ଅଣୁଗଳ୍ପ

ଦଇବ ସାଧିଲାଦାଉ

Sanghamitra Mallik's odia short story Daiba Sadhila Dau

ଅପା ତୁ କୁଆଡେ଼ ଗଲୁ, ଦଇବ ତୁ ଏମିତି ଦାଉ ସାଧିଲୁ” ଏହି କଥାହିଁ ଶୁଭୁଥିଲା। ନିଜକୁ ବହୁତ ଧିକ୍କାର କଲା ସେ । ସବୁ ଜନମରେ ଏମିତିକା ଅପା ମିଳୁ ବୋଲି ଭଗବାନଙ୍କୁ ଗୁହାରି କରିଥିଲା ।

ଶ୍ରୀରାମପୁର ଗାଁରେ ସୁମନ୍ତ ର ଘର ଯିଏକି ଥିଲା ଜଣେ କୃଷକ । ସଂସାର କହିଲେ ତାର ଧର୍ମ ପତ୍ନୀ ସୁଷମା, ଆଠବର୍ଷର ଜଣେ ନୀତିବାନ ତଥା ପରୋପକାରୀ ମଣିଷଟିଏ ଥିଲା । ବେଶ୍ ହସ ଖୁସିରେ ଚାଲିଥିଲା ତା’ର ତେଲ ଲୁଣର ସଂସାର । ପତ୍ନୀ ସୁଷମା ଥିଲେ ସଂସ୍କାରୀ ତଥା ପତିବ୍ରତା ନାରୀ । ହସଖୁସି ର ସଂସାର ତା’ର ବେଶୀଦିନ ରହିଲା ନାହିଁ । ତା’ର ଖୁସିର ପରିବାର ଉପରେ ସତେ ଯେପରି କାହାର ନଜର ଲାଗିଗଲା । ଘୋଟି ଆସିଲା ତା ‘ ଜୀବନକୁ ଏକ କଳା ବାଦଲ ର ଛାଇ । ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ତା’ର ସ୍ଵାମୀଙ୍କ ବିୟୋଗରେ ଭାଙ୍ଗି ପଡିଲା ସୁଷମା । କେମିତି ଛୁଆ ଦୁହିଁଙ୍କୁ ମଣିଷ କରିବ? ଏକଥା ଭାବି ଭାବି ସେ ଶଯ୍ୟାଶାୟୀ ହୋଇ ପଡ଼ିଲା । ଭାଗ୍ୟର ଲେଖାକୁ କିଏ ବା ଟାଳି ଦେଇ ପାରିବ । ଶେଷ ରେ ସୁଷମା ସଂସାର ତ୍ୟାଗ କରି ସବୁଦିନ ପାଇଁ ବିଦାୟ ନେଲା । ସେତ ବେଳକୁ ସଙ୍ଗୀତାର ବୟସ ମାତ୍ର୧୨ ବର୍ଷ ଓ ସଂଗ୍ରାମର ବୟସ ୭ବର୍ଷ । ଝିଅ ସଙ୍ଗୀତା ମନରେ କୋହ ଓ ଆଖିରେ ଲୁହକୁ ଚାପିରଖିଥିଲା । ହେଲେ ଭାଙ୍ଗି ପଡ଼ିନଥିଲା ସେ । ଷଷ୍ଠ ଶ୍ରଣୀରୁ ତା’ର ପାଠପଢ଼ାରେ ଡୋରି ବନ୍ଧା ହେଲା । ଭାଇଟିକୁ କିପରି ମଣିଷ କରିବ ତା’ର ଏକମାତ୍ର ଲକ୍ଷ୍ୟ ଥିଲା । ବାର ଘରେ ପାଇଟି କରି ଯାହା ମିଳେ, ସେଥିରେ ସେ ତା ‘ ଭାଇକୁ ବହୁତ ଭଲରେ ରଖିଥିଲା । ନିଜେ ଭୋକ ଉପାସରେ ରହି, ଭାଇକୁ ପେଟ ଭରି ଖାଇବାକୁ ଦେଉଥିଲା । ନିଜେ ଚିରାଫଟା ପିନ୍ଧି ଭାଇକି ଭଳି ଭଳି ପୋଷାକ ପିନ୍ଧିବାକୁ ଦେଉଥିଲା । ସେ କେବଳ ସଂଗ୍ରାମର ଭଉଣୀ ନଥିଲା, ସେ ଥିଲା ତା’ର ବାପା, ମା’ ସବୁକିଛି ।

