କବିତା

ଆସରେ ପିଲେ କରିବା ଚିତ୍ର

Sesha Bhusan Acharya

ଟିକିଟିକି ଫୁଲ ପରଜାପତି
ଗୋଲାପ ମାଳ
ପାହାଡ଼ ଝରଣା ବଣ ବଗିଚା
କରିବା ଠୁଳ ।୨।

ଆସରେ ପିଲେ କରିବା ଚିତ୍ର
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆସରେ ପିଲେକରିବା ଚିତ୍ର
ଚିତ୍ର ବିଚିତ୍ର
ଖାଲି କାଗଜରେଦେବା ଜୀବନ
ଆସରେ ମିତ ।୧।

ଟିକିଟିକି ଫୁଲପରଜାପତି
ଗୋଲାପ ମାଳ
ପାହାଡ଼ ଝରଣାବଣ ବଗିଚା
କରିବା ଠୁଳ ।୨।

ସୂର୍ଯ୍ୟ ଚନ୍ଦ୍ର ତାରାଆଙ୍କିବା ଆମେ
ଗ୍ରହ ନକ୍ଷତ୍ର
ଖରା ଛାଇ ବର୍ଷାନୀଳ ଆକାଶର
ଯେତେ ବିଚିତ୍ର ।୩।

ହୋଲି ରଜଦୋଳିଦଶହରା ଦୀବାଲି
ପର୍ବ ପର୍ବାଣି
ରଙ୍ଗରଙ୍ଗ ବେଶେପିଲା ବୁଢ଼ାଙ୍କର
ହଜାର ଠାଣି ।୪।

ଆଙ୍କି ବସିଗଲେନ ଥମଇ ଆଉ
ଚିତ୍ରର ସୁଅ
ଆଙ୍କୁ ଆଙ୍କୁ ଜାଣୁସୃଷ୍ଟିର ରହସ୍ୟ
ଖେଳ ଏ ନୁହଁ ।୫।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top