ଅଣୁଗଳ୍ପ

ଆଈ ମାଆ

Dinesh Kumar Naik's odia short story Aai Maa

ମନରେ କେତେ ଥର ପ୍ରାର୍ଥନା ମଧ୍ୟ କରେ ଯେ “ପ୍ରଭୁ ମୋ ଆଈ ମାଆଙ୍କୁ ସବୁବେଳେ ମୋ ସହ ରଖିଥାଅ” । ବାପା ମା ଠାରୁ ବେଶୀ ସେ ଭଲ ପାଏ ଆଈ ମାଆଙ୍କୁ କେବେ ଛୁଟିରେ ଗାଁକୁ ଗଲେ ଆଈ ମାଆ ତା’ର ଭାରି ଖୁସି ହୁଅନ୍ତି ।

“ତୋ ଆଈ ମାଆ କହିଛି ତତେ ପଇସା ପେଇବାକୁ । କହିଛି ମୋ ନିଖିଳକୁ କହିବୁ ବେଶୀ ଦେଇପାରି ନାହିଁ, ପାଞ୍ଚ ଶହ ଟଙ୍କା ଦେଇଛି । ଭଲ ସାର୍ଟ ଗୋଟେ କିଣି ପିନ୍ଧି ଦେବ” ।

ମନଟା ଟିକେ ପାଣିଆ ପାଣିଆ ଲାଗୁଥିଲା । ରାତିରେ ତୋ ନିଦ ଠିକ୍‌ ରେ ହୋଇଛି । କାଲି ବୋଧହୁଏ ୧୨ ଟାରେ ଶୋଇପଡ଼ିଥିଲା । ଛଅ ଘଣ୍ଟା ନିଦ ଆବଶ୍ୟକ । ଛାତ୍ର ଜୀବନ ତୋ, ସମୟ ଜ୍ଞାନଟା ବି ବେଶ ଆବଶ୍ୟକ । ଠିକ୍‌ ସକାଳ ୬ଟା ବାଜିଛି ମୋବାଇଲରେ ତା’ର ଅଭୁତ ସଂଗୀତଟେ ଶୁଭିଲା । ଅହୋ ମୁଁ ସଂଗୀତ କହିଲେ ବୁଝିବାକୁ ଟିକେ ଅଡୁଆ ଲାଗିପାରେ । କଥାଟା ହେଉଛି ସେଇଟା ସଂଗୀତ ଥିଲା ଯେ, ତାକୁ ପରା ଆଲାର୍ମ କହନ୍ତି । ହଁ ଆଧୁନିକତା ଆପାଦ ମସ୍ତକ ସ୍ପର୍ଶ କରିଛି ତ, ସେଥୁପାଇଁ କୁକୁଡ଼ା ଡାକ ଆଉ ଆବଶ୍ୟକ ପଡ଼େନାହିଁ । ଅଦ୍ଭୁତ ସଂଗୀତର ଅର୍ଥ ଏୟା ଯେ ସଂଗୀତଟି ଭାରୀ ଲାଳିତ୍ୟରେ ପୁର୍ଣ୍ଣ ଥିଲା । ଠିକ୍‌ ବୁଢୀ ମା’ର “ଧୋ ରେ ବାୟା ଧୋ” ପରିକା । କହିଲେ ଦେଖି ଧୋ ରେ ବାୟା ଧୋ ଶୁଣିଲେ ଶିଶୁଟିଏ ଉଠିବ ନାଁ ଶୋଇବ ? ହଉ ଛାଡ଼ ସେ କଥା । ନିଖିଳ ନିଦ କିନ୍ତୁ ସେ ଆଲାର୍ମ ଗୀତରେ ଭାଙ୍ଗିଗଲା । ଯାହାର ଯେପରି ଅଭ୍ୟାସ, ଆମେ କହିଲେ କ’ଣ ହେବ ” ଯାହାକୁ ଯାହା ପସନ୍ଦ ସେ ତାହା ଗ୍ରହଣ କରେ ।

ସକାଳୁ ଉଠିବା ଠାରୁ ବେଳ ଆସି ଆଠ ଟା ବାଜିଲାଣି । କାହିଁକି କେଜାଣି ନିଖିଳକୁ ଟିକେ ଅନ୍ୟ ମନସ୍କତା ଘାରି ଥାଏ । ତାକୁ ଅନ୍ୟମନସ୍କତା ଘାରିଲେ ବି ସେ ବା କିପରି ଜାଣନ୍ତା ? ତାର ସାଙ୍ଗ ତାକୁ ଲକ୍ଷ କରି ପଚାରିଲା କିରେ “ଆଜି ଟିକେ ଉଦାସ ଦିଶୁଛୁ” ।

