ଉପନ୍ୟାସ

ତନ୍ମୟ ତପସ୍ୟା

Annapurna Mohanty's Odia Novel Tanmaya Tapasyaa

ବିଦ୍ୟାକୁ ଧରି କୌଣସି ଅବସ୍ଥାରେ ମୁଁ ରହି ପାରିବି ନାହିଁ । ତାର ଓ ଶୋଭନ ଦାସର ସମ୍ପର୍କ ବିଷୟରେ ମୁଁ ଜାଣିଲାପରେ…

ତନ୍ମୟ ତପସ୍ୟା

– ଅପା

– ଉଁ

– ଶୋଇନୁ ?

– ଶୋଇଥୁଲେ ତୋ ଡାକର ଉଁ କରିଥାନ୍ତି କେମିତି ?

– ମୋତେ ନିଦ ବି ହେଉନି ଅପା !’

– ‘ ମୁଁ ଜାଣେ, ତୁ ଶୋଇ ନାହୁଁ !

– ‘ ତାହେଲେ ଦି’ଜଣ କଥାବାର୍ତ୍ତା କଲେ ତ ନିଜଭିତର ଏକୁଟିଆ ପଣ ଦୂର ହୋଇ ଯାଆନ୍ତା । ଅନିଦ୍ରା କଷ୍ଟ ଲାଗନ୍ତି ନାହିଁ ।”

– ‘ ହଁ ଯେ, ଭାବିଲି ମୋ ଦୁଃଖକୁ ନେଇ ମୁଁ ଏକୁଟିଆ ଅନୁଭବ କରୁଛିତ କରୁଥାଏ । ତୁ ପିଲାଲୋକ, ତୋତେ କାହିଁକି ସେଥୁରେ ଭାଗୀଦାର କରିବି । ସୁଖସିନା ବାଣ୍ଟିଲେ ସୁଖୀ ହୁଅନ୍ତି ସମସ୍ତେ ଆଉ ଦୁଃଖକୁ କାହିଁକି ବାଣ୍ଡିବି ? ଅବଶ୍ୟ ଦୁଃଖ ଗୁଡାକ ଛାତିରୁ ବହିଗଲେ ପାଣି ପରାଏ ବହୁତ ହାଲୁକା ଲାଗେ । ଦୁଃଖ କାହିଁକି ବାଣ୍ଟିବି କହୁନୁ ? କିଏ ନେବ ତାକୁ ? କାହିଁକି ନେବ ଯେ ?’

କେହି ନେବ ନି ଲୋ ଅପା: କହିଦେଲେ କାଳେ ତା ଛାତି ଉପରେ ଥିବା ପଥର ବୋଝଟା ଟିକେ ହାଲୁକା ହେଇଯିବ । ‘

-‘ ଦେ ଛାଡ ମୋକଥା । ତୋ କଥା କହ । ବଡ ଭଉଣୀ ହିସାବରେ ତୋଠୁଁ ଶୁଣିଲାପରେ ମୋର ଉପଦେଶ କି ପରାମର୍ଶ ଯଦି ତୁ ଗ୍ରହଣ କରୁ କି ତୋ କାମରେ କିଛି ଲାଗେ ….’

-“ ଖାଇବା ପାଖରେ ବାପା ମୋତେ ଯାହା କହିଲେ ଶୁଣିଲୁତ ? ତୁ କହ ଅପା: ମୁଁ ଅମିତ୍‌କୁ ଏ ସବୁ କଥା କହି ପାରିବିତ ? ଛାଡି ପାରିବି ତାକୁ ? ତାକୁ ଛାଡିଲେ ମୋର ଆଉ କଣ ରହିବ ଯେ ? ଦଶମ ଶ୍ରେଣୀ ଦିନରୁ ସେ ମୋର କେବଳ ସହପାଠୀ ନୁହେଁ, ବନ୍ଧୁ ହୋଇ କେତେବେଳେ ମୋ ଜୀବନର ଗୋଟେ ବଡ ଅଂଶ ପାଲଟି ଗଲା ଅପା । ମୁଁ ନିଜେ ବି ଠିକ୍‌ କରି କହି ପାରିବି ନାହିଁ । ସବୁକଥାରେ ସେ ମୋ ପାଇଁ ଜଣେ ହୋଇ ଠିଆ ହୋଇଛନ୍ତି । ଦିନୁ ଟିଏ ମୋ ଜୀବନ ରୁଟିନ୍‌ରୁ ତାଙ୍କୁ କାଢି ଆଗକୁ ଚାଲିବା ଚିନ୍ତା ବି କରି ନାହିଁ । ସେ ବି ତାଙ୍କ ପ୍ରାଣ ବିନିମୟରେ ମୋ ଦେହର ଛାଇଭଳି ମୋ ପାଖରେ ଅଛନ୍ତି । ତାରି ଭିତରେ ଯେ ପାଟିଗୋଳ, ଯୁକ୍ତିତର୍କ, ମନାନ୍ତର ହୋଇନାହିଁ ସେ କଥା ନୁହେଁ । ମାତ୍ର ଦିନେ ଦୁଇଦିନ ଭିତରେ ଆମ ପୂଥବୀ ଯେମିତି _ ଶ୍ରୀହୀନ ହୋଇଯାଏ । ଦିନ ଦିନ ମୋ ମୁଣ୍ଡ ବିନ୍ଧେ ତ ସେ ଜ୍ୱରରେ ପଡିଯାଆନ୍ତି । ସେ ଭୁଲ କଲେ ବି ମୁଁ ସରି କହି କାନ ଧରେ ତ ମୁଁ ଭୁଲକଲେ ବି ପିଲାଙ୍କ ସାମ୍ନାରେ ସରିକହି କାନଧରି ଉଠ୍‌ବସ୍‌ ହୋଇ ପଡନ୍ତି । ଆମ ଭିତରେ ଜମା ଅଲଗା ପଣ ନାହିଁ ଅପା । ମୁଁ ଜାଣେ, ବାପା ଯେଉଁ କାରଣ ପାଇଁ ମୋତେ ସାବଧାନ ବାଣୀଶୁଣାଇ ଛନ୍ତି, ତାହା ନିଶ୍ଚିତ ଭାବରେ ମୋ ଭଲ ପାଇଁ । ବାପା ନିର୍ବାଚିତ କରିଥିବା ସୂର୍ଯ୍ୟକାନ୍ତ ରୋଜଗାର କ୍ଷମ । ବୂନିଆଦି ଘରର ପୁଅ । ମୋଟା ଅଙ୍କର ଦରମା ପାଉଥ୍ଵବା ସଫ୍ଟୱେର ଇଂଜିନିୟର । ମୋର ସୁରକ୍ଷା ସହ ବାପାଙ୍କ ସମ୍ମାନ ସେଥିରେ ନିହିତ ଥାଇପାରେ । ଏ ସବୁ ଅନ୍ୟ ଜାଣିବା ଲୋକଙ୍କୁ ଶୁଣିବାକୁ ବଢିଆ ନା ? ମାତ୍ର ଅମିତ୍‌ ମୋ ଜୀବନ ପାଇଁ ଗୋଟେ ଅମ୍ଳଜାନ ଭର୍ଭି ସବୁଜ ପୃଥିବୀ । ଭଲ ପାଇବା, ବିଶ୍ଵାସ କରିବା ଓ ଭରସା ରଖୁବା ର ନାମ ନିଶାନ୍‌ ନଥାଇ, ଗାଆଁର ପୁଅ, ଶ୍ରେଣୀର ସାଥୀ ପରିଥିଲୁ । ଜାଣେନା କେଉଁଦିନ କେଉଁ ପରିସ୍ଥିତି ରେ ଅମିତ୍‌ ମୋ ଜୀବନ ଭିତରକୁ ଧସି ପଶିଲା, ଆଉ ମୋ ଅଜଣାରେ ସ୍ଥିର ଆସନ ଟେ ଦଖଲ କରି ନେଇଛି । ଏ ସବୁ କେମିତି ହେଲା, ଠିକ୍‌ରେ ତୋତେ ବୁଝେଇ ପାରିବି ନାହିଁ ।

