ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଆହେ ବିଶ୍ଵପତି ଘେନ ମୋ ପ୍ରଣତି
କରୁଛି ବିନତି ଡବ ଦାସ
ଜୀବନକୁ ମୋର ଆଲୋକିତ କର
ଅଜ୍ଞାନ ଅନ୍ଧାର ହେଉ ନାଶ ।।
ମୁଖେ ଦିଅ ସଦା ସେନେହ ଶରଧା
ହରଷ ବିନୟ ଶାଳୀନତା
ଖଚ ମିଛ ଅରି ପରିତ୍ୟାଗ କରି
ଶୁଣୁଥାଉ କାନ ହିତ କଥା ।।
ନୟନର ଜ୍ୟୋତି ଲକ୍ଷ୍ୟ ରହୁ ପ୍ରତି
ନିଷ୍ପେସିତ ଦୁଃଖୀଜନ ସାଥେ
ଦାନ ପୁଣ୍ୟ ମାନ ସତ୍ ଉପାର୍ଜନ
ସଂପାଦନ ହେଉଥାଉ ହାତେ ।।
ଚରଣ ଯୁଗଳ ଛାଡ଼ି ଦେଉ ଖଳ
କପଟ ସ୍ୱଭାବ ଦୁଷ୍ଟ ସଂଗ
ଜ୍ଞାନୀ ଗୁଣି ଜନ ସାଧୁ ଦରଶନ
ଯାଉ ଯାଉ କରି ସତ୍ସଂଗ ।।
ଭାଙ୍ଗିଦିଅ ଯେତେ ଗର୍ବ ଅହଂଭାବ
ନିରିମଳ ପ୍ରଭୁ ରଖ ଚିତ୍ତ
ମାନ ଅଭିମାନ ନକର ବିଧାନ
ଦିଅ ଯାହା ସର୍ବ ଜନହିତ ।।
