ଶୋଇଯାଏ ଆକାଶ ଯେଉଁ ଦିନ ଚିରାନିଦ୍ରାରେ
ଫାଟିଯାଏ ସେଦିନ ପୃଥିବୀର ବକ୍ଷ
ଉଜୁଡି ପଡ଼େ ସବୁ ଧର୍ଯ୍ୟର ପ୍ରାଚୀର
ନିରବୀ ଯାଏ
ତିନି କୋଣିଆ ବଗିଚାର ସବୁ କୋଳାହଳ.!
ପକ୍ଷୀ ବି ନିରବୀ ଯାଆନ୍ତି
କିଚିରି ମିଚିରି ପ୍ରଶ୍ନ ପଚାରି ପଚାରି
ଗୁଣ୍ଡୁଚି ମୂଷା ର ନିରବ ଆଖିରେ
ଆଖିଏ ପ୍ରଶ୍ନ!
ନଦୀ ଅଟକି ଯାଏ ମୁହୂର୍ତ୍ତେ
ଝରଣା ର କୂଳୁ କୂଳୁ ଝରେ ଥିରି ଥିରି ।
ଗଦା-ଗଦା ବହି,
ଧାଡି-ଧାଡି ଅଜସ୍ର ବିଚାର ଧାରା
ହାତ ଠାରି ଡାକନ୍ତି
ଆହ୍ୱାନ ଦିଅନ୍ତି ଲମ୍ଫ ଦେବାକୁ
ଖୋଜିବାକୁ ତାଙ୍କରି ଅସ୍ତିତ୍ବ ।
ମୃତ୍ୟୁ କଣ କେବେ ନିରବୀ ପାରେ
ଶାଶ୍ୱତ ଓ ଅମର ପ୍ରେମକୁ?
ଚିରନ୍ତନ ଯଜୁଲ୍ୟମାନ ଚିନ୍ତାଧାରା କୁ !
