ମୁହଁ ତୋ ପାନ ପତର
ଚିଠି ଦେଇଥିଲୁ କାହା ହାତର
ବାସୁଛି ଖାଲି ଅତର ।।
ମହ ମହ କିଆ ଫୁଲ
ଫଗୁଣରେ ହେଲା ଭାବ ଆମର
ମୁଁ ବାରମାସ ଉଜାଗର ।।
ରାଇ ସଜନା ପତର
ତୋ’ବିହୁନେ ମତେ ସବୁ ଅନ୍ଧାର
କେବେ ଡେଇଁବୁ ଏରୁଣ୍ଡି ତୋର ।।
ଚିଠି ତୋ’ ପ୍ରେମ୍ ଗଜଲ୍
ପଢିଲା ଦିନଠୁଁ ରୂପଟି ତୋର
ଆଖିକୁ କରେ ଅନ୍ଧାର ।।
