ଉଦୁଉଦିଆ ଖରାବେଳେ, ପ୍ରଚଣ୍ଡ ଗ୍ରାଷ୍ମରେ ଡହଳ ବିକଳ ଜୀବ ଜଗତ । ଏହି ସମୟରେ ରାସ୍ତା କଡ଼ରେ ଥିବା ଝଙ୍କାଳିଆ ବରଗଛ ତଳେ ଜଣେ ସାଧୁ ଥକାମାରି ଆସି ବସିପଡ଼ିଲେ । କିଛି ସମୟ ପରେ ସେହି ବାଟଦେଇ ଯାଉଥିବା ଜଣେ ବାଟୋଇ ଆସି ବରଗଛ ମୂଳେ ଆଶ୍ରୟ ନେଲେ । କିଛି ସମୟ ଗଛମୂଳରେ ସାଧୁଙ୍କ ସହିତ ପଥିକର ବେଶ କିଛି କଥୋପକଥନ ଚାଲିଥାଏ । ହଠାତ୍ ଏକ ଦୁଃଖଦ ଘଟଣା ଘଟିଲା । ଏହି ବରଗଛର ଅନତି ଦୂରରେ ହଠାତ୍ ଗୋଟାଏ କ୍ଷତାକ୍ତ ଶାଗୁଣା ଆସି ପଡ଼ିଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ଶାଗୁଣାକୁ ଦେଖି ସାଧୁ ବାବା ସଙ୍ଗେସଙ୍ଗେ ପାଖରେ ଥିବା ପୋଖରୀରୁ ପାଣି ଆଣି କ୍ଷତସ୍ଥାନକୁ ଧୋଇ ଦେଲେ । ପାଖରେ ଥିବା ବୁଦାରୁ ବିଶଲ୍ୟକରଣୀ ପତ୍ର ଆଣି ଚିପୁଡିବା ସଙ୍ଗେସଙ୍ଗେ ନିଜ ପିନ୍ଧା ବସ୍ତ୍ରରୁ ଖଣ୍ଡେ ଚିରି ଚିପୁଡି ରସବାହାରକରି ତା’ର କ୍ଷତସ୍ଥାନରେ ଲଗାଇ ଦେଲେ । କିଛି ସମୟପରେ ଶାଗୁଣାଟି ଉଠିବାକୁ ଲାଗିଲା । କିଛି ସମୟ ପରେ ସେ ଉଡ଼ି ଚାଲିଗଲା । ଏହା ଦେଖି ବାଟୋଇ ଆବାକାବା ହୋଇଗଲେ । ସାଧୁଙ୍କୁ ପଚାରିଲେ । ବାବା ଅପାଣ ଜଣେ ଜ୍ଞାନୀ, ଗୁଣୀ, ପଣ୍ଡିତ । ହେଲେ ଆପଣ ଘୃଣ୍ୟ ଶାଗୁଣାକୁ ଛୁଇଁଲେ ! ଆପଣତ ଜାଣନ୍ତି ଯାହାର ଭାଗ୍ୟ ଖରାପ ପଡ଼େ ତାହା ମୁଣ୍ଡ ଉପରେ ଶାଗୁଣା ଉଡ଼େ । ସାଧୁ ବାବା ଜଣକ ଦୀର୍ଘ ନିଶ୍ଵାସମାରି କହିଲେ ଆପଣ ଜାଣନ୍ତି ଶାଗୁଣା ପରିବେଶର ବନ୍ଧୁ , ଶାଗୁଣା ଜାତି ଲାଗି ପରିବେଶ ନିର୍ମଳ ଓ ନିରାମୟ ରହିଛି । ନଚେଥ ରାସ୍ତା ଘାଟରେ ମଲା, ପଚା, ସଢା ମଢା ପଡିରହିବ । ତା’ଛଡା ଆମ ପୋଥିପୁରାଣରେ ଲେଖା ଅଛି ବିପଦ ବେଲେ ଶତ୍ରୁକୁ ସହାୟତା କରିବା ଆମ ମଣିଷ ଜାତିର ଧର୍ମ । ଏହା ଶୁଣି ବାଟୋଇଟି ଲମ୍ଵହୋଇ ସାଧୁଙ୍କ ଗୋଡ଼ ତଳେ ପଡିଗଲା । କାହିଲା ଆପଣ ମଣିଷ ନୁହନ୍ତି ଦେବତା ।
ଶାଗୁଣା


ଆପଣତ ଜାଣନ୍ତି ଯାହାର ଭାଗ୍ୟ ଖରାପ ପଡ଼େ ତାହା ମୁଣ୍ଡ ଉପରେ ଶାଗୁଣା ଉଡ଼େ । ସାଧୁ ବାବା ଜଣକ ଦୀର୍ଘ ନିଶ୍ଵାସମାରି କହିଲେ ଆପଣ ଜାଣନ୍ତି ଶାଗୁଣା ପରିବେଶର ବନ୍ଧୁ , ଶାଗୁଣା ଜାତି ଲାଗି ପରିବେଶ ନିର୍ମଳ ଓ ନିରାମୟ ରହିଛି । ନଚେଥ ରାସ୍ତା ଘାଟରେ ମଲା, ପଚା, ସଢା ମଢା ପଡିରହିବ ।