ଏତିକି ବେଳେ ଯାଇ ନିଖିଳ ତା’ର ଉଦାସୀନତାକୁ ଜାଣିଲା । ପୂର୍ବରୁ ତା’ ମନଟା କାହିଁକି କେଜାଣି ସ୍ଥିର ଲାଗୁନଥିଲା । ଦୁଇ ବନ୍ଧୁ ସବୁବେଳେ ସବୁ କଥା ପରସ୍ପର ମଧ୍ୟରେ ଆଲୋଚନା କରନ୍ତି । ଆଜି ନିଖିଳ ଉଦାସୀନତାର କାରଣ କ’ଣ ଜାଣିବାକୁ ଚାହିଁଲା ସରୋଜ । ପଚାରିଲା “କ’ଣ କିରେ କହୁନୁ କ’ଣ ହେଇଛି । ଆମ ପୂଜା କଥା ମନେ ପଢ଼ୁଛି କି” ? ପୂଜା ତାଙ୍କର ସହ ପାଠୀନି । ସବୁବେଳେ ସାଙ୍ଗ ସାଥି ତାକୁ ଚିଡ଼େଇବା ପାଇଁ ତା ନାଁ ଟା ସଙ୍ଗେ ପୁଜା ନାଁ ଟା ଯୋଡ଼ି ଦିଅନ୍ତି । ସରୋଜର ପ୍ରଶ୍ନରେ ନିଖିଳ କିଛି ଉତ୍ତର ନଦେଇ ନୀରବ ରହିଲା ।

ସମ୍ପର୍କଟା ଯେ କେତେବେଳେ କାହା ସହିତ ଯୋଡି ହୋଇଯିବ ତାହା କେହି ପୂର୍ବାନୁମାନ କରିପାରିବେ ନାହିଁ । ସମ୍ପର୍କ ଯେବେ ଗଭୀରରୁ ଗଭୀରତାକୁ ପ୍ରବେଶ କରେ ସେବେ କେହିନା କେହି ଜଣେ ସେ ସମର୍କର ବନ୍ଧନରେ ସମ୍ପୂର୍ଣ୍ଣ ବନ୍ଧନ ଯୁକ୍ତ ହୋଇ ଯାଇଥାଏ । ଏଇ ଯେମିତି ନିଖିଳ । ଘଟଣା ସେମିତି କିଛି ଗୋଟେ ନାହିଁ । ଆଜି ହେଉଛି ପ୍ରଥମାଷ୍ଟମୀ । ପୋଢ଼ୁଆ ଅଷ୍ଟମୀ । ଘରର ବଡ଼ ପୁଅ ଭାବେ ସେ ନୂଆ ପୋଷାକ ପିନ୍ଧିବ, ପୋଡ଼ ପିଠା ଖାଇବ, କେତେ ସ୍ନେହସଦିଚ୍ଛା ପାଇବ । କିନ୍ତୁ ଚାହା ଆଜି ତାକୁ କାଣିଚିଏ ହେଁ ମିଳିବନି । ଦୁଃଖ ସେଥିରେ ନାହିଁ । ଏମିତିରେ ବି ୨୧ବର୍ଷ ହେଲାଣି କେଉଁଥିରେ ଯେ ତାକୁ ଏତେ ସବୁ ସ୍ନେହଶ୍ରଦ୍ଧା ମିଳିଛି ତାହା ତା’ର ମନେ ପଡୁନି । ହେତୁ ହେବା ଦିନ ଠାରୁ ଘରର ପରିସ୍ଥିତିକୁ ସେ ବୁଝିଛି। ବାପାଙ୍କର ପରିଶ୍ରମ କୁ ସେ ଦେଖିଚି । ସେଥି ପାଇଁ ତ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ଫୋନଟିଏ କରିନଥିଲା, କି ପ୍ରଥମାଷ୍ଟମୀର ପୋଷାକ ଆଣିବାକୁ ଜିଦି କରିନଥିଲା । ସନ୍ଧ୍ୟାରେ ଘରୁ ଫୋନ ଆସିବାରୁ ସେ ଜାଣିଲା ଯେ କାଲି ପାଇଁ କିଛି ଟଙ୍କା ସେ ପାଇବ । କିନ୍ତୁ ଏଥିରେ ଯେ ସେ ଡ୍ରେସ କିଣି ପିନ୍ଧିବ ସେ ଚିନ୍ତା ବ୍ୟତୀତ ଅନ୍ୟ କଣ ସବୁ ହେଇ ପାରିବ ସେଇ କଥା ସେ ଭାବିଲା ।

