କବିତା

ଆଉ ପଛକୁ ଦେଖନି

Dilip Kumar Tripathy's odia poem Aau Pachaku Dekhani

କିଞ୍ଚିତ ବିଳମ୍ବରେ ଯଦି ତାଗିଦ୍ କରୁନ ନିଜକୁ
ତେବେ ଛାଇ ଦେଖି ଟିକେ ବସିଯାଅ
ଗପପେଡିରୁ କିଛି ଗପ କାଢି ପରଷି ପାର
ଯଦିବେଶୀଛାଇ ଲୋଭରେ

ଆଉ ପଛକୁ ଦେଖନି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆଉ ଏଥର ପଛକୁ ଦେଖନି‘ହୋ’ସଙ୍ଗାତ!
ଡଗଡଗ କରି ଚାଲ, ଆଗକୁ, ଆହୁରି ଆଗକୁ
ଏଇ ଉଦୁଉଦିଆ ଦିପହରବେଳେ
ଏମିତି ଛିଡାହେଲେ, ଶୁଖି କଳା ପଡିଯିବ ‘ହୋ’ ସଙ୍ଗାତ !
ପାରୁଛ ଯଦି ବଡ଼ ପାହୁଣ୍ଡ ପକେଇ ଚାଲ
ଆଗକୁ, ଆହୁରି ଆଗକୁ ।

କିଞ୍ଚିତ ବିଳମ୍ବରେ ଯଦି ତାଗିଦ୍ କରୁନ ନିଜକୁ
ତେବେ ଛାଇ ଦେଖି ଟିକେ ବସିଯାଅ
ଗପପେଡିରୁ କିଛି ଗପ କାଢି ପରଷି ପାର
ଯଦିବେଶୀଛାଇ ଲୋଭରେ
କାହାର ଗହଳ କେଶର ଅନ୍ଧାରରେ
ଶୋଇ ଯିବାର ଇଚ୍ଛା, ତେବେ ଖସେଇ ଦେଇ ପାର ପାଦ
କେଉଁ ଏକ ଯୁବତୀରପିଚ୍ଛିଳ ପ୍ରେମର
ସନ୍ତସନ୍ତିଆ ରାସ୍ତାରେ।

ହେଲେ ବେଶୀ ସମୟ ରହିବନି ‘ହୋ’ସଙ୍ଗାତ !
ସେଇ କୁସୁମଗନ୍ଧାର ବାସ୍ନାରେ କୁଆଡେ ଅଛି ସ୍ଥିରବିଷ
ମୃତ୍ୟୁ ଆସି ନପାରେ, କିନ୍ତୁ ଭୁଲି ଯାଇ ପାର ଗନ୍ତବ୍ୟ
ତେଣୁ ଦେଖିକରି ‘ହୋ’ସଙ୍ଗାତ !
ବେଳଦେଖି ଧଡ୍‌କକିନା ଉଠିପଡ଼ିବ
ବଡ଼ ପାହୁଣ୍ଡ ପକେଇ ଚାଲିବ, ଆଗକୁ ଆହୁରି ଆଗକୁ ।

 

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top