କବିତା

ତୁଳସୀ ପ୍ରାଣ ବଲଭ

Jeet Prasad Rout's odia poem Tulasi Praana Ballabha

ବଡ଼ ଠାକୁର ବଳଦେବ
ସେତ ତୁଳସୀ ପ୍ରାଣ ବଲଭ

କରଞ୍ଜି ଖଜା ମଗଜଲଡୁ ପୋଟଳି ପିଠା ଭୋଗ
ଯେତେ ଯା ଦେଲେ ବୁଝେନା ମନ ରସାବଳିରେ ଲୋଭ
ବଡ଼ ଠାକୁର ବଳଦେବ
ସେତ ତୁଳସୀ ପ୍ରାଣ ବଲଭ
ଧଳା ଦେହ କୁ ନୀଳ ବସନ ପ୍ରଭୁ ଙ୍କ ଭଲ ମାନେ
ହଳ ମୂଷଳ ହାତ ରେ ଧରି ଅଛନ୍ତି ସିଂହାସନେ
ଫୁଲ,ଚନ୍ଦନ, କର୍ପୂର,ଧୂପ ପାନ,ଗୁଆ,ଲବଙ୍ଗ
ଯାହା ବି ଦେଲେ ବୁଝେନା ମନ ତୁଳସୀ ଠାରେ ଲୋଭ
ମଣି ବିଗ୍ରହ ସପ୍ତଫଣି ଭୂଷଣ ଇଛାପୁର ନିବାସୀ
ମଧୁ ସାଗର ତଟ ରେ ରହି ହେଉଛ ଭାରି ଖୁସି
ଅନ୍ନ ପ୍ରସାଦ ବେସର ଖିରି କାକରା ପୁରୀ ଭୋଗ
ଯେତେ ଯା ଦେଲେ ବୁଝେନା ମନ କାଦମ୍ବରୀ ରେ ଲୋଭ
ବଡ଼ ଠାକୁର ବଳଦେବ
ସେତ ତୁଳସୀ ପ୍ରାଣ ବଲଭ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top