କବିତା

ଦେଶ ପାଇଁ କିଛି କଲେ

Dibakar Sahoo's odia poem Desha Paain Kichi Kale

ବାଟକୁ ସୁନ୍ଦର କୁନି କୁନି ପିଲା
ପାଠପଢି ଯାଉଥିଲେ
କାନ୍ଧରେ ବସ୍ତାନି ହାତେ ଧରି ଛତା
ଚଗଲା ଟିକିଏ ହେଲେ ।।

ଦେଶ ପାଇଁ କିଛି କଲେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ବାଟକୁ ସୁନ୍ଦର କୁନି କୁନି ପିଲା
ପାଠପଢି ଯାଉଥିଲେ
କାନ୍ଧରେ ବସ୍ତାନି ହାତେ ଧରି ଛତା
ଚଗଲା ଟିକିଏ ହେଲେ ।।

ତୁଠକୁ ସୁନ୍ଦର ଭାଲୁକୁଣୀ ପୂଜା
ସାନ ସାନ ଝିଅ ମେଳି
ନଦୀକୁ ସୁନ୍ଦର ଦୁଷ୍ଟାମୀ ତାଙ୍କର
କରୁଥିଲେ ଜଳ କେଳି ।।

କ୍ଷେତକୁ ସୁନ୍ଦର ସୁନାରଙ୍ଗ ଧାନ
ପବନେ ଦୋହଲୁ ଥିଲେ
ହିଡ଼ ବାଟେ ମା’ କାନି ଧରି ଶିଶୁ
ଚାଲୁଥାଏ ଯେବେ ବିଲେ ।।

ଖଳାକୁ ସୁନ୍ଦର ଗଦାଗଦା ଧାନ
ପିଲାଟିଏ ହୋଇଥିବ
ସକାଳର ଚା’ ଜଳଖିଆ ଘେନି
କୁନି ଝିଅ ଯେବେ ଯିବ।।

ଘରକୁ ସୁନ୍ଦର ଜେଜେ ମା’ ଠାରୁ
ପଇସା ଗୋଟିଏ ପାଇଁ
ଛିଗୁଲେଇ ହୋଇ ପାଇଲେ ସେତକ
ନାତି ଟୋକା ଯାଏ ଧାଇଁ ।।

ବିଦ୍ୟାଳୟ ଶୋଭା ପୁଅ ଝିଅ ମିଶି
ପ୍ରାର୍ଥନାରେ ଛିଡା ହେଲେ
ଦେଶକୁ ସୁନ୍ଦର ତାଙ୍କରି ଦକ୍ଷତା
ରାଷ୍ଟ୍ର ପାଇଁ କିଛି କଲେ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top