ଧୂଷର ବାଦଲ ତଳେ ଲୁଚିଲା ଜହ୍ନ,
ବିଦଗ୍ଧ ମାଟି ଦୀପ ଉପରେ ବର୍ଷାର ଅଭିମାନ
ଭରା ବଉଦର ପଣତ ଉଡାଇ, ଆକାଶ ରାଇଜ ତଳେ
ଅଭିମାନୀ ବର୍ଷା ପ୍ରିୟ ଅଭିସାରେ ଚଳେ…
କିଛି କ୍ଷଣ ରହିଯିବ, ନା ଚାଲି ଯିବ ? କେଉଁ ଦିଗେ ଯିବ ଜଣା ନାହିଁ
କଳଙ୍କିତ ରାତି ଅନେକ ଅନୁହୂତି ସକାଳର କିଛି ଚମକ ନାହିଁ
ଅଜଣା ପଥିକ ହୋଇ ଆଦରିଛି ତରୁ ଛାଇ, ସପନ ଅଧିରେ କ୍ଷଣ-କ୍ଷଣ କରେ ବାଇ
ତତଲା ବାଲିରେ ମରୀଚିକା ରଚେ କେତେ ନାଟ
ସାଥିହରା ପକ୍ଷୀ କାନ୍ଦି ଭ୍ରମି ଯାଏ ବାଟ…
ରଙ୍ଗହୀନ ସନ୍ଧ୍ୟା କୁହୁଡି ସକାଳ ମନର ସୂର୍ଯ୍ୟ ଅସ୍ଥ
ରାତି ରୁ ନିଦ, ନିଦରୁ ଆଖି, ଆଖିରୁ ସ୍ବପ୍ନ ଗୁପ୍ତ
କେବେ ଠାରୁ ବାଟ ଚାଲୁଛି ଏ ରାସ୍ତା ପାଏ ନାହିଁ ଲକ୍ଷ
ଚିହ୍ନା ମୁହଁର ଭିଡ଼ ଦିସେ ଏଠି ତଥାପି ଖୋଜେ ମୋକ୍ଷ
ଅଭିମାନୀ ବର୍ଷା
ଭରା ବଉଦର ପଣତ ଉଡାଇ, ଆକାଶ ରାଇଜ ତଳେ
ଅଭିମାନୀ ବର୍ଷା ପ୍ରିୟ ଅଭିସାରେ ଚଳେ…