କବିତା

କାହାଠୁ କା’ଣ ଶିଖିବା

Kanishtha Kishore Sahu's odia poem Kaahaathu Kana Shikhibaa

ବସୁମତୀ ଠାରୁ ସହନଶୀଳତା
ସୂର୍ଯ୍ୟଠାରୁ ତତ୍ପରତା,
ଗୁରୁଜନଠାରୁ ନାରିକେଳ ଗୁଣ,
ବୃକ୍ଷଠାରୁ ଉପକାରିତା ।

କାହାଠୁ କା'ଣ ଶିଖିବା

ଚତୁରତା ଗୁଣ କାଉଠାରୁ ଶିଖି
ଜଳଠାରୁ ପ୍ରସନ୍ନତା ,
ପବନ ଶିଖାଏ ସମତାର ଭାବ,
ଜହ୍ନଠାରୁ ଶୀତଳତା ।

ବସୁମତୀ ଠାରୁ ସହନଶୀଳତା
ସୂର୍ଯ୍ୟଠାରୁ ତତ୍ପରତା,
ଗୁରୁଜନଠାରୁ ନାରିକେଳ ଗୁଣ,
ବୃକ୍ଷଠାରୁ ଉପକାରିତା ।

ମହୋଦଧିଠାରୁ ବିଶାଳହୃଦୟ
ପିମ୍ପୁଡିଠୁ ସକ୍ରିୟତା,
ଘଣ୍ଟାଠାରୁ ସମୟର ବ୍ୟବହାର
ଆକାଶଠୁ ଉଦାରତା ।

ଗୀତାଠାରୁ ଜୀବନର ଦରଶନ
ନିମ୍ଵଠାରୁ ପିତା ଗୁଣ,
କୁକୁରଠୁ ହେବା ବିଶ୍ୱାସ ଭାଜନ
ଲତାଠୁ ନରମ ପଣ ।

ସାରା ଜଗତରେ ସବୁଠି ରହିଛି
କିଛି ନା କିଛି ସୁଗୁଣ,
ସେ ସବୁକୁ ଶିଖି ଆଗେଇ ପାରିଲେ
ସାର୍ଥକ ହେବ ଜୀବନ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top