କବିତା

ଆଶା ମୋର ଅନ୍ତାକ୍ଷରୀ

Dr Debadatta Samantaray's odia poem Aashaa Mora Antaakshri

ତେସ୍ତରୀ ବର୍ଷ ହେଲା ଆପଣଙ୍କୁ
ବେଶୀ ମିଛ କହିଛି ଗୋଟେ ସମ୍ବିଧାନ

ଆଶା ମୋର ଅନ୍ତାକ୍ଷରୀ

ରଜଶ୍ଵଳା ମାଟିର କୁଆଁରୀ ଆକାଂକ୍ଷାରେ
ମହ ମହ ପହିଲି ଆଷାଢ଼
ଗର୍ଭଗୃହରେ ଶୂନ୍ୟବେଦୀରେ ସ୍ରଜନଶୀଳ ପ୍ରାୟ ଈଶ୍ୱର
ଶବ୍ଦଟେ କବିତା ପାଲଟିବାର ଅମୃତ ଅନ୍ଧାର
ଅବଶ୍ୟ ଆଲୁଅର ଚରାଚରରେ
ଅପେକ୍ଷାରତ ବାହାନଗାର ଦୁଃଖ
ଏବେ ଆପଣଙ୍କୁ ଡର ଲାଗିବ
ଶୁଣିବାକୁ ବୁଲେଟ ଟ୍ରେନ୍‌ର ଗପ
ଅବଶ୍ୟ ଆପଣ ବୁଝି ଯିବେଣି
ତେସ୍ତରୀ ବର୍ଷ ହେଲା ଆପଣଙ୍କୁ
ବେଶୀ ମିଛ କହିଛି ଗୋଟେ ସମ୍ବିଧାନ
ଉତୁରିନ ଥିବା ଗୁଡାଏ ପ୍ରଶ୍ନ ଏବେ ଆତଯାତ
ଧାନ ଗଛରେ କାହିଁକି ଏଠି ଲୁହ ଫଳେ ?
ପ୍ରେମର ଗଛରେ ପ୍ରତାରଣା ??
ଅମଲା ଗଛରେ ଦୋଳି ଝୁଲେ ???
ସରକାର ଗଛରେ ଝୁଲୁଥାଏ ପେନ୍ଥା ପେନ୍ଥା ଛଳନା ????
ସତକୁ ଗପ କରିଦେବାର ଅଦ୍ଭୁତ କଳା ଜାଣେ
ଆମର ଛଦ୍ମବେଶୀ ଗଣତନ୍ତ୍ର
ଈଶ୍ୱରଙ୍କୁ ଦାୟୀ କରି
ଏବେ ଚୁପ୍‌ ଚାପ୍‌ ଖସିଯିବ ବାହାନଗାର ହତ୍ୟାକାରୀ
କେନ୍ଦୁଝରର ମାଟି ସିଲଟ୍‌ରେ ଲେଖା ହେଉଥିବ
ଏବେ ଦାଦନ କାହାଣୀ
ଭୁବନେଶ୍ୱର ଲକର୍‌ରେ କଳାହାଣ୍ଡିର ମେଘ
ଗୋଟେ ଧଳା ଲୋକର ଇକରରେ
କାଳେ ବଦଳିଯିବ ରାୟଗଡାର ଭାଗ୍ୟ
ଦେଖାଯାଉ, ସବାଶେଷ ଲୋକକୁ କୋଉ ବରଦାନ ଦେବେ
ଶ୍ରୀମନ୍ଦିର ଆଗରେ ହୁଣ୍ଡି ଥୋଇଥିବା
ଅଦ୍ଭୁତ ଈଶ୍ୱର , ଦେଖା ଯାଉ …

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top