ଶୋଇବାଘର କରିଡରରେ କେହି ଚାଲିଯିବା, ବା କାନ୍ଥ ପାଖରେ ଅଟକିସିବା ଭଳି ଲାଗିଲା । ବିଦ୍ୟା ତରତରରେ ଆରାଧ୍ୟା ପାଟିରେ ଆଙ୍ଗୁଳି ଦେଇ ଚୁପ୍‌ ରହିବାକୁ ଇଂଗିତ ଦେଲା। ଜିରୋ ପାଞ୍ଵାର ଲାଇଟ୍‌ ସତ ଜହ୍ନ ଆଲୁଅର ଭ୍ରମ ସ୍ମୃଷ୍ପି କରୁଥିଲା । ମଶାରି ଭିତରେ ଦୁଲ୍‌ ଭଉଣୀ । ଦୂଲ ଭଉ଼ଣୀଙ୍କର କଥା ର ଭୁଟ୍‌ଭାଟ୍‌ ଶୁଣି ବାପା କି ବୋଉ କିଏ ଉଠି ଆସି ନାହାଁନ୍ତି ତ ।

ଚୁପ୍‌ ହୋଇଗଲା ଆରାଧ୍ୟା । ବିଦ୍ୟା ଦି କେବଳ ଶ୍ଵାସ ପ୍ରଶ୍ଵାସକୁ ନରମ କରି ପଡ଼ିଥିଲା ବିଛଣାରେ । କୁଆଡେ କିଛି ନଥିଲା । ବେଶ୍‌ କିଛି ସମୟପରେ ଆରାଧ୍ୟା ପୁଣି ଆରମ୍ଭ ଳଲା । “ ମୁଁ ଜାଣେ ହଜାରେ ଅନୁତାପ କରି ଲାଭ କଣ ତୁ କହିଲୁ ? ଆଜି ତୁ ଯଦି ଶୋଭନ ଭାଇଙ୍କ ସହ ବିବାହ କରିଥାନ୍ତୁ କେତେ ଭଲ ହୋଇ ଥାଆନ୍ତା ?

ବାପା ନିଜ ଝିଅର ପ୍ରଥମ କରି ବିବାହ ଦେବାର ଅଭିମାନକୁ ନିଜ ଜିଦ୍‌ରେ ନକରି ତୋ ମନ ନେଇ ଶୋଭନ ଭାଇଙ୍କ ସହ କରିଦେଇଥାନ୍ତେ, ଆଜିର ସ୍ଫିତି କଣ ସ୍ଵପ୍ନ ରେ ସୁଧା ଆସିଥାନ୍ତା ? ତୁ ବର୍ତ୍ତମାନ ଯେଉଁ ଜୀବନ ଜୀଉଛୁ, ତାର ଭବିଷ୍ୟତ କଣ ଅପା ? କେବଳ ଜୀଇବା ବାହାନା ଭିତରେ ନିଜର ସ୍ଵୃତି, ଭଲପାଇବାକୁ ଝୁରି ହୋଇ ଜଳିପୋଡି ଦହଗଞ୍ଜ ଜୀବନ କାଟିବା ନା ? ”

ବିଦ୍ୟା ଆରାଧ୍ୟାର କଥାରେ କିଛିବି ଉତ୍ତର ଦେଇ ପାରୁନଥିଲା । ଖାଲି ଲୁହ କେଇ ଧାର ଦୁଇ କାନ ତଳକୁ ଯାଇ ତକିଆ ଓଦା କରୁଥିଲା । ବିଦ୍ୟାର କାନକୁ ବାପାଙ୍କର ସେ ବେଳର ଅହଙ୍କାରର ଦର୍ପିତ ସ୍ଵର ଶୁଭିଯାଉଥୁଲା । ଶ୍ରୀକାନ୍ତଙ୍କୁ ନେଇ ଗର୍ବ କରୁଥିଲେ ବାପା । ତାଙ୍କ ପସନ୍ଦର, ସମକକ୍ଷର, ଉଚ୍ଚଶିକ୍ଷିତ ବଂଶ ବୁନିୟାଦିର ଗୁଣଗାନରେ ଶତଜିହ୍ଵା ବାପା ସେତେବେଳେ । ଶ୍ରୀକାନ୍ତ ତାଙ୍କ ବଂଶରେ ଏକାମାତ୍ର ଉତ୍ତରାଧିକାରୀ । ଏଭଳି ରୂପ, ଗୁଣର ଜ୍ଵାଇଁ ଆମ ଏ ଅଞ୍ଚଳ ଖାଲି କାହିଁକି, ଆଖ ପାଖ ପନ୍ଦର ଖଣ୍ଡ ଗାଆଁରେ କାହାର ନଥିବ । ସବୁ ମୋ ବିଦ୍ୟାର ଭାଗ୍ୟ । ଘଣ୍ଟାଘଣ୍ଟା ଧରି ନିଷ୍ଠାରେ ଠାକୁର ପୁଜା କରିବା, ବାରବ୍ରତ ଉପବାସକୁ ସମ୍ମାନ ଦେଇ ଆନ୍ତରିକତାର ସହ ପାଳନ କରି ଉପବାସ ରହିବା, ଫୁଲ ନିଜେ ତୋଳି ସୁନ୍ଦର ଗଜରା କରି ଠାକୁରଙ୍କୁ ପିନ୍ଧାଇବାର ଆଶୀର୍ବାଦ ଆଜି ଠାକୁରେ ତାରି ମଥାରେ ଢାଳି ଦେଇଛନ୍ତି ।

ବାପା ନିଜ ଯୁକ୍ତି ଓ ଦୃଷ୍ଟିକୋଣରେ ବିଚାର କରି ଶ୍ରୀକାନ୍ତଙ୍କୁ ଯେତେ ପ୍ରଂଶସା ମାଆଙ୍କ ଆଗରେ କରିଲେବି’ ଥକି ପଡୁନଥିଲେ । ମୋ ମନ, ମୋ ଭଲପାଇବାର ନିଷ୍ଠା, ପ୍ରେମ କରିବାର ବର୍ଷ ବର୍ଷର ସାଧନା ସବୁ ଶ୍ରୀକାନ୍ତ ସହ ବିବାହ ହୋମ ନିଆଁରେ ଜଳି ପୋଡି ପାଉଁଶ ହୋଇଗଲା । ଶୋଭନଙ୍କ ଠାରୁ ମୁଁ ଦୂରରେ ରହିଥିଲି ସିନା ମୁଁ ଶୋଭନଙ୍କୁ ଗୋଟିଏ ସେକେଣ୍ଡ ପାଇଁ ଭୂଲି ପାରୁନଥୁଲି । ଶୋଭନଙ୍କ ପାଖରେ ମୋ ପ୍ରାଣ, ମନ ପ୍ରେମ ଅଛି ରହିବ କେହି ତାକୁ ସ୍ପର୍ଶ କରି ପାରିବେ ନାହିଁ ବୋଲି ଦମ୍ଭଟେ ରଖିଲି । ବାପା ବୋଉ ନିଜର ଦାୟିତ୍‌, କର୍ତ୍ତବ୍ୟ ତୁଲେଇ ଶାନ୍ତିରେ ନିଶ୍ଵାସ ମାରିଲେ । ହାଲୁକା ହୋଇଗଲା ବାପାଙ୍କ କାନ୍ଧ । ବାପା ଖୁସୀ ଥିଲେ । ମାଆ କିନୁ ମୋ ମୁହଁର ଭାଷାକୁ ପଢି ବଡ ଛଟପଟ ହେଉଥଲା ସିନା ବାପାଙ୍କ ଆଗରେ ମୁହଁ ଖୋଲିବାର ସାହାସ ତାର ନଥିଲା ।

