ହେଇଟି…. ଶୁଣୁଛ ….? କଣ ଆଜି ଅଫିସ୍ ଯିବନି କି ….? ସବୁ ଦିନ ଡେରିରେ ଉଠିବ । ନିଦ ତ ଆଗରୁ ଭାଙ୍ଗି ଯାଉଛି । ଝଅଟ ଉଠି ପଡିଲେ ହେବନି । ଖାଲିଟାରେ ଶେଜରେ ପଡିକି ରହୁଛ। ଜାଣି ଜାଣି ସବୁଦିନ ଅଫିସ୍ କୁ ଡେରିରେ ଯିବାକୁ ଭଲ ଲାଗୁଚି ? ”
ଇଏ ହଉଛି ପ୍ରତି ଅଫିସ ଦିନର ପ୍ରଥମ ବାର୍ତ୍ତାଳାପ ଲିପି ଆଉ ପ୍ରତ୍ୟୁଷର ।
ପ୍ରତ୍ୟୁଷ ଶେଯରୁ ଉଠି ଅଫିସ ପାଇଁ ପ୍ରସ୍ତୃତ ହେଲା । ଜଳଖିଆ ପାଇଁ ଡ଼ାଇନିଙ୍ଗ ଟବୁଲ୍ ରେ ବସିଲା ।
“ ମୁ ଶୁଣିଛି ଜଣେ ଯଦି ଏକୋଇଶି ଦିନ ଗୋଟେ ରୁଟିନ୍କୁ ଅନୁସରଣ କରେ , ତାପରେ ରୁଟିନ୍ ଟା ଅଭ୍ୟାସ ରେ ପରିଣତ ହୋଇଯାଏ । ତୁମେ ଟିକେ ଚେଷ୍ଟା କରୁନ । ଅନଲି ଟ୍ୱେନ୍ଟି ୱାନ ଡେଜ …” ଜଳଖିଆ ପ୍ରସ୍ତୁତ କରୁ କରୁ କହିଲା ଲିପି ।
“ହଁ ଠିକ୍ କହୁଛ , ସକାଳୁ ମତେ ଶୁଣେଇବାଟା ଯେମିତି ତୁମର ଅଭ୍ୟାସ ହେଇଗଲାଣି ”
ଅଭିମାନରେ ମୁହଁ ଫୁଲେଇଲା ଲିପି ।
ଅଫିସ୍ ପାଇଁ ବାହାରିଗଲା ପ୍ରତ୍ୟୁଷ ।
ଲିପି : “ହାଭ ଏ ଗ୍ରେଟ ଡ଼େ , ବାଏ ”
ପରତୁ୍ୟୁଷ : “ହାଭ ଏ ଗ୍ରେଟ ଡ଼େ ଟୁ ୟୁ ଠୁ, ବାଏ “‘
(ସମୟ ସନ୍ଧ୍ୟା ଛ ଟା …)
ଅଫିସ ସାରି ଘରେ ପହଞ୍ଚିଲା ପ୍ରତ୍ୟୁଷ । କବାଟ ଖୋଲୁ ଖୋଲୁ ପ୍ରତିଦିନ ପରି ଉତ୍ସାହର ସହିତ ପଚାରିଲା ଲିପି “ଆଜି କେମିତି ରହିଲା ଅଫିସ ?”
