କବିତା

ବର୍ଷା

Priyanka Prusty's odia poem Barshaa

ବାଜା ତାଳ ଢୋଲ ମହୁରୀ ବଜାଇ
ଆସେ ଘଡଘଡି ରଡ଼ି
ଦୁହେଁ ମିଶି ଗଲେ ଆକାଶ କମ୍ପଇ
ଆସଇକେ ଘୋଡ଼ା ଚଢ଼ି ।

ସଂଧ୍ୟା ସମୟେ ଆକାଶେ ଅନ୍ଧାର
ମାଡ଼ି ଆସୁଅଛି ଯେ ସତେ
ବିଜୁଳି ରମଣୀ ନୃତ୍ୟ କରୁଅଛି
ପିନ୍ଧି ନୂପୁର ପାଦେ ।

ବାଜା ତାଳ ଢୋଲ ମହୁରୀ ବଜାଇ
ଆସେ ଘଡଘଡି ରଡ଼ି
ଦୁହେଁ ମିଶି ଗଲେ ଆକାଶ କମ୍ପଇ
ଆସଇକେ ଘୋଡ଼ା ଚଢ଼ି ।

କଳା ଶାଢୀ ପିନ୍ଧି, ମୁହଁକୁ ଲୁଚାଇ
ଧିରେ ଚାଲି ଆସେ ସଙ୍ଗେ ମେଘମାଳ ନେଇ
ବାଜା ବାଣ ଧରି ନୃତ୍ୟ ଗୀତ କରି
ପାଦ ଥାପି ଦିଏ ପୃଥିୀପୃଷ୍ଟରେ ସେହି ।

ଗଗନ ପବନ ପ୍ରକମ୍ପିତ କରି
ରଚି ଚାଲେ ତାର ଲୀଳା
ସ୍ତମ୍ବୀ ମାନ କରି ମଣିଷ ଜାତି କୁ
ଦେଖାଇ ଥାଏ ତା ଖେଳା ।

କିନ୍ତୁ ମୋ ଚକ୍ଷୁରେ ତୋତେ ଯେବେ ଦେଖେ
ଅନ୍ୟ ପରି ନଥାଏ ମୋ ପାଖେ ଡର
ଦେଖି ମୁଁ ଆକାଶେ ତୋ ରୂପ ମାଧୁରୀ
ମନ ମୋହି ନେଉ ମୋର ।

କିପରି ଆକଳ କରିବି ମୁଁ ତୋତେ
ତୁ ମୋ କଳ୍ପନାର ନାୟିକା
ବାସର ରାତ୍ରିର ଅନ୍ଧକାର ମଧ୍ୟେ
ଧୁକୁ ଧୁକୁ ଲଣ୍ଠନ ରଶ୍ମି ଆଲୋକରେ
ଚତ୍ରୁଦିଗେ ତୋର ଶାଢୀ କୁ ବିଛାଇ
ବସିଥାଉ ଯେବେ ଆକାଶେ
ପଦ୍ମ ପରି ମୁଖ ,ହିରାର ଚମକ
ମୋତି ପରି ଦିଶୁ ସେବେ ।

ତୋଠୁ ପରା ସବୁ ବର୍ଣ୍ଣନାର ଅନ୍ତ
କି କହି କରିବି ପ୍ରଶଂସା
ପ୍ରଶଂସା ରେ ମୋର ସବୁ ଶବ୍ଦ ଶେଷ
ନାମ ଧରିଚୁରେ ବର୍ଷା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top