଜେଜେ ଗୋଲ୍
ଦିଗ୍ବଳୟ ଦିଶଇ ପରା
ଗୋଲ୍, ଗୋଲ୍, ଗୋଲ୍
କମଳା ଲେମ୍ବୁ ଗୋଲ୍
ଆମ ପୃଥିବୀ ଗୋଲ୍
ଜଗା କାଳିଆ ଆଖି ଯୋଡ଼ିକ
ଗୋଲ୍, ଗୋଲ୍, ଗୋଲ୍
ଫୁଟ୍ବଲ୍ଟି ଗୋଲ୍
କ୍ରିକେଟ୍ ବଲ୍ ଗୋଲ୍
ଅଙ୍କରେ ବନୁ ପାଇଚି ଗୋଲ୍
ପିଠିରେ ହରିବୋଲ୍ ।

Subrat
December 10, 2016 at 1:38 am
Nice one gol gol gol