ପ୍ରତ୍ୟୁଷ : ହଁ, ଭଲ ।
ଲିପି : ତୁମେ ଫେଶ୍ ହୋଇଯାଅ, ମୁ ଚା ତିଆରି କରି ଦେଉଛି ।
ଗୋଟିଏ କପ ପ୍ରତ୍ୟୁଷ କୁ ବଢ଼େଇଦେଇ , ନିଜେ ଗୋଟେ କପ ଚା ଧରି ପ୍ରତ୍ୟୁଷ ପାଖରେ ସୋଫାରେ ବସି ପଡିଲା ଲିପି ।
“ତୁମେତ ଜଣେ ଇଞ୍ଜିନିଅର଼ , ତୁମ କାମ ବହୁତ ଇନ୍ଟରେଷ୍ଟିଙ୍ଗ ଥିବ, ନୁହେଁ ? ”
ପ୍ରତ୍ୟୁଷ ନିଜ ଅଫିସ କାମ ବିଷୟ ରେ ଭାବିଲା…. । ସେ ଗୋଟିଏ ଘରୋଇ କମାନୀ ରେ କାମ କରେ । କମ୍ପାନୀ ପାଇଁ କଞ୍ଚାମାଲ , ଖୁଚୁରା ଯନ୍ତ୍ରାଂଶ ଇତ୍ୟାଦି କିଣିବା ତାଙ୍କ ବିଭାଗ ର କାମ । ପାଠ ସିନା ମେକାନିକାଲ୍ ଇଞ୍ଜନିଅରୂ ର ପଢିଛି ହେଲେ କାମ କ୍ଲର୍କର । ଡାଟା ଏଣ୍ଟ୍ରିକର, ଅପଡେଟୁ କର , ଏକ୍ସସେଲ ସିଟ ରେ କାମ କର, ବସ୍ କୁ ଅପଡେଟୁ କର । ଏମିତି କାମ ଯଦି ଅଛି ଇଞ୍ଚଜନିଅର଼ କାହକି ଚାକିରୀ ରେ ରଖୁଛନ୍ତି ? କୌଣସି ଗ୍ରାଜୁଏଟୂ କୁ କାମ ଦେଲେ ସେ ଭଲରେ କାମ କରନ୍ତା । ଏମିତି କାମରେ କଣ ବା ଦକ୍ଷତା ବଢିବ ?ଯାହା କିଛି କଲେଜରେ ପଢ଼ିଥିଲି ଅଧା ଭୁଲି ଗଲିଣି। କଣ ଏମିତି କାମରେ ଚାକିରୀ ଜୀବନଟା ବିତି ଯିବ ? ଇଞ୍ଜି ନିଅରିଙ୍ଗ ପଢ଼ିବା ବେଳେ ଯେଉଁ ସ୍ୱପ୍ନ ଥିଲା “ଗୋଟେ ଭଲ ଇଞ୍ଜିନିଅରୂ ହେବାର , ନୂଆ ନୂଆ ମେସିନ୍ ତିଆରି କରିବାର “ସେ ସବୁ କଣ ସ୍ୱପ୍ନରେ ହିଁ ରହିଯିବ ?
ଲିପି : “ଏ ! କଣ ଭାବୁଛ ଯେ ”
ପ୍ରତ୍ୟୁଷ : “ନା , କିଛି ନାହିଁ । ………”
ଲିପି : ତୁମର ଯନ୍ତ୍ରପାତି , ମେସିନେରୀ ଉପରେ ବହୁତ ଇନ୍ଚ୍ରେଷ୍ଟ୍ ଅଛି । ତୁମେ ମୋ ପାଇଁ କିଛି ଗୋଟେ ତିଆର କରି ଦେଉନ ।
ପ୍ରତ୍ୟୁଷ : କଣ ?
