ଅଣୁଗଳ୍ପ

ଆଜ୍ଞା, ଆପଣ ଏବେ କିଭଳି ଅନୁଭବ କରୁଛନ୍ତି ?

Biswajeebana Mishra's odia short story Aagnyaa Aapana Ebe Kibhali Anubhab Karuchanti ?

ଆଜ୍ଞା, ଆପଣ ଏବେ କିଭଳି ଅନୁଭବ କରୁଛନ୍ତି ?”

ଆଜ୍ଞା, ଆପଣ ଏବେ କିଭଳି ଅନୁଭବ କରୁଛନ୍ତି ?"
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

।୧।

ଗାଁ ନଈରେ ବନ୍ୟା ଆସିଛି। କିଛି ସମୟ ପୂର୍ବରୁ ମୁଁ ଅକାତ କାତ ପାଣିର ଚକା ଭଉଁରୀରେ ଉବୁ ଟୁବୁ ହଉଥିଲି ! ଆମ ପରିବା ହାଟର ଭାସି ଯାଉଥିବା ଲୋକପ୍ରିୟ ଵାସୁଆ ଷଣ୍ଢକୁ ବଞ୍ଚେଇବା ପାଇଁ ମଶାରି ଫୋପାଡୁ ଫୋପାଡୁ, ବାସୁଆ ମଶାରି ସହିତ ମୋତେ ଟାଣି ନେଲା। ବାସୁଆ ତାର ଡ଼ଙ୍ଗା ଭଳିଆ ଭାସି ଭାସି ଯାଇ କୂଳରେ ଲାଗି ଭଦ୍ର ଲୋକ ଭଳିଆ ଘାସ ଚୋବେଇଲାଣି ! ହେଲେ ମୁଁ ପେଟରେ ପେଟେ ପାଣି ପି, ପାଣି ଭିତରୁ ଉପରକୁ ଟିକେ ଟିକେ ଉଣ୍ଡିଥିବା ନଈ ଟାପୁର ସେହି ତେନ୍ତୁଳି ଗଛଟାକୁ ଜାବୁଡି ଠିଆ ହୋଇଥିଲି ସେ ପର୍ଯ୍ୟନ୍ତ, ଯେ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସଙ୍କଟ ମୋଚନ ଦଳ ଆସି ମୋତେ ଉଦ୍ଧାର କରି କୂଳରେ ଆଣି ଶୁଆଇ ନ ଦେଲେ। ଆଖି, କାନ ଆଦି ଶରୀରର ନବ ଦ୍ୱାର ପାଣିରେ ଦୀର୍ଘ ସମୟ ସନ୍ତୁଳି ହୋଇ ତଟକା ହେବାକୁ ଚେଷ୍ଟା କରନ୍ତେ ହଠାତ୍ ବିଜୁଳି ବେଗରେ ତୁଳା ମୁହାଁ ବାଉଁଶ ବେଣ୍ଟଟିଏ କୋଉ ଆଡୁ ଧାଇଁ ଆସି ମୋ ନାକ ଓ ପାଟିରେ ମାଡି ହୋଇ ମୋତେ ପଚାରୁଛି, “ଆଜ୍ଞା, ଆପଣ ଏବେ କିଭଳି ଅନୁଭବ କରୁଛନ୍ତି ?”

।୨।

ଗୋଟିଏ ବୋଲି ପୁଅ ଥିଲା ମୋର.. ଗତ କାଲି, ସୀମାରେ ଦେଶ ପାଇଁ ଗୁଳି ଖାଇ ସହିଦ ହୋଇଗଲା। ମୋ ଆଖି ଆଗରେ ତାର ମଲା ଦେହଟା ଶୁଖିଲା କାଠ ସହ କାଠ ହେଇ ଜଳି ଯାଉଛି; ଏପଟେ ଗୋଟେ କଣରୁ ଧସେଇ ପଶି, ସେ ତୁଳା ମୁହାଁ ବାଉଁଶ ବେଣ୍ଟଟା ମୋତେ ପଚାରୁଛି, “ଆଜ୍ଞା, ଆପଣ ଏବେ କିଭଳି ଅନୁଭବ କରୁଛନ୍ତି ?”

।୩।

ଚନ୍ଦ୍ରଶେଖରପୁର ଛକରେ ରାସ୍ତା ଆର ପଟକୁ ଯିବି ବୋଲି ବାପାଙ୍କ ନୂଆ ସ୍କୁଟିଟାକୁ ଧରି ଠିଆ ହୋଇଥିଲି। ସାଥୀରେ ଆଉ ତିନି ଜଣଙ୍କୁ ବସାଇ ମଟର ସାଇକଲରେ ମଦ ପିଇ ସବାର ହୋଇଥିବା ଜଣେ ବାବୁ ମୋତ ଧକ୍କା ଦେବା ସହ ସ୍କୁଟିଟାକୁ ଶହେ ଶହେରେ ପିଟି ଚୁର୍-ମାର୍ କରିଦେଲେ। ସ୍କୁଟି ଆଉ ମଣିଷ ଏବେ ଉଭୟ ଡାକ୍ତରଖାନାରେ ! ପାଟି ଆଉ ଅନ୍ଧାରରେ ଜଳୁଥିବା ବିଲେଇର ଆଖି ଭଳି ଜୁଳୁ ଜୁଳୁ କରି ଦେଖୁଥିବା ଆଖି ଦୁଇଟାକୁ ଛାଡି ମଣିଷର ମୁଣ୍ଡଠୁ ପାଦ ପର୍ଯ୍ୟନ୍ତ ଧଳା ପଟି। ମୁଣ୍ଡଟା ତଳେ ଖଟରେ ଆଉ ଗୋଡ଼ ଦୁଇଟା ଉପରେ ଲଟକଣରେ ଝୁଲୁଛି। ଏତିକି ବେଳେ ସେହି ସେ ତୁଳା ମୁହାଁ ବାଉଁଶ ବେଣ୍ଟଟି ଡାକ୍ତରଖାନାର ସଵୁ ସୁରକ୍ଷା ବଳୟ ଭେଦ କରି ଆସି ମୋତେ ପଚାରୁଛି, “ଆଜ୍ଞା, ଆପଣ ଏବେ କିଭଳି ଅନୁଭବ କରୁଛନ୍ତି ?”

“ମୁଁ ସେ ବେଣ୍ଟରେ ବେଣ୍ଟଧାରୀଙ୍କ ପଛ ଆଡେ ଦି ପାହାର ପକାଇବାର ପ୍ରବଳ ଇଚ୍ଛା ଜାଗ୍ରତ ହେଉଥିବାର ଅନୁଭବ କରୁଛି।”

1 Comment

1 Comment

  1. Soumya Ranjan Das

    August 20, 2017 at 12:37 pm

    very interesting and inspiring one.

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top