ବିବାହର ଫଳ କଣ ହେଲା ? ଶ୍ରୀକାନ୍ତର ସ୍ଵରୁପ ଜଣା ପଡିଲା ଚତୁର୍ଥୀ ରାତିରେ । ଜୁନ୍‌ମାସ ପ୍ରବଳ ଗରମ ହେଉଥାଏ । କାଳେ ଭାଉଜ ମାନେ ଝରକା ପାଖରେ ଛକିବେ, ଆମଦୁହିଁଙ୍କର କଥାବାର୍ଭା ଶୁଣି ପରଦିନ ଚିଡେଇବେ ସେହି ଭୟରେ ଝରକା କବାଟ ଶ୍ରୀକାନ୍ତ ଦେଇ ଦେଲେ ବୋଲି ମୋତେ ଶୁଣାଇଲେ ସିନା, ତାଙ୍କ ମନର କପଟ ଛଳନାରୁ ମୁଁ ବା କିପରି ଜାଣି ପାରିଥାନ୍ତି ? ଘର ଭିତରେ ସିଲିଂଫ୍ୟାନ ଘୁରୁଥାଏ । ଖଟ ପାଖରେ ଟେବୁଲ ପଙ୍ଖା ବି ଥାଏ। ତା ସତ୍ତେ ଶ୍ରୀକାନ୍ତ ଖଟ ପାଖକୁ ଆସିଲେ ନାହି । ଖଟ ଉପରେ ଚୁପ୍‌ଚାପ୍‌ ବସିଥାଏ ମୁଁ । ବହୁତ ଡେରିରେ ଶ୍ରୀକାନ୍ତ ଆସିଲେ ଟ୍ରାଉଜର ଓ ଗଞ୍ଜି ପିନ୍ଧି । “ ଖଟ ଗଦି ଗରମ ଲାଗିବ । ମୁଁ ତଳେ ସପରେ ଶୋଇ ପଡୁଚି । ଖଟରେ ତମେ ଶୋଇପଡ ।”

ଚତୁର୍ଥୀ ରାତିରେ ଏଇ ଦୁଇଟି ବାକ୍ୟ ଥିଲା ଶ୍ରୀକାନ୍ତଙ୍କର ମୋପ୍ରତି । ଶ୍ରୀକାନ୍ତକୁ କିଛି କହିବାର ସାହସ କି ପସନ୍ଦ ମୋର ନଥୁଲା । “ ସ୍ତ୍ରୀ ହିସାବରେ ସବୁକଥାକୁ ଅତିକମ୍‌ରେ ବର୍ଷଟା ଯାଏ ଦାନ୍ତଚିପି ସବୁ ସହିଯିବୁ ।” ମାଆର ଏଥିଲା ବିଦାୟ ବେଳାର ପରାମର୍ଶ । ତେଣୁ ନୀରବ ରହି ବସିବସି କେତେ ବେଳେ ଖଟରେ ଶୋଇପଡିଥୁଲି ।

ଯଥାରୀତି ବୋହୁ ପଣିଆ ସେ ଘରେ ନିର୍ବାହ କଲାପରେ ଅନେକ କଥା ତାରି ଭିତରେ ଧରା ପଡି ଯାଉଥଲା ଯାଆ ଆଉ ବିବାହିତ ନଣନ୍ଦଙ୍କ ସାମ୍ନାରେ । ହସି ହସି ଲାଜେଇ ଯାଇ ସେ ସ୍ଥାନ ଛାଡି ପଳାଇ ଆସୁଥୁବାରୁ ସେମାନେ ପ୍ରକୃତ କଥାର କିଛି ଟେର୍‌ ପାଉନଥିଲେ ।

ବାପା, ମାଆ ଖୁସୀ ହୁଅନ୍ତୁ । ତାଙ୍କ ଝିଅ ଭଲରେ ଅଛି ବୋଲି ଶାନ୍ତିରେ ନିଶ୍ଵାସ ମାରନ୍ତୁ । ଜ୍ୱାଇଁ କେବଳ ରୂପବନ୍ତ ନୁହେଁ ଗୁଣବନ୍ତ ବୋଲି ଭାବି ହେଉଥାନ୍ତୁ । ମନରେ ଭାବିଲି, ଯେତେଦିନ ପାରିବି ବାପା ମାଆଙ୍କୁ ଏପରି ସତ୍ୟକୁଗୋପନ ରଖି ଖୁସୀ ଦେଉଥବି । ଆବଶ୍ୟକ ସ୍ଥଳେ ମୋ ଜୀବନ ବିନିମୟରେ ଯଦି ସେ ଆନନ୍ଦ ପାଆନ୍ତି, ତା’ବି ମୁଁ କରିବାକୁ ପ୍ରସ୍ତୁତ ବୋଲି ଧରି ନେଇଥିଲି । ଶ୍ରୀକାନ୍ତ ମୋତେ ଇଚ୍ଛା କରି ସ୍ପର୍ଶ ବି କରୁ ନଥିଲେ । ମୁଁ ବି ତାଙ୍କ ସ୍ପର୍ଶସୁଖ ପାଇଁ ସାମାନ୍ୟତମ ଲାଳାୟିତ ନଥିଲି । ସତରେ ଏସବୁ ଆମର ଇଚ୍ଛା ଥିଲା ନା ଈଶ୍ୱରଙ୍କ ଇଚ୍ଛାରେ ସବୁ ହେଉଥୁଲା ? ମୋତେ ଭାବିଲେ ଆଜି ଆଶ୍ଚର୍ଯ୍ୟ ଲାଗୁଛି ।

ବହୁତ ଚାଲାକ ଥିଲେ ଶ୍ରୀକାନ୍ତ । କାହା ମନରେ ସାମନ୍ୟତମ ସନ୍ଦେହ ଜନ୍ମିବାକୁ ସେ ସୁଯୋଗ ଦେଉ ନ ଥିଲେ । ଅଫିସ କାର୍ଯ୍ୟରେ ଦ୍ଵାହିଦେଇ ସେ ତାଙ୍କ ଅଫିସ ଅଷ୍ଟମଂଗୁଳାପର ଦିନ ଚାଲିଯାଇଥିଲେ । ପ୍ରତି ମାସରେ ଯେମିତି ହେଲେ ଠାରେ ଆସୁଥିଲେ । ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ହସଖୁସୀ, ଥଟ୍ଟାମଜା, ଲଘୁ ପରିହାସ କରି ଘରର ମହଲକୁ ଜମେଇକରି ରଖୁଥିଲେ । ପ୍ରତିଥର ଆସିଲା ବେଲେ ମୋ ପାଇଁ କିଛି ନ କିଛି ଧରି ଆସୁଥିଲେ । ଏ ସବୁ କେବଳ ଲୋକ ଦେଖାଣିଆ ଥିଲା । ମାତ୍ର ରାତି ହେଲେ ଶୋଇବା ଘରେ ତାଙ୍କର ଭିନ୍ନ ରୂପକୁ ମୋତେ ସାମ୍ନା କରିବାକୁ ପଡୁଥିଲା । ନା ଠିକ୍‌ ରେ ପଦେ କଥା ନା ଗୋଟେ ଖଟରେ ଶୋଇବା ନା ସ୍ଵାମୀ ସ୍ତ୍ରୀର ଦୈହିକ ସମ୍ପର୍କ , ଏସବୁ କିଛି ନ ଥିଲା ।

ଗତାନୁ ଗତିକ ଭାବରେ ଶ୍ରୀକାନ୍ତଙ୍କୁ ନେଇ ଏପରି ଜୀବନ କାଟିବା, ପରିବାରର ସମସ୍ତଦାୟିତ୍ୟ ଧୀରେ ଧୀରେ ମୋ ଉପରକୁ ଚାଲି ଆସିବା ଭିତରେ ଗୋଟେ ଛଟ୍‌ପଟ୍‌ ଭାବ କାହିଁ କେଉଁଠି ହାବୁକା ମାରିଲାପରି ଲାଗୁଥିଲା । ଶୋଭନ ସ୍ମୃତି ଭିତରେ ଅହରହ କଟାଳ କରୁଥାନ୍ତି । ‘ଏ କଣ ସବୁ ହେଇ ଗଲା ବିଦ୍ୟା ? ଆମ ଜୀବନ ଯେ ନର୍କର ଯନ୍ତ୍ରଣା ଭୋଗ କରୁଛି ଜଣେ ଜଣକ ବିନା ?’