ଜୀବନ ଯାତ୍ରାରେ ଆଗକୁ ବଢିବା ସହ ନିଖିଳ ପରିବାରର ବାସ୍ତବତାକୁ ନିକଟରୁ ଦେଖିବାର ସକ୍ଷମ ହୋଇଛି । ସେ ସବୁକୁ ସେ ବୁଝି ଯାଇଛି ସିନା, ତା’ମନଟା ବୁଝିବାକୁ ନାରାଜ । ଏଇ କିଛି ଦିନ ପୂର୍ବରୁ ତା’ ପାଖକୁ ଫୋନ କଲ୍‌ ଟିଏ ଆସିଲା । ଫୋନ୍‌ ଉଠାଇ ନିଖିଳ ଶୁଣେ ଯେ ତା’ର ମାଉସୀଙ୍କ କଣ୍ଠସ୍ୱର ଶୁଭିଲା । କଥା କ’ଣ ନା ପ୍ରଥମାଷ୍ଟମୀ ପାଇଁ ଆଈ ମାଆ ପଇସା ପଠେଇବା ପାଇଁ ତାଙ୍କୁ କହିଛନ୍ତି। ଏତେ ବଡ଼ ହେଲା ପରେ ମଧ୍ୟ ଆଈ ମାଆର ଏ ଉଦବେଗ ଆଗ୍ରହ ତାକୁ ବିଚଳିତ କରିଦେଲା । ସ୍ନେହ, ପ୍ରେମ ଯେ ଟଙ୍କା ପଇସାର ନଥାଏ ତାହା ସେ ଜାଣିଥିଲା । ହେଲେ ତାକୁ ଏବେ ସେ ଉପଲବ୍ଧି କରୁଥିଲା, ତା’ର ଆଈମା ନିକଟରେ । କେତେ ସ୍ନେହ, ଶ୍ରଦ୍ଧା ଜଣେ ଅନ୍ୟ ଜଣକୁ ଦେଇପାରେ ? ବୟସ ଆସି ଷାଠିଏ ଛୁଇଁ ଆଗକୁ ବଢ଼ି ସାରିଛି । ଆର୍ଥିକ ସ୍ଥିତିରେ ସେତେବି ସ୍ୱଚ୍ଛଳତା କାହିଁ ଦେଖାଯାଏ ନାହିଁ । ସ୍ୱାମୀ ଦେବତା ସହ ଜୀବନ ତା’ର ଆଗକୁ ବଢାଇ ନେବାରେ ତାର ଆନନ୍ଦ । ଜୀବନ ଯୁଦ୍ଧରେ ଜଣେ ଦୂଢ଼ ସୈନିକ ଟେ ସାଜି ଲଢ଼ି ଯାଇଛି କେତେ ଯୁଦ୍ଧ । ଝିଅଟିକୁ ବାହାଦେଇ ପୁଅଟିକୁ ମଧ୍ୟ ବାନ୍ଧି ଦେଇଛି ବନ୍ଧନରେ । କିନ୍ତୁ ସେ ବ ନ ଯେ ଅତି ନିବିଡ଼ ତାହା କ’ଣ ସେ ଜାଣି ଥିଲା । ଘରକୁ ବୋହୁ ଆସୁଣୁ ଘରୁ ସେ ହେଲା ବାହାର । ଆଧୁନିକ ସମାଜରେ ଏହା ଯେ ସାଧାରଣ କଥା ତାହା ସେ ବୁଝି ଯାଇଛି । ସେଠି ପାଇଁ ତ କେବେ କାହା ପାଖରେ ବୋହୁ ବିରୋଧରେ ଯୁକ୍ତି ବାଢ଼ିନାହିଁ । ବେଳେବେଳେ ଦୁଃଖ କରିଛି । ମାଆ ମମତା ନେଇ ନାତି ନାତୁଣୀଙ୍କୁ ସ୍ନେହ ଦେଇଛି । ମାତୃତ୍ୱର ଯଥାର୍ଥତା ସେ ଦର୍ଶାଇଛି ।

ମାଆଙ୍କର ମାଇଁ ହିସାବରେ ନିଖିଳର ସେ ଆଈ । ନିଖିଳ ଶ୍ରଦ୍ଧାରେ ଡାକେ ଆଈ ମାଆ । ଆଈ ଆଉ ମାଆ ଉଭୟଙ୍କର ସ୍ନେହ, ଯତ୍ନ, ଶ୍ରଦ୍ଧା ତାଙ୍କ ଠାରୁ ପାଇଛି ନିଖିଳ । ମାଆ ଠାରୁ ଅଧିକ ଭଲ ପାଇଛି ଆଈ ମାଆଙ୍କୁ । ମନରେ କେତେ ଥର ପ୍ରାର୍ଥନା ମଧ୍ୟ କରେ ଯେ “ପ୍ରଭୁ ମୋ ଆଈ ମାଆଙ୍କୁ ସବୁବେଳେ ମୋ ସହ ରଖିଥାଅ” । ବାପା ମା ଠାରୁ ବେଶୀ ସେ ଭଲ ପାଏ ଆଈ ମାଆଙ୍କୁ କେବେ ଛୁଟିରେ ଗାଁକୁ ଗଲେ ଆଈ ମାଆ ତା’ର ଭାରି ଖୁସି ହୁଅନ୍ତି ।

