କିଏ ସେ ଦେଇଛିଫୁଲରେ ସୁବାସ
ଫଳରେ ଅମୃତ ଭରି,
କିଏବା ଦେଇଛିଅମା ଅନ୍ଧକାର
ଜହ୍ନରେ ଜୋଛନା ଜରି ।୧।
କିଏ ସେ ଦେଇଛିଆକାଶରେ ରବି
ତାରକା ଫୁଲର ରାତି,
କାହାପାଇଁ ଏହିମଣିଷ ଜାତି
କର୍ମରେ ଯାଏ ମାତି ।୨।
କିଏ ସେ ଦେଇଛିକୋଇଲିର କେ
କୁହୁ କୁହୁ ତାନ ସ୍ୱର,
କାହା ପାଇଁ ଝରେଏତେ ତରତରେ
ଗିରି କନ୍ଦରୁ ଝର ।୩।
କିଏ ଗଢିଅଛିଗିରି ଯେ କାନନ
ଶ୍ୟାମଳିମା ମଧୁଛନ୍ଦେ,
ଫୁଲରେ ଭରିଛିମଧୁର ସୁବାସ
ସମୀରଣ ବହେ ମନ୍ଦେ ।୪।
କିଏ ସେ ଦେଇଛିମା’ ବାପା ଭଳି
ହେବାକୁ ବିପଦେ ସାହା
ପଡ଼ିଗଲେ ତଳେଉଠେଇ ଆଣଇ
କହି ମିଠା କଥା ଆହା ।୫।
ଦେଖିବାକୁ ମନହେ! ସୃଷ୍ଟିକାରୀ
ତବ ରଙ୍ଗ ତୂଳୀ ହାତ
ପଖାଳିବି ପଦପୂଜିବି ବିଭୂହେ
କରି ଭକ୍ତି ପୂତଚିତ୍ତ ।୬।