ତମେ ଶୋଭନ, ବୋଧ ଭାବୁଥିବ ତମକୁ ଛାଡି, ଶ୍ରୀକାନ୍ତ ସହ ଖୁସୀରେ ଦିନ କଟାଉଛି ନା ? ତମେ ଜାଣିନ ଶୋଭନ ବିବାହ ପରେ ଶ୍ରୀକାନ୍ତ ମୋତେ ସ୍ପର୍ଶ କରି ତାଙ୍କ ସ୍ଵାମୀତ୍ୱ ଜାହିର୍‌ କରିଥିଲେ ମୁଁ ବା କଣ କରିପାରିଥାନ୍ତି । ମାତ୍ର ତାହା ବୋଧ ହୁଏ ଇଶ୍ଵରଙ୍କ ଇଚ୍ଛା ନୁହେଁ । ମୁଁ ଯେ ଶୋଭନଙ୍କର କେବଳ ଶୋଭନ ହିଁ ସେ ଅଧିକାର ପାଇବେ, ଏକଥା ହିଁ ଘଟି ଗଲିଚି, ମୋ ଇଚ୍ଛାର ଉର୍ଦ୍ଧ୍ୱରେ ।” “ ଅପା ତୋ ମନ ଆଦୌ ଭଲ ନାହିଁ ଏଇନେ । ତୁ ଟିକେ ଶୋଇପଡିବାକୁ ମତିଷ୍କ ଚେଷ୍ଟା କର ।” ଆରାଧ୍ୟା ଆଶ୍ଵାସନା ଦେଇଥୁଲା ତା ଅପାକୁ ।

-ମୁଁ କିନ୍ତୁ ଆରାଧ୍ୟା ସବୁବେଳେ କାମନା କରୁଥାଏ, ମୋର ଆଉ ଶୋଭନଙ୍କ କଥା କୌଣସି ସୂତ୍ରରୁ ଶ୍ରୀକାନ୍ତ ଜାଣି ପାରନ୍ତେ କି ? ଏ ବିବାହ, ଏ ଦେଖାଣିଆ ବୈବାହିକ ଜୀବନରୁ ମୋତେ ମୁକ୍ତି ମିଳିଯାଆନ୍ତା ।”

ଯାହା ମଣିଷ ଇଚ୍ଛା କରେ, ତା ଆଦୌ ହୁଏନା । ଇଶ୍ଵରଙ୍କ ଇଚ୍ଛାହି କାର୍ଯ୍ୟକାରି ହୁଏ ଅପା !” ଶୋଭନଙ୍କୁ ନେଇ ସଂସାର ଗଢିବାର ମନ ଥିଲା ସିନା । ତାଙ୍କର ଅର୍ଥନୈତିକ ସ୍ଥିତି ହିଁ ବାପାଙ୍କ ଆଖିରେ ବଡ ଅନ୍ତରାୟ ହୋଇ ଛିଡା ହେଲା । ଶୋଭନ ମୋତେ ସାଥିରେ ରଖ୍‌ ସାରା ପୃଥିବୀ କଣ, ଈଶ୍ଵରଙ୍କ ସାଥେ ଲଢିବାର ମନଟେ ରଖୁଥିଲେ । କିନ୍ତୁ ମୋତେ ଛାଡି, ଦୁରକୁ ଯାଇ ଅଧିକ ପରିଶ୍ରମ କରି ରୋଜଗାର କ୍ଷମ ହେବାର ସାହାସ, ଦୃଢତା ତାଙ୍କଠାରେ ଜମା ଲକ୍ଷ୍ୟ କରିଲି ନାହିଁ । ଜୀବନ ଯୁଦ୍ଧରେ ହାରିବା ଜିତିବା କଥା କହୁନାହିଁ । ମାତ୍ର ସାହାସ ଧରି ସମସ୍ତ ବିପଦକୁ ସାମ୍ବା କରିବାର ଗୋଟେ ଜିଦ୍‌, ଗୋଟେ ମନବଳ ତାଙ୍କ ଠି ଲକ୍ଷ୍ୟ ନକରି ଦୁଃଖରେ ଭାଙ୍ଗିପଡେ ମୁଁ ଭିତରେ ଦୃଢ ମାନସିକତା ରହିବା କଥା କି ନା ? ମୁଁ ଜାଣେ ସେ କିନ୍ତୁ ମୁଁହ ନ ଖୋଲିଲେ ବି ଏ ସବୁରେ ସମର୍ଥ । ବାପାଙ୍କ ଆଗରେ ଠିକ୍‌ ସମୟରେ କିଛି କହି ନପାରିବା, ଆମଜୀବନକୁ ଜ୍ୱାଳାମୟ କରି ଦେଲା ।

ବାପାଙ୍କ ସ୍ୱପ୍ନରେ ମୁଁ ଆଗଧାଡିର ଝିଅ ଥୂଲି । ଘରର ବଡ ଓ ପ୍ରଥମ ଝିଅ ବୋଲ ସମସ୍ତଙ୍କ ଆଖିରେ ଅନନ୍ୟ ହୋଇ କଟିଥିଲା ମୋ ବାଲ୍ୟ, ଶୈଶବ ଆଉ କୈଶୋର ର ଜୀବନ । ଶୋଭନ କିନ୍ତୁ ମୋ ପିଲାବେଳେ ଅର୍ଥାତ ସ୍କୁଲ ବେଳର ସାଙ୍ଗ ଥିଲେ । ସାଥୀ ହୋଇ ସ୍କୁଲ ଯିବା ଆସିବା କରିବା, ଶ୍ରେଣୀରେ ସାଥୀ ହୋଇ ବସିବା, ଖରାଦିନେ ଗଛରୁ ଖଜୁରିକୋଳି, ଟେକା ପକାଇ ଆମ୍ବ, ଜାମୁ ପାରି ମୋତେ ଦେଇ ତାଙ୍କର ଭଲପାଇବା ସାବ୍ୟସ୍ତ କରୁଥିଲେ । ସାଙ୍ଗ ହୋଇ ଅଙ୍କ, ଜ୍ୟାମିତି, ଆଲଜେବ୍ରା କରିବା, ନୋଟ୍‌ କରିବା ଭିତରେ ବନ୍ଧୁତ୍ୱ ନିବିଡ ଥଲା । ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ଘରେ ରହି ପଢାପଢି ପ୍ରସ୍ତୁତି କରିବା ବେଳେ ତାଙ୍କର ଅନୁପସ୍ଥିତି ମୁଁ ଗଭୀର ଭାବରେ ଅନୁଭବ କଲି । ସାହିତ୍ୟ, ଇତିହାସ ପଢିଲା ବେଳକୁ ସେ ମୋ ପୃଷ୍ଠା ଉପରକୁ ଓହ୍ଲେଇ ଆସୁଥଲେ । ତାଙ୍କ କହିବା କଥା ଲେଖା ଥିଲାପରି ମୁଁ ପଢାଭିତରେ ନିଜ ପାଟିରେ ଦୋହରାଉ ଥିଲି । ତାଙ୍କ ନଥିବାରେ ସେ ମୋତେ ଅଧକ ସୁନ୍ଦର ଦିଶିଲେ । ମୁଁ ଅନୁଭବ କରୁଥୁଲି ଶୋଭନଙ୍କ ସହ ମୋର ଭେଟ ହେବା ନିହାତି ଜରୁରୀ । ନହେଲେ ପାଗିଳୀ ହୋଇଯିବି । ପରୀକ୍ଷାରେ ଫେଲ ହୋଇ ଯାଇପାରେ । ରାତିରେ ବିଛଣାରୁ ଉଠି ଶୋଭନଙ୍କ ଘରକୁ ପଳାଇ ଯାଇପାରେ । ମୋର ଏପରି ବିଚଳିତ ଭାବକୁ କେହି ଜାଣି ପାରନ୍ତି ନାହିଁ । ମା ଲକ୍ଷ୍ୟକରି ବାପାଙ୍କୁ କହିଲେ, ବାପା କହନ୍ତି “ ମୋ ଝିଅ ଏଥର ମାଟ୍ରିକ ପରୀକ୍ଷା ଦବଟି ? ସେହି ପରୀକ୍ଷା ପାଇଁ ତାମନରେ ଭୟ ସହିତ ବିଚଳିତ ଭାବଟା ରହୁଥୁବ !

