ମହାରାଜ ଚନ୍ଦ୍ରଚୂଡ଼ : “ଅମାତ୍ୟ ବିମ୍ବାଧର, ମହାମନ୍ତ୍ରୀ ଚତୁର୍ଲିଙ୍ଗଙ୍କ ବାସଭବନ ଆଗ ପୋଖରୀରେ ଆଜି କାଲି ଆଉ ପଦ୍ମ ଫୁଟିବାର ଦେଖା ଯାଉନି, ସେ ବି ଆଜି କାଲି ରାଜସଭାରେ ଅନୁପସ୍ଥିତ ରହୁଛନ୍ତି । କଥା କଣ ? ଆମ ପରିବର୍ତ୍ତନ ଘୋଷଣାପତ୍ର କେବେ କାର୍ଯ୍ୟକାରୀ ହବ – ସେ ବିଷୟରେ କିଛି ନିଘା ଅଛି କି ନାହିଁ ?”
ଅମାତ୍ୟ ବିମ୍ବାଧର : “ଛାମୁ, ରାଜ୍ୟରେ ପରିବର୍ତ୍ତନ ହଉ ବା ନ ହଉ , ବାହାରେ ପଦ୍ମ ଫୁଟୁ ବା ନ ଫୁଟୁ – ପରବାୟ ନାହିଁ । ମହାମନ୍ତ୍ରୀ ଚତୁର୍ଲିଙ୍ଗ Facebook ପୋଖରୀରେ ତାଙ୍କ ବୈପ୍ଲବିକ ବିଚାରର ପଦ୍ମ ଦିନ ରାତି ଫୁଟେଇ ଚାଲିଛନ୍ତି ।”
ଏଇନା କରିଥିବା ପୋଷ୍ଟରୁ ତାଙ୍କର ବର୍ତ୍ତମାନ ଅବସ୍ଥିତି PMG ଛକ ସ୍ଥିତ ବାସଭବନ ବୋଲି ଜଣା ପଡୁଛି । କର ଦାତାଙ୍କ କରରେ Flipkartରୁ ବୁଧବାର order କରିଥିବା VOLTAS ACଟି ଘରେ ଲାଗିଗଲା ବୋଲି ଜନଗଣଙ୍କୁ ସୂଚନା ଦେଇଛନ୍ତି ।
ହେଇ ଦେଖୁ ନାହାନ୍ତି- ତାଙ୍କ AC ବଜାରରେ ସବୁଠୁ ଅଧିକ ଥଣ୍ଡା କରୁଛି ବୋଲି ଜଣେଇବା ପାଇଁ ଏଡେ ଟାଣ ଖଇ ଫୁଟା ଖରା ବେଳଟାରେ କେମିତି sweater ପିନ୍ଧି VOLTAS ସହ selfie upload କରିଛନ୍ତି ଦାନ୍ତ ନିକୁଟେଇ । ଫୋଟୋର ଡାହାଣ ପାଖ ଉପର ପଟେ feeling happy ବୋଲି ବି ଗୁଣୋଲ୍ଳେଖ* କରାଯାଇଛି।
*Citation
