କବିତା

ହାତରେ ମୋ ପାଞ୍ଚ ଆଙ୍ଗୁଠି

Rukeya Jabeen's odia odia children poem Haatare Mon Paancha Anguthi

ପଞ୍ଝାଟି ମୁଜି କାଣି ଆଙ୍ଗୁଠି ଟେକି ଶ୍ରେଣୀ କକ୍ଷରୁ ବାହାରିବା,
ଟିକିଏ ବୁଲି, ପାଣି ଢୋକେ ମରି ,ପୁଣି ପାଠ ପଢି ବସିଯିବା ।

ଦେହରେ ମୋ ଦୁଇଟି ହାତ,
ଗୋଟିଏ ହାତରେ ପାଞ୍ଚ ଆଙ୍ଗୁଠି ।

ମୋଟା ସୋଟା ବୁଢ଼ା ,
ଆରମ୍ଭ କରେ ମୋ ପଞ୍ଝାଟି ।

ପାଖକୁ ତାର ଲାଗିଛି ଲମ୍ବା ସରୁ,
ବିଶି ଆଙ୍ଗୁଠି ସିଏ କରେ ନିର୍ଦ୍ଦେଶ ଦୁରୁ ।

ସବୁଠାରୁ ଲମ୍ବା ଦିଶେ ମଧ୍ୟମା ଆଙ୍ଗୁଠି,
ଜଗିଛି ତାକୁ ବିଶି, ଅନାମିକା ଲଗାଇ ପିଠି ।

ଭାରି ଚତୁର ସେ ଆଙ୍ଗୁଠି ଅନାମିକା ,
ସୁଭ କାର୍ଯ୍ୟରେ ଆଗ ଥାଏ ସିଏ ଏକା ।

ସବୁଠାରୁ କ୍ଷୁଦ୍ର ଆକାରରେ ସେ କାଣି ଆଙ୍ଗୁଠି,
ଶେଷରେ ଥାଇ ପାପୁଲି ଟିକୁ ଦିଏ ସୁନ୍ଦରେ ଗଢି ।

ଆ ଲୋ ପଞ୍ଝା ଏକାଠି ହେବା ,
ତାଳି ମାରି ସୁକର୍ମ କୁ ସ୍ୱାଗତ କରିବା ।

ଦୁଇ ହାତର ବୁଢା ଆଙ୍ଗୁଠି ବୁଜି ,
ଚାରି ଆଙ୍ଗୁଠିରେ ଚଢ଼େଇ ଟିଏ ଉଡ଼େଇ ଦେବା।

ବିଶିରେ ବୁଢ଼ା ଆଙ୍ଗୁଠି ଲଗେଇ ଗୋଲ କରିବା,
ତିନି ଆଙ୍ଗୁଠି ସିଧା ରଖି ସଠିକ୍ ବୋଲି ଜଣାଇ ଦେବା ।

ମଧ୍ୟମା , ଅନାମିକା ସଙ୍ଗେ ବିଶି କୁ ଠିଆ କରିବା,
ବିଜୟ ପ୍ରତୀକ ସାରା ଦୁନିଆ କୁ ଦେଖାଇଯେ ଦେବା ।

ପଞ୍ଝାଟି ମୁଜି କାଣି ଆଙ୍ଗୁଠି ଟେକି ଶ୍ରେଣୀ କକ୍ଷରୁ ବାହାରିବା,
ଟିକିଏ ବୁଲି, ପାଣି ଢୋକେ ମରି ,ପୁଣି ପାଠ ପଢି ବସିଯିବା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top