ନିରଳଶ ଭାବେ ଝର ଝର ଝରେ
ଝରଣା ଟିଏ
ଧୀର ମୃଦୁ ଧାରେ କଳ କଳ ନାଦେ
ଝରୁଛି ସିଏ ।
ଦ୍ୱନ୍ଦ୍ୱ ହୀନ ଭାବେ ବିତରି ଜଳ
ସର୍ବଜୀବଙ୍କୁ
ଭେଦ ଭାବି ନୀତି ନ ଥାଏ ତା ପାଖେ
କାଳକାଳକୁ ।
ବାଣ୍ଟି ଜଳ ରାଶି ଜୀବନ ଖେଳାଏ
ଜୀବଜଗତେ
ଦାନ କରି ସେହୁ ସଦାବେଳେ ଶୀର
ଟେକେ ମହତେ ।
ଏତେ ଗୁଣ ଯୋଗୁଁ ପୂଜା ପାଏ ସେହୁ
ଧରାଧାମରେ
ଦାନ ଦେଇ କରେ ସକଳ ମଙ୍ଗଳ
ଖୁସି ମନରେ ।
ସକଳ ମଙ୍ଗଳ ନୀତିକୁ ବିସ୍ତାର
କେତେ ଆଦରେ ।।