କବିତା

ଅବୋଧ ଅନୁଭବ

Ashok Biswal's odia poem Mana Aakaashara Jahna

ତୁମ ଓଠରେ ଏତେ ଯେ ଜଳନ
ଅନୁଭବ ମୁଁ କରୁଛି
ନରମ, ମଧୁର ସେ ସ୍ପର୍ଶ
ଉଷୁମ ଓଠ ତୁମ

ଅବୋଧ ଅନୁଭବ

କିଛି ଖାଇତ ପାରୁନି
କିଛି ପିଇ ତ ପାରୁନି
ତୁମ ଓଠର ମଧୁ
ମୋ ପାଇଁ ଯେ ଅମୃତ
ଆବଶ୍ୟକ ଆଉ କିଛି ନାହିଁ
ଖାଦ୍ୟ ଲୋଡା ନାହିଁ ।

ଲୋକେ କେତେ ଯେ କହନ୍ତି
କି ଭୂଲ ମୁଁ ଯେ କରୁଛି
ହିସାବ କରି ଚାଲୁନି ମୁଁ ଯେ କିପାଇଁ
ଜୀବନକୁ ତୋଳି ଦେଉଛି ତୁମର ହାତରେ
ବାହୁରେ ତୁମର ନେଇଛି ଶରଣ
ତୁମ ଓଠର ମଧୁ
ମୋର ଆହାର ହୋଇଛି ।

ତୁମ ଓଠରେ ଏତେ ଯେ ଜଳନ
ଅନୁଭବ ମୁଁ କରୁଛି
ନରମ, ମଧୁର ସେ ସ୍ପର୍ଶ
ଉଷୁମ ଓଠ ତୁମ
ଅଛି ମୋ ଓଠର ଉପରେ
ଏତେ ଯେ ମଧୁ
ମନ ବୋଧ ହେଉ ନାହିଁ ମୋର
ମନ ପୁରୁ ନାହିଁ ।

ତୁମ କଥା ମନେ ପଡେ ଖାଲି
ତୁମ ବାହୁର ଆକର୍ଷଣ
ହୃଦୟର ପୁଲକ
ସବୁ ଅନୁଭବ ଯେ କରୁଛି
ପ୍ରତିଟି ଅଙ୍ଗରେ ତୁମ ଆକର୍ଷଣ
ଜୀବନକୁ ତୋଳି ମୁଁ ଦେଉଛି
ତୁମର ହାତରେ ।

(ଷଷ୍ଠ ଦଲାଇଲାମାଙ୍କ ତରୂଣ ଜୀବନର ଭାବନା ଏ କବିତାମାନଙ୍କରେ କିଛି ମାତ୍ରାରେ ପ୍ରତିଫଳନ କରାଯାଇଛି । ସେ ଅରୂଣାଚଳ ପ୍ରଦେଶର ତାୱାଙ୍ଗ ଅଂଚଳରେ ଜନ୍ମ ଗ୍ରହଣ କରିଥିଲେ ଏବଂ ପରେ ତାଙ୍କୁ ଷଷ୍ଠ ଦଲାଇଲାମା ଭାବରେ ଅଭିଷିକ୍ତ କରାଯାଇଥିଲା । ତରୁଣ ବୟସରେ ସେ ସଂସାରରୁ ବିଦାୟ ନେଇଥିଲେ । )

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top