କଥା ସେତିକିରେ ସରିଯାଏ । ଦିନେ ମାଆ ମୋତେ ବାଧ୍ୟ କଲାଭଳି କହିଲା; “ଯାଆ ବାହାରେ ଟିକେ ବୁଲି ଆସିବୁ । ଘିଅ ଦୀପ ନେଇଯା, ଠାକୁରଙ୍କ ପାଖରେ ଜାଳି ପ୍ରାର୍ଥନା କରି କହିବୁ ତତେ ଶକ୍ତି, ସାହାସ ଦିଅନ୍ତୁ । ସ୍ମୃତି ଶକ୍ତି ଦିଅନ୍ତୁ । ଆମ ଘରେ ତୁତ ଆମର ପ୍ରଥମକରି ମାଟ୍ରିକ୍‌ ପରୀକ୍ଷା ଦେବୁ । ଠାକୁର ତୋ ମନକଥା ଚୁଝନ୍ତୁ ।”

ସେଦିନ ମାଆ କଥା ମୋ ମନକୁ ପାଇଥ୍‌ଲା । ମୁଁ ଘିଅଦୀପ ଧରି ମନ୍ଦିର ଯାଇଥିଲି । ପ୍ରାର୍ଥନା କରିଥିଲି, “ ଶୋଭନଙ୍କ ସହ କେବେଠୁ ଦେଖା ହୋଇନାହିଁ, ମାଧବ! ତାଙ୍କୁ ଏଠାକୁ ଆଣି ପାରନ୍ତିନି ଆପଣ ? ମୋର ଟିକେ ଶୋଭନଙ୍କ ସାଙ୍ଗରେ ଦେଖା ହୋଇଯିବା ଦରକାର । ଆଉକିଛି ମାଗୁନାହିଁ ।” ଏତିକିରେ ମୋ ପ୍ରାର୍ଥନା ସରିଥିବଲା ।

ଆରାଧ୍ୟା, ଭଲ ପାଇବାର ଅନୁଭବ ଏତେ ସୁନ୍ଦର, ଏତେ ନିଷ୍ପାପ ତାହା ପୃଥିବୀର ସମସ୍ତ ଲୋଭନୀୟ ବସ୍ତୁଠାରୁ ଧୀର ଗୁଣରେ ଲୋଭନୀୟ । ମନରେ ଆତ୍ମାରେ ମୋର ସଚରାଚର ପୃଥିବୀରେ ଖାଲି ଶୋଭନ ହିଁ ଶୋଭନ ଛାଇ ଯାଇ ଥାଆନ୍ତି । ତାଙ୍କ କଥାରେ ବାକ୍‌ ପଟୁତା କି ବିବ୍ରତା ବା ସେପରି କିଛି ନ ଥାଏ ତଥାପି ଅତି ସାଧାରଣ କଥା ମୋତେ ଅସାଧାରଣ ଲାଗେ । ଏମିତି କାହିଁକି ହୁଏ ତାର ଉତ୍ତର ସେବେ ନ ଥିଲା କି ଏବେ ମୋ ପାଖରେ ନାହିଁ । ମାତ୍ର ସେଦିନ ମାନଙ୍କର ପୂଲକଃ, ଚମକ ବଦଳରେ ଆଜି ମୋ ତମାମ ସତ୍ତାରେ କେବଳ ଛଟପଟ ଭାବ, ବୁକୁଥରା ଅନ୍ତର୍ଦାହ, ଭାରି ରହିଛି । ଆଜି ଚାରିଆଡେ ମୋ ପାଇଁ ମରୀଚିକା, ହତାଶର ଧୂ ଧୂ ତପ୍ତ ବାଲି । ଆରାଧ୍ୟା , ଆଜି ଶୋଭନ କେଉଁଠି ଅଛନ୍ତି, କିପରି ଅଛନ୍ତି, ଜାଣେନି । ମାତ୍ର ଶ୍ରୀକାନ୍ତ ମଣିଷ ରୂପୀ ଅମଣିଷ ଥିଲେ ଆଠମାସ ସେ ଘରେ ରହିବା ଭିତରେ ଛଅଥର ସେ ଘରକୁ ଆସିଛନ୍ତି ।

“ତାଙ୍କୁ ସିଧାତ ପଚାରି ପାରିଥାନ୍ତୁ ? ‘

– “ ସେଭଳି ଚେଷ୍ଟା କରିଥିଲି । ଥରେ ରାତିରେ ସମସ୍ତ ଶୋଇଲାପରେ ମୁଁ ସିଧା ଶ୍ରୀକାନ୍ତଙ୍କୁ ପଚାରିଲି, “ଏମିତି ଜୀବନ ଆଉ କେତେଦିନ କାଟିବାକୁ ହେବ ମୋତେ? ଏ ଧରଣର ଜୀଇବା ମୋତେଭଲ ଲାଗୁନାହି । ଏଥରେ ତମ ସାଥିବରେ ମୁଁ ରାଉର୍‌ କେଲା ଯିବି ।”

ଏକଥା ମୋର ଶୁଣୁ ଶୁଣୁ ଶ୍ରୀକାନ୍ତଙ୍କ ମୁହଁରେ କୂଟିଳ ହସଟେ ଆସୁ ଆସୁ ଲୁଚି ଯାଇଥୁଲା । ସେ ନିଜକୁ ସ୍ଵାଭାବିକ କରି ନେଇ କହିଥ୍ଵଲେ, ‘ତମ କହିବା ଆଗରୁ ମୁଁ ଏ ବାବଦରେ ଚିନ୍ତା କରିସାରିଛି ମାତ୍ର ମନ ମାଫିକ୍‌ ଗୋଟେ ଭଡାଘର ପାଇବା ଅତ୍ୟନ୍ତ ଭାଗ୍ୟର କଥା । ପ୍ରତି ସଣ୍ଡେରେ ମୁଁ ଘର ଖୋଜି ବୁଲେ । ଏଯାଏ ମିଳିନାହିଁ । ଭଡାଘର ମିଳିଗଲେ ତମେ ନିଶ୍ଚୟ ଯିବ । ମୋତେ ବି ସେଠି ଏକୁଟିଆ ରହିବାକୁ ପଡୁଛି ନା ନାହିଁ ?

ଏକଥା ମୋ ବିଶ୍ୱାସକୁ ଆସୁନଥୁଲା । ତୁକହ ଆରାଧ୍ୟା, ଯେଉଁ ଲୋକ ଗୋଟିଏ ଛାତତଳେ ଗୋଟିଏ ଘରେ ରହି ଯୁବତୀ ସ୍ତ୍ରୀକୁ ସ୍ପର୍ଶ କରିବାର ମାନସିକତା ରଖି ନାହାନ୍ତି, ସେଠାକୁ ମୋତେ ନେଇ ମୋତେ ରଖୁବେ, କଣ ପାଇଁ ? ଏକଥା ମୋ ବିଶ୍ୱାସକୁ ଆସୁନଥୁଲା । ସେଠାକୁ ମୋତେ ନେଇ, ମୋ ସହ ସ୍ଵାଭାବିକ ସଂପର୍କ ରଖୁବେ ? କଣ ପାଇଁ ଏସବୁ ମୋ ଜୀବନରେ ଏମିତି ଘଟି ଯାଉଛି । ତାହା ନିଜକୁପଚାରି ମୁଁ ଉତ୍ତର ପାଇ ନାହିଁ । ହତାଶ ଲାଗିଛି କାହାକୁ ଏକଥା କହି ପାରୁନଥାଏ । ଏତିକି ଦିନ ଭିତରେ ଶ୍ରୀକାନ୍ତ ମୋତେ ବୋଧହୁଏ ପରଖିନେଇ ସାରିଥାନ୍ତି ଯେ ନାରୀତ୍ଵ୍‌ ଓ ପନ୍ନୀତ୍ୱର ସାମାନ୍ୟ ଅଧିକାର ନପାଇ ମାଟି କଣ୍ଢେଇଟେ ଭଳି ରହି ଶାଶୁ ଶଶୁର, ବାପାମାଆ କାହାକୁ ଯେ ଜଣାଇ ନାହିଁ ତେଣୁ ତାକୁ ଭଲ ବୋକା ବନେଇ ନଚେଇ ହେବ । ତେଣୁ ରାଉରକେଲା ନେଇଗଲେ ସମସ୍ତେ ଖୁସି ହୋଇଯିବେ, ବିଶେଷ କରି ଆମ ବାପା ମାଆ । ମୁଁ ସାହସ ଗୋଟେଇ ଯଦି କେବେ ଶ୍ରୀକାନ୍ତ ନାମରେ ଅଭିଯୋଗ ଆଣେ, କେହି ବିଶ୍ୱାସ କରିବେ ନାହିଁ । ଶ୍ରୀକାନ୍ତଙ୍କ ଆଗରେ ଯଥେଷ୍ଟ ଯୁକ୍ତି ରହିବ ଯେ ସେ ଯଦି ମୋତେ ଏତେ ଅବହେଳା କରୁଥୁଲେ ମୁଁ ମୁହଁଖୋଲି ତାଙ୍କ ବାପା ମାଆ କିମ୍ବା ଆମ ବାପା ମାଆଙ୍କୁ ଜଣାଇଲି ନାହିଁ କାହିଁକି ? ଏ ସବୁ ବିଦ୍ୟାର ମନଗଢା କଥା । ବରଂ ସେ ମୋ ସାଥୀରେ ରହିବାକୁ ଗହେଁନା । ଏ ସବୁ ମୋ ଭିତରେ ତୋଫାନ ସୃଷ୍ଟି କରୁଥଲା । କିଛି ସମାଧାନର ବାଟ ମୋ ପାଖରେ ନଥିଲା ।

