କବିତା

ଅଭିମାନିନୀ

Prafulla Kumar Tripathy's odia poem Abhimanini

ମୋ’ ପାଇଁ ପାଇଛ ଅନେକ ଯାତନା
ସହିଛ ମୋ’ ପାଇଁ ଅନେକ ଲାଞ୍ଛନା
ଜାଣି ନ ଥିଲି ମୋ’
ଅବିବେକ ପଣେ
ଏତେ ଦୁଃଖ ଦେଇ ଦେବି

ଅଭିମାନିନୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଜୀବନ ଯଜ୍ଞରେ ପୂର୍ଣ୍ଣାହୁତି ଦେଇ
ଦିନେ ତା ମୁଁ ଚାଲିଯିବି
ସେଇ ଦିନ ମତେ କ୍ଷମା କରିଦେଲେ
ନରକ ମୁଁ ପାରି ହେବି ।।

ମୋ’ ପାଇଁ ପାଇଛ ଅନେକ ଯାତନା
ସହିଛ ମୋ’ ପାଇଁ ଅନେକ ଲାଞ୍ଛନା
ଜାଣି ନ ଥିଲି ମୋ’
ଅବିବେକ ପଣେ
ଏତେ ଦୁଃଖ ଦେଇ ଦେବି ।।

ମହତ ଆଶାରେ ସବୁ କରିଥିଲି
ପରାଭବ ଯାହା ତୁମକୁ ମୁଁ ଦେଲି

ଜାଣି ମୁଁ ନ ଥିଲି
ତୁମ ସୁଖ ସବୁ
ମୋ’ ହାତରେ ଜାଳିଦେବି ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top