ଘରେ ଡାଲି ଆଉ ଶାଗଟେ ଆଉ କି ଆଳୁ ଦୁଇ ଚାରିଟା, ଆଉ ସେଥିରୁ ନିଜେ ସ୍ନେହ ଶ୍ରଦ୍ଧା ଦେଇ ଏମିତି କ’ଣ ଗୋଟେ ବନାଇ ଦିଅନ୍ତି ଯେ ନିଖିଳକୁ ତାହା ପାଞ୍ଚ ତାରକା ହୋଟେଲ ଠାରୁ ବେଶୀ ଶାନ୍ତି ଦିଏ । ଯଦିଓ ନିଖିଳ କେବେ ପାଞ୍ଚ ତାରକା ହୋଟେଲ ଯାଇନି କିନ୍ତୁ ଅନୁମାନ କରେ ଏବଂ ସ୍ଥିର ନିଶ୍ଚିତ ହୋଇଥାଏ ଯେ, ଏ ଖାଦ୍ୟଠାରୁ ସେଠିକାର ଖାଇବା ବେଶୀ ଉଚ୍ଚ ହୋଇନଥିବ । ସତରେ ସମ୍ପର୍କର ଯଦି କିଛି ରୂପ ଥାଆନ୍ତା, ତାହା ତା’ର ଏହି ଆଈ ମାଆ ପରି ଦିଶାନ୍ତା ବୋଲି ନିଖିଳ ମନେ ମନେ ଭାବେ । ଗାଁରୁ ଆସି ଭୁବନେଶ୍ଵରରେ ପହଞ୍ଚିବା ପର୍ଯ୍ୟନ୍ତ ନିଖିଳ ଆଉ କାହା ସହ ଏତେ ଭାବ ଯୋଡି ପାରେ ନାହିଁ“ । ଆଈ ମାଆ ସହ ତା’ର ସମର୍କର ମୂଲ୍ୟ ସେ କେବେ ସ୍ଥିର କରିପାରି ନାହ“ । କେମିତି ବା କରିଥାଆନ୍ତା, ତାହା ଯେ ଏକ ଅମୂଲ୍ୟ ସମର୍କ ତୋ ଆଈ ମା କହିଛି ତତେ ପଇସା ପଠେଇବାକୁ । କହିଛି ମୋ ନିଖିଳକୁ କହିବୁ ବେଶୀ ଦେଇପାରି ନାହିଁ ପାଞ୍ଚ ଶହ ଟଙ୍କା ଦେଇଛି । ଭଲ ସାର୍ଟ ଗୋଟେ କିଣି ପିନ୍ଧିଦେବ । ମାଉସୀଙ୍କ ଠାରୁ ଏକଥା ଶୁଣି ଭାବ ବିହ୍ଵଳ ହୋଇଯାଇଛି ନିଖିଳ । ପୁଅ ପିଲାଟା ତ ଆଖିରେ ଲୁହ ଧାରା ଆଉ ପ୍ରବାହିତ ହୋଇନାହିଁ । ହେଲେ ମନ ନଈଟା କୁଳ ଲଂଘି ଯାଇଛି । ଆଜି ପାଖରେ ପାଇଥିଲେ ଆଈ ମାଆଟା ଯେ କେତେ ସ୍ନେହ ଶ୍ରଦ୍ଧା ତାକୁ ଓଦା କରି ଦେଇ ଥାଆନ୍ତା । ନିଖିଳ ଅବଚେତନ ମସ୍ତିସ୍କରେ କଳ୍ପନା କରିଛି ।

ଘରର ସାନ ପୁଅ ତା’ର ବନ୍ଧୁ ସରୋଜ, ନିଖିଳ ଠାରୁ କୌଣସି ଉତ୍ତର ନ ପାଇ ବିରକ୍ତି ହେବା ସହ ଥଚ୍ଚାରେ କହିଛି “ହଉ ନ କହ ମ, ହେଲେ ଆଜି ପଢୁଆଁ ଅଷ୍ଟମୀ ଚୁ ତୋ ଘରର ବଡ଼ପୁଅ ନୂଆ ଡ୍ରେସଟେ ପିନ୍ଧିବୁ ଆଉ ମୁଁ ସାନ ପୁଅ, ଖାଲି କ’ଣ ଘରୁ ଆସି ଥିବ ପିଠା ଖାଇବି” ? ସରୋଜର କଥା ଶୁଣି ନିଖିଳ ଓଠରେ ସ୍ମିତ ହସର ଧାରା ଟିଏ ଲମ୍ବି ଯାଇଛି ଅଧା ଗଢା କେନାଲ ଟେ ପରି ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top