ଲିପି : କିଛି ଗୋଟେ , ଯାହା ମୋ କାମରେ ଆସିବା । ଯିମିତିକି… ଯେମିତିକି … ହଁ …. ‘ୱେକ୍ୟୁମ କ୍ଲିନର’ ! “ଆମ ପାଖରେ ତ ୱେକ୍ୟୁମ କ୍ଲିନର, ତୁମେ ମୋ ପାଇଁ ଗୋଟେ ୱେକ୍ୟୁମ କ୍ଲିନର ତିଆରି କରିଦିଅ ।
ପ୍ରତ୍ୟୁଷ : ୱେକ୍ୟୁମ କ୍ଲିନର ! ଦରକାର ଯଦି ଗୋଟେ କିଣି ପକେଇବା ।
ଲିପି : ନା , ତୁମେ ମୋ ପାଇଁ ତିଆରି କରି ଦେବ । କଣ ଆଜିକାଲି ୟୁ ଟ୍ୟୁବ ରେ କେତେ ଛୋଟ ଛୋଟ ପିଲା DIY (Do it yourself ) ପ୍ରୋଜେକ୍ଟ ସବୁ କରୁଛନ୍ତି , ତୁମେ ଗୋଟେ ଇଞ୍ଜନିଅର ହେଇ ୱେକ୍ୟୁମ କ୍ଲିନର ଟେ ତିଆରି କରି ଦେବନି ।
ପ୍ରତ୍ୟୁଷ : ୱେକ୍ୟୁମ କ୍ଲିନର କଣ ଛୋଟ କଥା ହେଇଚି । ବହୁତ କଷ୍ଟ କାମ । ନା ! ହେବନି । ମୋ ଦ୍ୱାରା ତ ହେବନି ।
ଲିପି : ମୁ ଜାଣିଛି ତୁମେ କରି ପାରିବ । ତୁମେ ଚେଷ୍ଟାତ କର , ନ ଚାଲିଲେ ନଚାଲୁ । ତିଆରି ତ କର ।
(…କିଛି ଦିନ ପରେ…)
ଆଜି ୧୦ ଏପ୍ରିଲ୍ , ପ୍ରତ୍ୟୁଷ ର ଆଜି ଜନ୍ମଦିନ । ଅଫିସ୍ କୁ ବାହାରି ଗଲା ପ୍ରତ୍ୟୁଷ ।
ଲିପି : ଆଜି ସନ୍ଧ୍ୟା ରେ ମନ୍ଦିର ଯିବା । ଅଫିସ୍ ରୁ ଆସିବାରେ ବେଶୀ ଡେରି କରିବନି । ହାଭ ଏ ନାଇସ ଡ଼େ , ବାଏ
ପ୍ରଚ୍ୟଯୁଷ : ହାଭ ଏ ନାଇସ ଡ଼େ ଟୁ ୟୁ ଠୁ, ବାଏ
ଅଫିସ୍ ପହଞ୍ଚିଲା ପ୍ରତ୍ୟୁଷ । ଟେବୁଲ ଉପରେ ଦେଖିଲା ଗୋଟିଏ ଏନଭେଲପ୍ ରଖା ହୋଇଛି । ଏନଭେଲପ୍ ଟି ଖୋଲିଲା , ଆଉ ଭିତରେ ଥବା ଚିଠି କୁ ପଢ଼ିବାରେ ଲାଗିଲା ।
ସବୁଦିନ ବିଳମ୍ବରେ ଅଫିସ୍ ଆସୁଥବାରୁ ଏହା ଥିଲା ଆଡ଼ଭାଇସ ଲେଟର । ନିର୍ଦ୍ଦେଶ ଥିଲା ନିଜ ମେଣ୍ଟରଙ୍କ ପାଖରୁ ହସ୍ତାକ୍ଷର ନେଇ ମାନବ ସମ୍ବଳ ବିଭାଗକୁ ଚିଠିଟି ଫେରସ୍ତ କରିବା ପାଇଁ ।
ପ୍ରତ୍ୟୁଷର ମେଣ୍ଟର ହେଲେ ପଣ୍ଡା ବାବୁ । ପୁରା ନାମ ପ୍ରଶାନ୍ତ କୁମାର ପଣ୍ଡା । ପ୍ରତ୍ୟୁପଷର କମ୍ପାନୀ ରେ ଚାକିରୀ ରେ ଯୋଗଦାନ ସମୟରେ ସମସ୍ତଙ୍କ ପାଇଁ ଜଣେ ମେଣ୍ଟର ନିଯୁକ୍ତ କରା ଯାଇଥାଏ । କିଛି ମାର୍ଗ ଦର୍ଶନ ଦରକାର ହେଲେ ପ୍ରତ୍ୟୁଷ ତାଙ୍କ ପାଖକୁ ଯାଏ ।
ଫୋନ କରି ଦେଖା କରିବା ପାଇଁ ଆପଏଣ୍ଟମେଣ୍ଟ ନେଲା ପ୍ରତ୍ୟୁଷ । ଅପରାହ୍ନ ଦୁଇଟାରେ ଆପଏଣ୍ଟମେଣ୍ଟ ମିଳିଲା ।
ଅପରାହ୍ନରେ ପଣ୍ଡା ବାବୁଙ୍କୁ ଦେଖା କରିବା ପାଇଁ ତାଙ୍କ ଅଫିସ୍ ରେ ପହଞ୍ଚିଲା । ଚେୟାର ରେ ବସିବା ପାଇଁ କହିଲେ ପଣ୍ଡା ବାବୁ । ଚିଠି ଟି ପଣ୍ଡା ବାବୁଙ୍କ ହାତକୁ ବଢ଼ାଇଦେଲା ପ୍ରତ୍ୟୁଷ । ପଣ୍ଡା ବାବୁ କିଛି କହିବା ଆଗରୁ ପ୍ରତ୍ୟୁଷ କହିଲା ।
ପ୍ରତ୍ୟୁଷ : ଏବେଠୁ ମୁଁ ପ୍ରତିଦିନ ସମୟ ରେ ଅଫିସ୍ ଆସିବି ।
ପଣ୍ଡା ବାବୁ: ମୁଁ ଜାଣିଛି ତୁମେ କାଲିବି ବିଳମ୍ବରେ ଆସିବ । କିନ୍ତୁ କାହିଁକି ?
