ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
କରଞ୍ଜି ଖଜା ମଗଜଲଡୁ ପୋଟଳି ପିଠା ଭୋଗ
ଯେତେ ଯା ଦେଲେ ବୁଝେନା ମନ ରସାବଳିରେ ଲୋଭ
ବଡ଼ ଠାକୁର ବଳଦେବ
ସେତ ତୁଳସୀ ପ୍ରାଣ ବଲଭ
ଧଳା ଦେହ କୁ ନୀଳ ବସନ ପ୍ରଭୁ ଙ୍କ ଭଲ ମାନେ
ହଳ ମୂଷଳ ହାତ ରେ ଧରି ଅଛନ୍ତି ସିଂହାସନେ
ଫୁଲ,ଚନ୍ଦନ, କର୍ପୂର,ଧୂପ ପାନ,ଗୁଆ,ଲବଙ୍ଗ
ଯାହା ବି ଦେଲେ ବୁଝେନା ମନ ତୁଳସୀ ଠାରେ ଲୋଭ
ମଣି ବିଗ୍ରହ ସପ୍ତଫଣି ଭୂଷଣ ଇଛାପୁର ନିବାସୀ
ମଧୁ ସାଗର ତଟ ରେ ରହି ହେଉଛ ଭାରି ଖୁସି
ଅନ୍ନ ପ୍ରସାଦ ବେସର ଖିରି କାକରା ପୁରୀ ଭୋଗ
ଯେତେ ଯା ଦେଲେ ବୁଝେନା ମନ କାଦମ୍ବରୀ ରେ ଲୋଭ
ବଡ଼ ଠାକୁର ବଳଦେବ
ସେତ ତୁଳସୀ ପ୍ରାଣ ବଲଭ