ସେ ତ କହିଦେଇ ନିଜ କଥା ରାଉର୍‌କେଲା ଚାଲିଗଲେ । ମୁଁ ଦିନରେ ଠିକ୍‌ରେ ଖାଇ ପାରିଲି ନାହିଁ କି ରାତି ରାତି ଶୋଇ ପାରିଲି ନାହିଁ । ଘରକାମ ଅନ୍ୟମନସ୍କ ହେତୁ ଠିକ୍‌ଠିକ୍‌ ତୁଲେଇ ନପାରି ଶାଶୁଙ୍କ ଠାରୁ କିଛି ପ୍ରତିକୂଳ ମନ୍ତବ୍ୟ ଶୁଣିବାଳୁ ପଡ଼ୁଥିଲା । ଯାହାକି ସହ୍ୟ କରି ହେଉନଥିଲା । କହ, ଏ ଜୀବନ କେମିତିକା ଜୀବନ ? କେଉଁ ଝିଅଟେ ଏହିପରି ଜୀବନଳୁ ସ୍ଵପ୍ନରେ ରଖିଥାଏ ?

ଏତିକିରେ ଶ୍ରୀକାନ୍ତଙ୍କ ଉପେକ୍ଷା ଓ ଅବହେଳା ସରନଥିଲା । ଦୋଳପୂର୍ଣ୍ଣିମା ପାଇଁ ତାଙ୍କ ଘରେ ଗହଳ ଚହଳ ଲାଗିଥାଏ । ପିଉସୀ, ଭଉଣୀ ପରି ଝିଆଣୀମାନେ ଘରକୁ ଆସିଥାନ୍ତି । ବାପା ମାଆଙ୍କର ବାଧ୍ୟ ଓ ସୁନାପୁଅ ପରି ଶ୍ରୀକାନ୍ତ ଠିକ୍‌ ସମୟରେ ଆସି ପହଞ୍ଚି ଗଲେ ।

ରାତିରେ ତାଙ୍କର ପଟ୍ଟ ପରିବର୍ତନ ହୁଏ । ଦିନରେ ଦେଖାଉଥିବା ସ୍ଵଭାବ ରାତିକୁ ବଦଳିଯାଏ । ହସ ଖୁସୀ କିଏ ଯେମିତି ରାତିରେ ଛଡେଇ ନିଏ । ମନକୁ ଟାଣ କରେ, ଯାହେଲେ ଆଜି ପଚାରିବି ଶ୍ରୀକାନ୍ତଙ୍କୁ ସମ୍ନାସାମ୍ନି , ଭାବି ରହେ । ତାଙ୍କ କହୁଥୁବା କଥାରେ ଠିକ୍‌ ଠିକ୍‌ ଜବାବ ନଦେଲେବି ତାଙ୍କୁ ମୁଁ ଭଲପାଇବା ଓ ସେ ମୋତେ ଭଲ ପାଇବା ଯେ ବିବାହର ଭିଭି ଏକଥା ତାଙ୍କୁ ଶୁଣାଇବି । ମାତ୍ର ତାଙ୍କ ମୁହଁକୁ ଚାହିଁଦେଲେ ମନ ଭିତରେ ଦମ୍ଭ, ଉତ୍ସାହ କୂଆଡେ ଉଭାନ୍‌ ହୋଇଯାଏ ।

ଦିନେ କଣ ଗୋଟେ ଯୋଜନା ସମ୍ଭବତଃ ମନରେ ଥିଲା ବିଛଣାରେ ଶୋଇଲେ । ମୁଁ ଭାବିଲି ବୋଧେ ମନର ପରିବର୍ତନ ହୋଇଛି । ମୁଁ ଯଥା ସମ୍ଭବ ଗମ୍ଭୀରତା ରଖିସେଇ ବିଛଣାରେ ତାଙ୍କ ଠୁ ଦୂରେଇ ଶୋଇଲି । ସେ ମୋ ବିପରୀତ ଦିଗକୁ ମୁହଁ କରି ଶୋଇଥିଲେ। କେତେ ସମୟ ପରେ ଶ୍ରୀକାନ୍ତଙ୍କର ସ୍ଵର ଶୁଭିଲା । “ ଗୋଟିଏ ଘରେ, ଗୋଟିଏ ବିଛଣାରେ ଆଠମାସ ଭିତରେ କୋଡିଏ ଥର ରାତି କଟାଇଲେ ବି କେହି କାହାକୁ ଛୁଇଁ ନାହାଁନ୍ତି । ଦିନକୁ ଦିନ ନିକଟତର ହେବା ପରିପର୍ଭେ ଦୁରତା ବଢିବାରେ ଲାଗିଛି । ଯେତେ ଚେଷ୍ଟା କଲେ ମୁଁ ତମକୁ ଭଲପାଇ ପାରୁ ନାହିଁ । ତମ ନିକଟତର ହୋଇପାରୁନାହିଁ । ତମଠି’ ମଧ୍ୟ ମୋତେ ପାଇବାର ଦୁର୍ବାର କାମନାଟେ ଅଛି, ଏକଥା କେବେମୁଁ ଲକ୍ଷ କରିନାହିଁ । ଜୀବନକୁ ଏମିତିରେ ଆଉ ଅଧିକ ଦିନ ଆଗେଇ ନେଇ ହେବ ନାହିଁ । ମୁଁ ରାଉର୍‌ କେଲାରେ ଭଲରେ ଖାଇ ଶୋଇ ପାରୁନି କିମ୍ବା ଏକାଗ୍ରତାର ସର୍ଭିସ କରି ପାରୁନାହିଁ । ତେଣୁ ଏ ଛଳନାର ଖେଳଘରକୁ ଭାଙ୍ଗିଦେଇ ଚାଲ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଯିବା ସେଥୁରେ ଉଭୟଙ୍କର ମଙ୍ଗଳ ।” କଣ ତାଙ୍କୁ ଉତ୍ତର ଦେବୀ କିଛି ଚିନ୍ତା କରି ପାରିଲି ନାହିଁ । ଆଖିରୁ ଲୁହ ଲୁହ ଗଢି ଆସୁଥିଲା । ଜାଣିଚି ନା ଆରାଧ୍ୟା, ଏ ବଜ୍ଜାତ ଲୁହ ହିଁ ନାରୀର ବଡ଼ ଶତ୍ରୁ । ଟିକେ ଟିକେ କଥାରେ ଆଖୁରୁ ବାହାରି ଆସବ ତ, ତମକୁ ଦୁର୍ବଳ କରିଦେବ । ପାଟିକୁ ଠିକ୍‌ କଥା ଆସିବ ନାହିଁ । ଯାହା ଆସିବ, ତା କଣ୍ଠରୁଦ୍ଧ ହୋଇଯିବା ଦୋଷରୁ ସ୍ପଷ୍ଟ କହି ହେବନି କିନ୍ତୁ କଥାରେ କୁହାଯାଏ ଲୁହ ହିଁ ନାରୀର ବଳ । ଲୁହ ଗଡ଼ାଇ ଅନ୍ୟକୁ ଦୁର୍ବଳ କରିଦିଅନ୍ତି । ସହାନୁଭୁତି ଜବରଦସ୍ତ ଆଦାୟ କରି ନିଅନ୍ତି । ଏ ସବୁ ଭୁଲ୍‌ କାହା ସହାନୁଭୁତିରେ କଣ ଫାଇଦା, କେତେ ଫାଇଦା ହେଇଚି କାହିଁ ମୁଁ ତ ଜାଣିନି ? ତେଣୁ କାହା ଆଗରେ ଲୁହ ନଗଡାଇ ନିଜକୁ ପ୍ରଥମେ ଶକ୍ତ କରି ନେଲି । ଛେପ ଢୋକି ମୁଁ ଦୃଢକଣ୍ଠରେ ଶ୍ରୀକାନ୍ତଙ୍କୁ ଶୁଣାଇଲି ।