ଚୁପ ରହିଲା ପ୍ରତ୍ୟୁଷ ।
ପଣ୍ଡା ବାବୁ: ମୁଁ କହିବି ? ….. ତୁମକୁ ତୁମ କାମ ପସନ୍ଦ ନୁହେଁ ।
“ହଁ” କହି ସମ୍ମତି ଜଣାଇଲା ପ୍ରତ୍ୟୁଷ ।
ପଣ୍ଡା ବାବୁ: କହିପାରିବ କାହିଁକି ?
ପ୍ରତ୍ୟୁଷ : ଯଦି କ୍ଲର୍କର କାମ କରେଇବାର ଥଲା , କମାନୀ କ୍ଲର୍କ ନିଯୁକ୍ତ କରୁନି କାହିଁକି ? ଜଣେ ଇଞ୍ଚିନିଅର କୁ ନିଯୁକ୍ତି ଦେବାର ଆବଶ୍ୟକତା କଣ ଅଛି ?
ପଣ୍ଡା ବାବୁ: ତାହେଲେ ତୁମ ହିସାବରେ ଇଞ୍ଜିନିଅର ର କାମ କଣ ?
ପ୍ରତ୍ୟୁଷ : କିଛି ନୂଆ ତିଆରି କରିବା , ସମସ୍ୟାର ସମାଧାନ ଖୋଜିବା, କିଛି ଡିଜାଇନ କରିବା … ।
ପଣ୍ଡା ବାବୁ: ତୁମେ କ’ଣ ତିଆରି କରି ପାରିବ ? ତୁମେ କ’ଣ ଡିଜାଇନ କରି ପାରିବ? ଭାରତରେ ଶତକଡା ନବେ ପ୍ରତିଶତ ଇଞ୍ଜିନିଅରଙ୍କ ଇଞ୍ଜନିଅରିଙ୍ଗର ଦକ୍ଷତା ନାହିଁ । ସାଧାରଣ ବୋଲ୍ଟଟେ ଡିଜାଇନ କରି ପାରିବେ ନାହିଁ । ତୁମେ କୁହ ତୁମେ ଗୋଟେ ବୋଲ୍ଟ ଡିଜାଇନ କରିପାରିବ ?
କିଛି ସମୟ ଚୁପ ରହିଲା ପ୍ରତ୍ୟୁଷ ।
ପ୍ରତ୍ୟୁଷ : ନା , କଲେଜରେ ସେତିକି ପ୍ରାକ୍ଟିକାଲ ଜ୍ଞାନ ଦିଆଯାଇ ନାହିଁ , ତା ଉପରେ ଟ୍ରେନିଂ ବି ଦିଆଯାଇ ନାହିଁ, କେହି ଶିଖାଇବା ପାଇଁ ବି ନାହାନ୍ତି ।
ପଣ୍ଡା ବାବୁ: ନିଜେ କେବେ ଜାଣିବାକୁ , ଶିଖିବାକୁ ଚେଷ୍ଟା କରିଛ ?