ଦିନପରେ ଦିନ ଗଡି ଚାଲିଲା ସଂଗ୍ରାମ ସ୍କୁଲ୍ ପାଠ ଶେଷ କରିସାରି କଲେଜରେ ନାମ ଲେଖିଲା । ବି.ଏ. ପାସ୍ କଲାପରେ ଏକ ଘରୋଇ କମ୍ପାନୀ ଚାକିରୀଟିଏ ପାଇଗଲା । ଭାଇର ଚାକିରୀ ହେବା ଶୁଣି ଭଉଣୀର ଆନନ୍ଦ କହିଲେ ନ ସରେ । ଖୁସିରେ ତା ‘ ଆଖିରୁ ଦୁଇଟୋପା ଲୁହ ଝରିଗଲା । ଭାଇର ଖୁସି ପାଇଁ ସେ ବିବାହ ନ କରି ଅବିବାହିତ ହୋଇ ରହିଗଲା । ୟାରି ଭିତରେ ସଂଗ୍ରାମ ବହୁତବଡ଼ ହୋଇ ଯାଇଥିଲା, ଗୋଟିଏ ଭଲ ଝିଅ ଦେଖି ବିବାହ ଦେଇ ଭଉଣୀର କର୍ତ୍ତବ୍ୟ ଶେଷ କରିବାକୁ ଚାହିଁଥିଲା ସଙ୍ଗୀତା । ମାତ୍ର, ସଂଗ୍ରାମ ସୀମା ନାମ୍ନୀ ଏକ ଝିଅକୁ ଭଲ ପାଉଥିଲା । ସେ ତା’ର ମନ କଥା ଭଉଣୀ ଆଗରେ କହିଦେଲା, ଭାଇ ସ୍ନେହରେ ଏତେ ଅନ୍ଧୁଣୀ ହୋଇଯାଇଥିଲା ଯେ ବିନା ଦ୍ୱିଧାରେ ରାଜି ହୋଇଗଲା ।

ସଂଗ୍ରାମ ର ଉପସ୍ଥିତିରେ ସେ ସଙ୍ଗୀତା ସହିତ ବହୁତ ଭଲ ବ୍ୟବହାର କରୁଥିଲା । ମାତ୍ର ତା’ର ଅନୁପସ୍ଥିତିରେ ବିବାହ ପରେ ସୀମା ସଙ୍ଗୀତା କୁ ଅପମାନିତ କରୁଥିଲା । ନିଜର ସ୍ୱାର୍ଥ ପାଇଁ ବିବାହ କରିନ ବୋଲି ସ୍ପଷ୍ଟ ଜଣାଇ ହେଲା, ଏକଥା ବହୁତ ବାଧିଥିଲା ସଙ୍ଗୀତା କୁ ବାପା, ମାଆ ଙ୍କ କଥା ଭାବି ତା’ ଆଖିରୁ ଲୁହ ଝରି ପଡିଥିଲା । ଏମିତି ବି ଦିନ ଆସିଛି ତାକୁ ଉପାସରେ ରହିବାକୁ ପଡ଼ିଛି, ହେଲେ ଭାଇକି ସେ କିଛି କହୁନଥିଲା ସୀମା ବିରୁଦ୍ଧରେ କାରଣ ସ୍ଵାମୀ ସ୍ତ୍ରୀ ଭିତରେ ତିକ୍ତତା ଆଣିବାକୁ ଚାହିଁ ନଥିଲା ସେ । କଠିନ ପରିଶ୍ରମକୁ ଅନାହାର ତାକୁ ଦୁର୍ବଳ କରିଦେଇଥିଲା ବହୁତ। ଭୀଷଣ ଜ୍ୱରରେ କମ୍ପୁଥିଲା ସେ ଠିକ୍ ସେହି ସମୟରେ ୪ଦିନ ପାଇଁ ଅଫିସ କାମରେ ଯାଇଥିଲା ସଂଗ୍ରାମ । କାମସାରି ଫେରି ସିଧା ଘରକୁ ଆସି ଅପାକୁ ଦେଖାକରିବାକୁ ଗଲା । ହେଲେ ସେତେବେଳକୁ ସବୁକିଛି ସରିଯାଇଥିଲା । ଅପା ଦେହରେ ହାତ ମାରିବାରୁ ତାକୁ ବହୁତ ଥଣ୍ଡା ଲାଗୁଥିଲା । ସେତେବେଳେ ହଠାତ୍ ଚିତ୍କାର କରି “ଅପା ତୁ କୁଆଡେ଼ ଗଲୁ, ଦଇବ ତୁ ଏମିତି ଦାଉ ସାଧିଲୁ” ଏହି କଥାହିଁ ଶୁଭୁଥିଲା । ନିଜକୁ ବହୁତ ଧିକ୍କାର କଲା ସେ । ସବୁ ଜନମରେ ଏମିତିକା ଅପା ମିଳୁ ବୋଲି ଭଗବାନଙ୍କୁ ଗୁହାରି କରିଥିଲା । ସତରେ ଦଇବ କି ଦାଉ ନ ସାଧିଲା ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top