କବିତା

ଆଉ ଇଚ୍ଛା ନାହିଁ

Nilamadhab Kar's odia poem Aau Ichchaa Naahin

ତମ ପାଇଁ ମୋର ସବୁ ସ୍ୱପ୍ନ,
ଅସୁମାର ଆଶାସବୁର ମରୀଚିକାକୁ
ଜୁଇରେ ଜଳେଇ ମୁଁ ଏବେ
ଅତୀତକୁ କବର ଦେଇଛି

ଆଉ ଇଚ୍ଛା ନାହିଁ

ଦୁଇ ହାତ ଟେକି ମୁଁ ଏବେ
ତୃଷାର୍ତ୍ତ ଚାତକ ପରି
ତମ ଅଙ୍ଗୀକାର ପାଇଁ
ଅପେକ୍ଷା କରିଛି ??

ନା, ନା,
ନା ମୁଁ ତୃଷାର୍ତ୍ତ ଏବେ
ନା ମୁଁ ଅଧିର
ତମ ପାଇଁ ମୋ ଅପେକ୍ଷାର
ଏବେ ଅନ୍ତ ହେଇ ଯାଇଛି
ମୋର ଆଉ ଇଚ୍ଛା ନାହିଁ
ସ୍ୱାର୍ଥୀ ହେଇ, କେବଳ ମୋ ପାଇଁ
ତମକୁ ଆବୋରିବାକୁ ଇଚ୍ଛା ନାହିଁ ଆଉ
ତମ କଲ୍ପନାକୁ ଅଙ୍ଗେ ଲିଭେଇବା ପରେ
ମୁଁ ତମ ସାନିଧ୍ୟ ପାଇଛି !

ତମ ପାଇଁ ମୋର ସବୁ ସ୍ୱପ୍ନ,
ଅସୁମାର ଆଶାସବୁର ମରୀଚିକାକୁ
ଜୁଇରେ ଜଳେଇ ମୁଁ ଏବେ
ଅତୀତକୁ କବର ଦେଇଛି

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top