ପ୍ରତ୍ୟୁଷ : କେବେ ଆବଶ୍ୟକ ହିଁ ହେଇନାହିଁ ?
ପଣ୍ଡା ବାବୁ: ଜଣେ ମେକାନିକାଲ ଇଞ୍ଜନିଅରର ଏତିକି ସାମାନ୍ୟ ଜ୍ଞାନ ତ ରହିବା ଦରକାର ।
ପୁଣି ଚୁପ ରହିଲା ପ୍ରତ୍ୟୁଷ ।
ପଣ୍ଡା ବାବୁ: ତୁମେ ନିଜ ପରିସ୍ଥିତି ପାଇଁ ଅନ୍ୟକୁ ଦୋଷୀ ସାବ୍ୟସ୍ତ କରୁଛ , ହେଲେ ତୁମେ କଣ ଚେଷ୍ଟା କରିଛ ?
ପ୍ରତ୍ୟୁଷ : ମୁଁ ତାହା ଶିଖିଲେ ମୋର କିଛି ଲାଭ ନାହିଁ , ମୋ କାମ ରେ ତା କିଛି ଡିଜାଇନ କରିବାର ନାହିଁ ।
ପଣ୍ଡା ବାବୁ: ତୁମେ ତ କହୁଥିଲ ଜଣେ ଭଲ ଇଞ୍ଜିନିଅର ହେବା ତୁମ ଲକ୍ଷ୍ୟ । ତାହେଲେ ଲାଭ କ୍ଷତି ର ହିସାବ କାହିଁକି କରୁଛ? ଜଣେ ଇଞ୍ଜନିଅର କ’ଣ ଜାଣିବା କଥା ? ସେଇଟା ଚିନ୍ତା କର । ନିଜ କର୍ମ ରେ କୁଶଳ ହୁଅ । ଜ୍ଞାନ କେବେ ମୂଲ୍ୟହୀନ ନୁହେଁ ।
ପ୍ରତ୍ୟୁଷ : କାହାଠୁ ଶିଖୁବି ? କେହି ତ ଶିଖେଇବା ପାଇଁ ନାହାନ୍ତି । ଅଫିସରେ ବି ବରିଷ୍ଟ ସହକର୍ମୀ ଙ୍କ ସେତିକି ଇଚ୍ଛା ନାହିଁ ଏସବୁ ଶିଖିବା ପାଇଁ କି ଶିଖାଇବା ପାଇଁ ।
ପଣ୍ଡା ବାବୁ: ସବୁ ପଥରେ ସହଚର ମିଳିନ ଥାନ୍ତି , କିଛି ପଥ ଏକା ଚାଲିବାକୁ ହୁଏ । ଆମେ ସବୁବେଳେ ଉଦାହରଣ ଖୋଜିଥାଉ, ଅନୁସରଣ କରିବାକୁ । ହେଲେ ସବୁବେଳେ ଉଦାହରଣ ଟେ ମିଳିବ ଜରୁରୀ ନୂୁହୌ ତୁମେ ନିଜ କ୍ଷମତା ଓ ପ୍ରାୟଶ ରେ ଦକ୍ଷତା ଅର୍ଜନ କର ଦେଖୁବ ତୁମେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ।
ପ୍ରତ୍ୟୁଷ : ମୋର ଗୋଟେ ପ୍ରଶ୍ନ ଅଛି …
ପଣ୍ଡା ବାବୁ: ପଚାର … ।
ପ୍ରତ୍ୟୁଷ : ଜଣେ କୁଶଳ ଇଞ୍ଚିନିଅର ହେଲେ ମୁଁ କଣ ସଫଳ ହେବି ?
