ବୃକ୍ଷ ପରି ବିଶ୍ଵେ ହେବ କିଏ ଏତେ ମହନୀୟ
ଦାନ ଧ୍ୟାନ ସେବା ମଉନ ବରତେ ସହନୀୟ ।।
ହାଣିଲେ ବି ଯିଏ କରେ ନାହିଁ କେବେ ପ୍ରତିବାଦ
ଅବସ ହୋଇଲେ ଦିଏ ଛାୟା ହରେ ଅବସାଦ ।।
ଫୋପଡ଼ ମାରିଲେ ଦିଏ ଫଳ କରେ ନାହିଁ ରୋଷ
ଡାଟା ପଣେ ତା’ର ନାହିଁ ଛଳ ନାହିଁ ଅବସୋସ ।।
ଆମ ଘରେ ଯେତେ କାଠର ଦରବ ତା ଦାନ
ଜନ ହିତେ ଜଳି ନ କରେ ଗରବ ଅଭିମାନ ।।
ନିଃଶ୍ବାସ ପ୍ରଶ୍ୱାସେ ରହିଥାଏ ଆମ ସଂଗତରେ
ବୃକ୍ଷ ବିନା ଚାଲିପାରିବ କେ ଜୀବ ଜଗତରେ ।।
ନଈ ବଢି ଅବା ଝଡ ବତାଶରେ ମା’ ପରି
ସାହିଯାଏ କେତେ ବିପଦ ଆପଦ ଆଗୁସରି ।।
ଲଗାଇବା ବୃକ୍ଷ ଜୀବନେ ସଭିଏଁ ଦୁଇ ଚାରି
ସବୁଜ କରିବା, ସଡ଼କ ସହର ଘରବାରି ।।