ସପନ ମୋ ଏମିତି ଏକ ସାଗର କୂଳ ବାଲିଘର,
ସକାଳର ଆଲୁଅରେ ଲିଭିଯାଏ ଚିହ୍ନ ଯା’ର ।
ଦିବାଲୋକେ ଖୋଜେ ଯେବେ ତଟେ ତା’ର ପାଦ ଧୂଳି,
ଶୂନ୍ୟତା ହିଁ ଶୂନ୍ୟତା ଚାରିଆଡୁ ଆସେ ମାଡ଼ି।
ଏକାନ୍ତରେ ବସି ଯେବେ ହିସାବ କରେ ଗତିବିଧି ,
କେତେ ପାଇ, କେତେ ହାରି, କେତେ ଦେଲି ସମାଧି।
ଅସଜଡା ହିସାବ ନେଇ ମନହୁଏ ତାଡ଼ି ଭିଡ଼ି,
ଅତୀତରେ ଛନ୍ଦି ହୋଇ ପାରେନା ନିଜକୁ ସମ୍ଭାଳି।
ଆଖି ଆଗେ ରୂପ ତା’ର ଆପେ ଯାଏ ଖେଳି,
ମୁଖେ ଯାହା ନିଆଁ ଦେଇ ସାରିଲି ଶେଷ ଅଳି।
ଆଉ ନ ପାରି ଫେରି ଯାଏ ପୁଣି ସେଇ ଶୂନ୍ୟତା କୁ,
ମୋ ଏକଲା ଜୀବନ ଆଉ ତା’ର ନୀରବତା କୁ।