ପଣ୍ଡା ବାବୁ: ସଫଳତା ହେଲା ସାପେକ୍ଷିକ ଶବ୍ଦ । ଯାହା ତୁମେ ଆଜି ସଫଳତା ଭାବୁଛ ତାହା ପ୍ରାପ୍ତ ହେଲା ପରେ ତୁମ ସଫଳତାର ପରିଚୟ ଆଉକିଛି ହେଇଯାଇଥିବ । ତୁମେ ଯାହାବି କାମ କର ସେଥିରେ ସର୍ବୋତ୍ତମ ହେବା ତୁମ ଲକ୍ଷ ହେବା ଉଚିତ । ସଫଳ ବା ବିଫଳ ହେବା ତୁମ ହାତରେ ବି ନାହିଁ । ତୁମ ଅଧିକାର ରେ ଅଛି କେବଳ ନିଜ କର୍ମ କରିବା ଆଉ ନିଜ୍ କାମ କୁ କୁଶଳତା ର ସହିତ କରିବା । ନିଜ କର୍ମରେ କୁଶଳ ହେବା ହ ତୁମର ଲକ୍ଷ୍ୟ ଏବଂ ଏହି କର୍ମ କୁଶଳ ହେବା ର ତୁମ ପଥ ହି ତୁମର କର୍ମ ର ଫଳ ।
ପଣ୍ଡା ବାବୁ: ଜାଣିବା ପାଇଁ ପ୍ରଶ୍ନ କରିବା ଦରକାର ପ୍ରତ୍ୟୁଷ ପ୍ରଶ୍ନକର “ତୁମ ସମସ୍ୟା ର କାରଣ କଣ ? ପ୍ରଶ୍ନକର.. ତୁମ ସମସ୍ୟାର ସମାଧାନ ପାଇଁ କଣ କରିବାକୁ ପଡିବ ? ପ୍ରଶ୍ନକର … ପ୍ରଶ୍ନରୁ ହଁ ଉତ୍ତର ମିଳିବ …ପ୍ରଶ୍ନ କର …
“ମୁଁ ଚେଷ୍ଟା କରିବି …“ କହିଲା ପ୍ରତ୍ୟୁଷ ।।
ତାପରେ ପଣ୍ଡା ବାବୁଙ୍କଠୁ ଆଜ୍ଞା ନେଇ ନିଜ ଅଫିସ୍ କୁ ଫେରିଆସିଲା । ଅଫିସ୍ ର ବାକି କାମ ଶେଷ କରି ଘରକୁ ବାହାରିଲା ପ୍ରତ୍ୟୁଷ ।
ଅଫିସରୁ ଫେରିବା ରାସ୍ତା ରେ ପଣ୍ଡା ବାବୁଙ୍କ କଥାସବୁ ପ୍ରତ୍ୟୁଷ ମନରେ ସମୁଦ ଲହଡି ପରି ଆଲୋଡନ ସୃଷ୍ଟି କରୁଥାଏ । ସନ୍ଧ୍ୟା ସମୟ ହୋଇଯାଇଥାଏ । ତାକୁ ବହୁତ ଅଣନିଶ୍ୱାସୀ ଲାଗୁଥିଲା । ଇଚ୍ଛା ହେଲା କିଛି ସମୟ ଏକାନ୍ତ ରେ ବସିବା ପାଇଁ । ସେ ଯାଇ ପହଞ୍ଚିଲା ରାସ୍ତା ରୁ କିଛି ଦୂରରେ ଥୁବା ନଦୀର ଡଙ୍ଗା ଘାଟ ରେ । ସାମ୍ନାରେ ସୂର୍ଯ୍ୟ ଅସ୍ତହେଇ ଆସୁଛନ୍ତି । ଘାଟ ଏ ସମୟରେ ଲୋକଶୁନ୍ୟ ହିଁ ଥାଏ । ଘାଟର ପାହାଚ ରେ ସେ ବସିପଡିଲା । କିଛି ସମୟ ଏକାନ୍ତ ରେ ବସିଲା ପରେ ସେ ଘରକୁ ଫେରି ଆସିଲା ।