-‘ ମୁଁ ତମ ଠୁଁ ମୁକ୍ତି ଭିକ୍ଷା ମାଗୁନାହିଁ । ଏ ଘର ଛାଡି ଯିବାପାଇଁ କନିଆଁ ସାଜି, ବନ୍ଧୁ ବାନ୍ଧବ, ଦୁଇପରିବାରର ବାପା ମାଆଙ୍କ ସାମନାରେ ହୋମ ଅଗ୍ନୀକୁ ସାକ୍ଷୀ ରଖ ତମକୁ ବିବାହ କରି ଥିଲି । ତମେ ମୋ ସହିତ ସେ ଦିନଠୁଁ ଯୋଡି ହୋଇଯାଇଛ । ଏତେ ସହଜ ନୁହେଁ, କଥାରେ କହି ଦେଲା ଭଳି କାମରେ ଦେଖାଇ ଦେବା । ବିଭାଘର ଖେଳଘର ନୁହେଁ । ଇଚ୍ଛା ହେଲେ ଖେଳିବ ତ ଇଚ୍ଛା ନହେଲେ ସଢେଇ ଭାତଡାଲି ଫିଙ୍ଗି ଘର ଭାଙ୍ଗି ଦେଇ ନିଜ ନିଜ ଘରକୁ ଚାଲିଯିବ । ଯଦି ବିବାହ କରିବା, ଘର ବାନ୍ଧିବା ମୋ ସାଥିରେ କରିବାର ନଥିଲା, ବିବାହ ବେଦୀକୁ ନଯାଇ ତମ ବାପା ବୋଉଙ୍କୁ ସିଧା କଥା କହିବାର ସାହସ ରଖିବାର ଥଲା । ପୁରୁଷମାନେ ଏତେଭୀରୁ ମୋ ଧାରଣାରେ ନଥଲା ।

ପାଟିର କଥା ସରିନଥିଲେ ବି ମନ ଭିତରେ ଟକ୍‌ ଟକ୍‌ ହେଉଥୁବା କଥା ଗୁଡିକୁ ଆଉ ପାଟିକୁ ଆଣି ପାରିଲି ନାହିଁ । ଭିତର କ୍ରୋଧ ମଣିଷକୁ ଅଜ୍ଞାନୀ, ପଶୁ କରିଦିଏ । କଣ କାଳେ ଅଧିକ ପାଟିରୁ ବାହାରି ପଡିବ ଚିନ୍ତା କରି ନୀରବ ରହିଲି ।”

– “ସବୁ ତ ଠିକ ଥିଲା ଅପା; ଶ୍ରୀକାନ୍ତ ତତେ ନଛୁଇଁ ସାନ୍ତିଧ୍ୟ ନଦେଇ, ନିଜର ସ୍ଵାମୀତ୍ୱ ଜାହିର ନକରି ମଧ୍ୟ ତୁ ତାଙ୍କର ସ୍ତ୍ରୀ ସେ ଘରର ବୋହୁ ବୋଲି ନିଜକୁ ଏତେ ଦିନ ଚଳାଇ ଆସିଲୁ । ମୋ ମତରେ ତୋର ସେ ସିଦ୍ଧାନ୍ତ ଭୁଲ ଥଲା ବୋଲି ମୁଁ କହିବି ।’

– “ ନା ଭୁଲନଥଲା । ମୁଁ ଭାବୁଥିଲି ଘରେ ଯୁବତୀ ସ୍ତୀକୁ ରଖି ଶ୍ରୀକାନ୍ତ କେତେ ଦିନ ନିଜକୁ ଦୂରରେ ରଖିବେ । ଦ୍ଵିତୀୟତଃ ବାପା ସେପର୍ଯ୍ୟନ୍ତ ବିବାହର ବ୍ୟୟ ବହୁଳ ଖର୍ଚ୍ଚ ସାଂଗକୁ ଶ୍ରମକାନ୍ତି ମଧ୍ୟ ମେଣ୍ଟାଇ ନଥିବେ । ତାଙ୍କ ଭିତରୁ ଥକ୍ଟାପଣ ଯାଇନଥୁବ । ମୋଠାରୁ ଏକଥା ଶୁଣିଲେ ଆମ ବାପା ମାଆ ଧର୍ଯ୍ୟଧରି ରହିବେ ତ ? ଚାରିଆଡେ ଘଟଣାଟା ପବନ ପରି ଖେଳିଯିବ ଘରସାହି ପଡିଶା ଗାଆଁ ଟପି ପାଞ୍ଚଦଶ ଖଣ୍ଡ ଗାଆଁ, ବନ୍ଧୁବାନ୍ଧବ ଯାଏ । ଗୋଟିଏ କଥା ମୋତେ ଡରଉ ଥାଏ, ସମସ୍ତେ ଆତ୍ମୀୟ ନୁହଁନ୍ତି କି ନୁହଁନ୍ତି ବିଶ୍ଵାସର । ଅନ୍ୟର ଦୁଃଖରେ ନାକରେ କାଠି ପୁରାଇ ଛିଙ୍କିବା ଲୋକ ଏ ଦୁନିଆରେ ଢେର ଅଧିକ । ୟେ କଷ୍ଟ ବାପା ମାଆ ଜମା ସହିପାରି ନଥାନ୍ତେ । ସବୁଠୁଁ ବଡ କାରଣଟି କଣ ଜାଣୁ ? ବାପା ଭାବିଥାନ୍ତେ ଶୋଭନଙ୍କ ସାଂଗରେ ମୋର ବିଭାଘର କରିବାକୁ ବାପା ରାଜି ହେଲେନି ବୋଲି ମୁଁ ଶ୍ରୀକାନ୍ତଙ୍କ ନାମରେ ମିଛସତ ଯୋଡି ଶ୍ରୀକାନ୍ତଙ୍କ ଘର ଛାଡିଚି । ସବୁ ଦିନକୁ ପାହାଡ ପରି ଦୁଃଖକୁ ବୋହି ବଞ୍ଚିଥାନ୍ଥି/ ଶତ ଚେଷ୍ଟା କରି ବାପାଙ୍କ ମନରେ ଥବା ଭୂଲ ଧାରଣାକୁ କେବେ କାଢି ପାରିନଥାନ୍ତି । ବହୁ କଥାଅଛି, ଥାଏ, ରହିବ ବି ଏ ସଂସାରେ । କେବେ କେହି ତାଳୁ ନିଃଶେଷ କରିପାଗିନେ ନାହିଁ ।

ସେତିକିରେ ମୋ ଦୁଃଖ ଦିନ ସରିନଥିଲା । ହଠାତ୍‌ ଦିନେ ରାଉର୍‌କେଲାରୁ ଳୋର୍ଟ ନୋଟିସ ଆସିଲା । ଶ୍ରୀକାନ୍ତ ଛାଡପତ୍ର ଦେବାଳୁ ଟହୁଁଛନ୍ତି କାରଣ ସେ ମୋସହ କେବେ ଦି ରହିପାରିବେ ନାହିଁ ଦାମ୍ପତ୍ୟ ସଂପର୍କ ଧରି !

