ରେ ଆତ୍ମନ

ନିର୍ଦ୍ଧାରିତ ସମୟ

Shyamambari's odia re atman article Nirdharita Samaya

ଧୈର୍ଯ୍ୟହରା ହେବା ଅନୁଚିତ୍ ।

ଯେତେବେଳେ ଯାହା ଦ୍ୱାରା ଯାହା ହେବାକୁ ଥାଏ ତାହା ପୂର୍ବରୁ ନିର୍ଦ୍ଧାରିତ ହୋଇ ରହିଥାଏ । ରାତି ପାହିଲେ ଶ୍ରୀରାମ ରାଜଗାଦୀରେ ବସିଥାନ୍ତେ। ହେଲେ କୈକେୟୀ ରାଜା ଦଶରଥଙ୍କଠାରୁ ବରତକ ମାଗିନେଲେ। କେବଳ ଭରତ ରାଜଗାଦୀରେ ବସିବା ଯଦି ମାତା କୈକେୟୀଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ତେବେ ଶ୍ରୀରାମଙ୍କ ବନବାସର ଆବଶ୍ୟକତା ନଥିଲା । ଶ୍ରୀରାମ ଭରତଙ୍କ ପାଇଁ ବିପଦ ବନିନଥାନ୍ତେ । ଦଶରଥଙ୍କ ଜ୍ୟେଷ୍ଠପୁତ୍ର ଶ୍ରୀରାମଚନ୍ଦ୍ର ହିଁ ରାଜା ହେବେ ଏକଥା କଣ କୈକେୟୀ ଆଗରୁ ଜାଣିନଥିଲେ ? ଚାରିଭାଇଙ୍କ ଭିତରର ସଂପର୍କକୁ ସେ ବୁଝିନଥିଲେ ? ତିନି ରାଣୀଙ୍କ ଭିତରୁ ଅଧିକ ରୂପବତୀ, ଗୁଣବତୀ ଓ ଯୋଦ୍ଧା ଥିବାରୁ ରାଜା ତାଙ୍କୁ ଅଧିକ ବିଶ୍ୱାସ କରୁଥିଲେ! କୈକେୟୀ ଏଭଳି କରିନଥିଲେ “ରାମାୟଣ” ମହାଗ୍ରନ୍ଥରେ ସାମିଲ୍ ହୋଇନଥାନ୍ତା । ଭରତ, ଲକ୍ଷ୍ମଣଙ୍କ ପରି ଭାଇଙ୍କ ତ୍ୟାଗ କି ସୀତାଙ୍କ ସତୀତ୍ୱର ପରାକାଷ୍ଠା ସଂସାର ଦେଖିପାରିନଥାନ୍ତା । ଋଷିପତ୍ନୀ ଗୌତମୀ ପଥରରୁ ନାରୀ ହେବା ଓ ଶବରୀର ଶୁଦ୍ଧଭକ୍ତି ସହିତ ଜଗତ ପରିଚିତ ହୋଇନଥାନ୍ତା । ଭାତୃସ୍ନେହ, ହନୁମାନଙ୍କ ଭକ୍ତିପ୍ରାଣତା, ସୁଗ୍ରୀବଙ୍କ ମିତ୍ରତା, ମାତୃପିତୃ ବତ୍ସଳତା, ରାବଣର ବିଜ୍ଞତା, ଅହମିକା ଏସବୁର ଦସ୍ତାବିଜ୍ ହେଉଛି ରାମାୟଣ । ମନ୍ଥରା ବି କୈକେୟୀଙ୍କୁ ପ୍ରରୋଚିତ କରିନଥିଲେ କୈକେୟୀ ଏସବୁ କରିନଥାନ୍ତେ ! ତେଣୁ ମନ୍ଥରା ରାମାୟଣର ମୁଖ୍ୟ-ପରୋକ୍ଷ ଚରିତ୍ର । ହନୁମାନ ସୀତାଙ୍କୁ ଅଶୋକବନରେ ଦେଖି ଭାବିଲେ ସେହିକ୍ଷଣ ହିଁ ତାଙ୍କୁ ନେଇଆସିବେ ପ୍ରଭୁଙ୍କ ପାଖକୁ । ହେଲେ ପ୍ରଭୁ ତ କେବଳ ମୁଦ୍ରିକା ଦେଇ ପଠାଇଥିଲେ । ଆଉକିଛି କହିନଥିଲେ। ତ୍ରିଜଟା ସ୍ୱପ୍ନ ଦେଖିଲା ଜଣେ ବାନର ଆସି ସ୍ୱର୍ଣ୍ଣଲଙ୍କାକୁ ଜାଳିଦେବ । ହନୁମାନ ଭାବିଲେ -ପ୍ରଭୁ ଏଭଳି ଆଦେଶ କରିନଥିଲେ ତ ! କିନ୍ତୁ ହନୁମାନଙ୍କ ଲାଂଗୁଳରେ କପଡା ବାନ୍ଧି ନିଆଁ ଲଗେଇ ଦିଆଯିବାରୁ ହନୁମାନ ସ୍ୱଭାବବଶତଃ ଡିଆଁଡେଇଁ କରି ସେଇ ନିଆଁରେ ଲଙ୍କାକୁ ଧ୍ୱଂସ କରିଦେଲେ ! ଏଣୁ ସବୁର ଉଚିତ୍ ସମୟ, ଶୈଳୀ ଓ ପାତ୍ର ପୂର୍ବ-ନିର୍ଦ୍ଧାରିତ । ତେଣୁ ଧୈର୍ଯ୍ୟହରା ହେବା ଅନୁଚିତ୍ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top