ଘରେ ପହଞ୍ଚି ଗୋଡହାତ ଧୋଇ ମନ୍ଦିର ଯିବାକୁ ପ୍ରସୂତ ହେଲା ପ୍ରତ୍ୟୁଷ । ଲିପି ଆଗରୁ ହିଁ ପ୍ରସ୍ତୃତ ହେଇ ପୂଜା ସରଞ୍ଜାମ ସଜାଡ଼ୁଥାଏ । ତାପରେ ଦୁହେ ମନ୍ଦିର ପାଇ ବାହାରି ଗଲେ ।
ପରଦିନ ସକାଳ ଚାରିଟାରେ ନିଦ ଭାଙ୍ଗି ଗଲା ପ୍ରତ୍ୟୁଷର । ତାପରେ ଆଉ ନିଦ ବି ହେଲାନି । କିଛିସମୟ ପରେ ଶେଜରୁ ଉଠି ପଡିଲା ପ୍ରତ୍ୟୁଷ । ଅନ୍ୟ ରୁମରେ ଥିବା ଷ୍ଟଡି ଟେବୁଲ୍ ରେ ଆସି ବସିଲା । କମ୍ପ୍ୟୁଟର କୁ ଅନ କଲା । ଇଣ୍ଟେରନେଟ୍ରେ ମେକାନିକାଲ ଇଞ୍ଜନିଅରିଙ୍ଗ ବିଷୟରେ ସଫିଙ୍ଗ କରିବାକୁ ଲାଗିଲା । ମେସିନ ଡିଜାଇନର ବହି ସବୁ ସର୍ଚ୍ଚ କରିବାରେ ଲାଗିଲା । ତାକୁ ବହୁତ ଗୁଡ଼ାଏ ନୂଆ ଲେଖକଙ୍କ ବହି ପଢିବାକୁ ମିଳିଲା । ସେସବୁ ପଢିବାରେ ଲାଗିଲା ପ୍ରତ୍ୟୁଷ ।
ଏମିତି କେତେ ସମୟ ବିତି ଯାଇଛି ପ୍ରତ୍ୟୁଷ କୁ ଜଣା ପଡ଼ିଲାଣି । ଲିପି ନିଦରୁ ଉଠି ପ୍ରତ୍ୟୁଷକୁ ଆଗରୁ ଉଠିଥୁବାର ଦେଖି ଆବାକ୍ ରହିଗଲା ।
“କ’ଣ ? ତୁମ ଦେହ ଠିକ୍ ଅଛିତ ? “ଆଶ୍ଚର୍ଯ୍ୟ ରେ ପ୍ରଶ୍ନ କଲା ଲିପି ।
“ମୁଁ ଠିକ୍ ଅଛି …”
“ଷ୍ଟ୍ରେନ୍ଜ” ନିଜକୁ ନିଜେ କହିଲା ଲିପି ।
ଏବେ ପ୍ରତ୍ୟୁଷ ପ୍ରତିଦିନ ସକାଳୁ ଭୋରରୁ ଉଠି କମ୍ପ୍ୟୁଟରରେ ପଢେ । ନୋଟ୍ ଲେଖେ ।
(କିଛି ଦିନ ପରେ …)
ସନ୍ଧ୍ୟା ରେ ପ୍ରତ୍ୟୁଷ ର ଫେରିବାର ସମୟ ହେଇଯାଇଥାଏ । ଆଜି ଟିକେ ବିଳମ୍ବ ବି ହେଇଗଲାଣି । ଡୋର – ବେଲ୍ର ରିଙ୍ଗ ଶୁଣି କବାଟ ଖୋଲିଲା ଲିପି ।
ପ୍ରତ୍ୟୁଷ ହାତରେ ଥଲା ଗୋଟିଏ କାର୍ଡ ବୋର୍ଡ଼ ବଳ୍ସ । ଆଉ ବାଳ୍ସଟା ଭିତରେ ଥୁଲା ଅନେକ ଯନ୍ତ୍ରପାତି , ତାର , ପାଇପ ଇତ୍ୟାଦି ।
“ଏସବୁ କଣ ? “ ଆଶ୍ଚର୍ଯ୍ୟ ରେ ପ୍ରଶ୍ନକଲା ଲିପି ।
ପ୍ରତ୍ୟୁଷ : “ଇୟେ ! …’ପ୍ରୋଜେକ୍ଟ ୱେକ୍ୟୁମ କ୍ଲିନର !’ “