ଆଖି ତ’ ଝରକା ମଣିଷ ମନର
ଗୋଟାଇବାକୁ ବାହାର
ଦୁନିଆର ଅନୁଭୂତି,
ସ୍ନାୟୁ ଓ ଦୁଇ ମାଂସ
ପେଣ୍ଡୁଳାର ଅଜବ ମିଶ୍ରଣ ।
କ୍ୟାମରା ବି ଆଖି ଭଳି,
ମାତ୍ର ସେ କଣ ପରଖି ପାରେ?
ଖଟାଏ ବିବେକ ?
ଆଖି କେବେ ଛାପିନିଏ
କେବେ ଲିଭି ଯାଏ,
ଖାଲି ଯାହା ଦେଖିଥାଏ
କେବେ ବିଶ୍ଵାସ କରେ, ଆଉ
କେବେ ସନ୍ଦେହରେ ତା
ପାରିଲା ପଣିଆ ।
ସେଠି ଲୋଡ଼ା ଯାଏ
ତାର ମାନସ ସନ୍ତାନ
ଲୁଚି ଛପି ରହିଥିବା ସତ୍ୟର
ଖୋଳ-ତାଡ ପାଇଁ
ହଜିଯାଇ ଥିବା ଖିଆଲର ସୂତ୍ର ନେଇ ।
ବିଡମ୍ବନା ଏମିତି, କ୍ୟାମେରାକୁ
ଯାହା ଦେଖା ଯାଏ
ସେଇଆକୁ ଦେଖେ,
ତା ପରିଧି ଓ ସମୟର ସୀମା ନେଇ ।
କେବେ ବି ଥକେନା
ପଲକ ଝୁକାଇ, ନା ତାକୁ କରିବାକୁ
ହୁଏ ମସ୍ତିଷ୍କର ବ୍ୟବହାର ।
ଆଖି, ଖୋଲା ରହି ଦିବା ସ୍ଵପ୍ନ ଦେଖେ
କଳ୍ପନାରେ ବୁଡି ରହି ଅନେକ ପରଖେ,
କେବେ ଦୁଖ-କଷ୍ଟ ଭୁଲାଇବା ପାଇଁ ।
କ୍ୟାମେରାତ ଲୋଡା,
ବାସ୍ତବ-ନିଛକ ଚିତ୍ର ପାଇଁ
କେତେ ସମାନତା, ଅସାମଞ୍ଜସ୍ୟତା,
ଜୀବନରେ ଏ ଦୁଇଟି ଯାକର ।
ଜୀବନ ରାସ୍ତାରେ ଚାଲିବାକୁ
ଜିଇଁବାକୁ, ସାଜିବାକୁ ଭାବୁକ
ଆବଶ୍ୟକତା ଅଛି ଅନେକ
ତଥାପି ଦୁହିଙ୍କର ।