ବଜ୍ର ପଡିଲା ବାପା ମାଆଙ୍କ ମୁଣ୍ଡରେ । ମୁଁ ଶାଶୁଘରେ ଥାଏ । ବାପା ମୋତେ ଯାଇ ଆଣିବା ବେଳକୁ ତାଙ୍କ ଘରକୁ ସେ ସବୁ ସତ୍ୟକଥା ଜଣାଇ ସାରିଥିଲେ । “ ବିଦ୍ୟାକୁ ଧରି କୌଣସି ଅବସ୍ଥାରେ ମୁଁ ରହି ପାରିବି ନାହିଁ । ତାର ଓ ଶୋଭନ ଦାସର ସମ୍ପର୍କ ବିଷୟରେ ମୁଁ ଜାଣିଲାପରେ, ତମେମାନେ କୁହ କେଉଁ ପୁରୁଷ ବିଦ୍ୟାକୁ ସ୍ତ୍ରୀର ସମ୍ମାନ ଦେବ । ତେଣୁ ତାର ସମସ୍ତ ଜିନିଷ ପତ୍ର ସହ ତାକୁ ତାଙ୍କ ଘରକୁ ପଠାଇଦିଅ । ମୁଁ ଦିନେ ବି ବିଦ୍ୟାକୁ ଛୁଇଁ ନାହି । କାରଣ ଠିକ୍‌ ବିଭାଘର ପରଦିନ କେହିଜଣେ ତାଙ୍କ ଗାଆଁର ଲୋକ ନିଜ ପରିଚୟ ନଦେଇ କହିଗଲା । ମୁଁ, ବି ଲକ୍ଷ୍ୟ କରିଛି, ବିଦ୍ୟାର ମୋପ୍ରତି ସର୍ବନିମ୍ନ ମୋହ କି ଆକର୍ଷଣ ନଥିଲା, ନାହିଁ । ତେଣୁ ଏକାଠି ଜୀବନ କାଟିବା ସମ୍ଭବ ନୁହେଁ । ”

ବାପା ତାଙ୍କ ଘରେ ପହଞ୍ଚିଲା ପରେ ଛାଡ ପତ୍ରର ନୋଟିସ ପ୍ରସଂଗରେ କହୁକହୁ ସେମାନେ ତାଙ୍କ ଟିଠିଟି ଦେଖାଇଲେ ଯାହା ଶ୍ରୀକାନ୍ତ ପାଖରୁ ଆସିଥିଲା ।

ବାପା ସେଇଠି ଚେତା ହରାଇ ପଡିଗଲେ । ଶଶୁର, ଶାଶୁ, ଅନ୍ୟମାନେ ବୁଝେଇଲେ । ବାପା ମୋତେ ଧରି ଗାଆଁକୁ ଫେରିଲେ ।

କୋର୍ଟ ନୋଟିସ୍‌ ଗ୍ରହଣ କରି କୋର୍ଟରେ “ମୋର ଏଥିରେ ଆପଭି ନାହିଁ ।” ଦର୍ଶାଇ ପେପରରେ ଦସ୍ତଖତ୍‌ କରିଦେଲି । ବାପା ସାଥିରେ ଥାଆନ୍ତି । ଏସବୁକୁ ନିଜକୁ ପଥର ପରିରଖ୍‌ ମୁଁ କରୁଥିଲା ବେଳେ, ବାପା ଦୁଃଖରେ ଭାଙ୍କିପତୁଥୁଲେ । ବେଶ୍‌ କିଛିଦିନ ଘରେ ହାହାକାର ପଡିଗଲା ।

ବିବାହ ଦିନରୁ ଶ୍ରୀକାନ୍ତ ମୋସହ ଯାହା ଯାହା କରିଥୁଲେ ସବୁ ମାଆକୁ କହିଲି । ମାଆଠୁଁ ବାପା ଶୁଣି କାଠ ପାଲଟି ଗଲେ ।

କିଛିଦିନ ପର ଆମଘରୁ ଯାଇଥ୍ବବା ଯାନି ଯୌତୁକ ସବୁ ଆମ ଘରକୁ ଶଶୁରଙ୍କ ମାଧମରେ ଗାଝରେ ଆସି ପହଞ୍ଚିଲା । ସାହି ପଡିଶା, ବନ୍ଧୁବାନ୍ଧବ ଜାଣିଲେ । ଯାହା ଯେମିତି ଦଶଲା ଲୋକମାନେ କହିଲେ ।

‘ଦେ ପାଣ ବୋତଲଟା ଦେଲୁ ଆରାଧ୍ୟା । ଥକିପଡିଲିଣି ରେ ! ଶୋଇବାକୁ ଚେଷ୍ଟା କରେ । ତୁ ବି ଶୋଇପଡ । ‘

-“ଉଦ୍ୟମ କଲେ ଶତ ପ୍ରତିଶତ ନମିଳିଲେ ବି କିଛିତ ସଫଳତାର ସ୍ଵାଦ ମିଳିଥାନ୍ତା ? ଅପା, ଏତେ କଥା ତୋ ଭିତରେ ଥିଲା ନା ଏ ବିପଦ ତୋତେ ଏମିତି ମଜବୁତ୍‌ କରିଦେଲା ? ମୁଁ ଦେଖୁଛି, ତୁ ତ ମାଆଠାରୁ ସହିଷ୍ଣୁ ବିଚାରବତୀ । ତଥାପି ତୋ ଭାଗ୍ୟରେ ଏସବୁ ବିପର୍ଯୟ ।”

-“ ଭାଗ୍ୟ ଭଗବାନ ଉପରେ ଦୋଷ ଦେଇ ନିଜକୁ ରକ୍ଷାକରିବା ଗୋଟେ ସୁନ୍ଦର ପ୍ରୟାସ ଆରାଧ୍ୟା । ଭାଗ୍ୟ ସତରେ କଣ ? କାହିଁ ଭଗବାନଙ୍କର ସ୍ଵରୁପ ! ଯଦି ତାଙ୍କର କିଛି ଅସ୍ଥିତ୍ୱ ଥାଆନ୍ତା, ଅଦୃଶ୍ୟ, ଦୃଶ୍ୟ ଶକ୍ତି ଥାଆନ୍ତା ତେବେ ଏପରି ଯୋଡି କାହିକି ତିଆରି କରିଥାନ୍ତେ ? ଏ ସବୁ ମଣିଷ କୃତ । ବରଂ ଟିକେ ଚିନ୍ତା କଲୁ, ବାପାଙ୍କର ଗୋଟେ ବୃଥା ଅହଂଙ୍କାର ଆଉ ବୁନିଆଦି ନାମରେ ମିଥ୍ୟା ଆସ୍ଫାଳନକୁ ଧରି ମୋ ଜୀବନକୁ ନର୍କ ଭିତରକୁ ଠେଲି ଦେଲେ ନି ? ଶ୍ରୀକାନ୍ତଙ୍କର ଅମାନବୀୟ ଓ ଆସ୍ଵାଭାବିକ ଆଚରଣକୁ ବାପା ବା କାହୁଁ ଜାଣିବେ ? ସବୁ ମୋର ମନ୍ଦ ସମୟ ଆରାଧ୍ୟା, ତୁକହ ତାଙ୍କର ଏ ବାହ୍ୟ ସ୍ଵରୁପକୁ ଜାଣିଥିବା ଲୋକେ କାହିଁକି ମୋଠାରୁ ତାଙ୍କ ଭିତର ସ୍ଵରୁପକୁ ଶୁଣି ବିଶ୍ଵାସ କରିବେ ? ଏସବୁ ମୋର ମନ୍ଦ ଭାଗ୍ୟ ।”

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top